ଜଳନ୍ଧର, ୨୪।୫: ସାଧାରଣ ନିର୍ବାଚନ ଫଳାଫଳ ଘୋଷଣା ସରିଛି। କେଉଁଠି ପ୍ରାର୍ଥୀଙ୍କୁ ବିପୁଳ ଭୋଟ ମିଳିଥିବାବେଳେ, ଆଉ କେଉଁଠି ପ୍ରାର୍ଥୀଙ୍କୁ ଅଳ୍ପ ଭୋଟରେ ସନ୍ତୁଷ୍ଟ ହେବାକୁ ପଡିଛି। ପଞ୍ଜାବର ଜଳନ୍ଧର ଲୋକ ସଭା ଆସନରୁ ସ୍ବାଧୀନ ପ୍ରାର୍ଥୀ ନିତୁ ଶଟର୍ନଓ୍ବାଲାଙ୍କୁ ମାତ୍ର ୫ଖଣ୍ଡ ଭୋଟ ମିଳିଛି। ତାଙ୍କ ପରିବାରର ସଦସ୍ୟ ସଂଖ୍ୟା ମୋଟ ୯ ହୋଇଥିବାବେଳେ ତାଙ୍କୁ ୫ ଖଣ୍ଡ ଭୋଟ ମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଫଳଫଳ ଘୋଷଣା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନିତୁ କହିଥିଲେ, ମୋ ପରିବାର ଲୋକେ ବି ମୋ ସହ ବିଶ୍ୱାସଘାତକତା କରିଛନ୍ତି। ଏହିସମୟରେ ନିତୁ କାନ୍ଦି ପକାଇଥିଲେ। ଏହାସହ ସେ ନିଜ ପରାଜୟ ପାଇଁ ଇଭିଏମ ମେଶିନକୁ ମଧ୍ୟ ଦୋଷ ଦେଇଛନ୍ତି।