ଲୋପ ପାଇବାକୁ ବସିଲେଣି ଘରଚଟିଆ,ଚିନ୍ତାରେ ପରିବେଶବିତ୍‌

ଭବାନୀପାଟଣା,୭।୭(ଡି.ଏନ୍‌.ଏ.): ପ୍ରତ୍ୟେକ ଦିନ ଆମ ଚତୁଃପାର୍ଶ୍ୱରେ ଭିନ୍ନ ଭିନ୍ନ ପ୍ରକାର ପକ୍ଷୀ ଦେଖିଥାଉ। ଘରଚଟିଆ ସେଥିମଧ୍ୟରୁ ଅନ୍ୟତମ। ଏବେ ଘରଚଟିଆ ଧୀରେ ଧୀରେ କଳାହାଣ୍ଡି ଜିଲାର ବିଭିନ୍ନ ଅଞ୍ଚଳରୁ ଲୋପ ପାଇବାକୁ ବସିଲେଣି। ପାଗର ପରିବର୍ତ୍ତନ ସାଙ୍ଗକୁ ବିଭିନ୍ନ କାରଣରୁ ଏମାନଙ୍କ ବଂଶ ବୃଦ୍ଧି ହୋଇପାରୁନାହିଁ। ଘରର ଚାଳ ଉପରେ କିଚିରିମିଚିରି ଶବ୍ଦ କରୁଥିବା ଏହି ପ୍ରିୟ ପକ୍ଷୀଙ୍କ ନିରାପଦ ସ୍ଥାନ ହେଉଛି ଚାଳ ଛପର ଘର। ଘରେ ବାସ କରୁଥିବାରୁ ଏହି ପକ୍ଷୀର ନାଁ ଘରଚଟିଆ। ଏହା ଏକ ସାହାଯ୍ୟକାରୀ ପକ୍ଷୀ। ଘର ଭିତରର ନାନାଦି ପୋକ ଖାଇ ସଫା କରିଥାଏ। ରାତି ପାହିବା କ୍ଷଣି କିଚିରିମିଚିରି ଶବ୍ଦ କରି ମଣିଷକୁ ନିଦରୁ ଉଠାଇବାରେ ସାହାଯ୍ୟ କରିଥାଏ।

ଘରଚଟିଆର ଲମ୍ବ ପ୍ରାୟ ୬ ରୁ ୭ ସେମି ମଧ୍ୟରେ ଓଜନ ୩୦ରୁ ୩୫ଗ୍ରାମ୍‌। ଏହା ଥରକୁ ୪ରୁ ୫ଟି ଅଣ୍ଡା ଦେଇଥାଏ। ପ୍ରାୟ ୧୩ରୁ ୧୫ଦିନ ପର୍ଯ୍ୟନ୍ତ ଅଣ୍ଡାକୁ ଉଷୁମାଇଥାଏ। ଗାଁରୁ ହିଁ ଏମାନେ ବେଶୀ ପରିମାଣରେ ଖାଦ୍ୟ ସଂଗ୍ରହ କରିଥାନ୍ତି। ଧାନ, ଗହମ, ଡାଲିଦାନା, କୀଟ, ପତଙ୍ଗ, ଜିଆ ଆଦି ଏମାନଙ୍କର ପ୍ରଧାନ ଖାଦ୍ୟ। ଶାବକମାନଙ୍କୁ ମଧ୍ୟ ସେମାନେ ଏହା ଖୁଆଇଥାନ୍ତି। ଏହି ପକ୍ଷୀଟି କେବଳ ଭାରତରେ ନୁହେଁ ବ୍ରିଟେନ୍‌,ନେଦରଲାଣ୍ଡରେ ମଧ୍ୟ ଦେଖାଯାଇଥାନ୍ତି। ଘରଚଟିଆର ସୁରକ୍ଷା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୦ରେ ବିଶ୍ୱ ଘରଚଟିଆ ଦିବସ ପାଳନ କରାଯାଉଛି। ଏହି ଦିବସର ଉଦ୍ଦେଶ୍ୟ ହେଲା ଲୋପ ପାଇବାକୁ ବସିଥିବା ଘରଚଟିଆର ସଂରକ୍ଷଣ। ଘରଚଟିଆ ଦୁଇଟି ଜାତି ଓ ୧୨ ପ୍ରଜାତିର ଅଛନ୍ତି। ଗାଁଗହଳିରେ ଲୋକମାନଙ୍କ ଘରଚଟିଆକୁ ଛୁଇଁଲେ ପାଳିଜ୍ୱର ହୋଇ ନ ଥାଏ। ସେହିପରି ଘରଚଟିଆ ଧୂଳିରେ ଗଡ଼ିଲେ ବର୍ଷାର ଆଗମନ ହୋଇଥାଏ ବୋଲି ଲୋକଙ୍କର ବିଶ୍ୱାସ ରହିଛି। କଳାହାଣ୍ଡି ଅଞ୍ଚଳରେ ଆଗରୁ ବହୁ ଘରଚଟିଆ ଦେଖାଯାଉଥିଲା କିନ୍ତୁ ଏବେ ଚାଳଛପର ଘର ପରିବର୍ତ୍ତେ ଛାତ ଘର ଏବଂ ଆଜ୍‌ବେଷ୍ଟସ ଘର ଯୋଗୁ ଘରଚଟିଆ ବସା କରି ରହିବାରେ ପ୍ରତିବନ୍ଧକ ସୃଷ୍ଟି ହେଉଛି। ଯେଉଁଠି ବି ରହୁଛନ୍ତି ସେଇ ସ୍ଥାନକୁ ନିରାପଦ ମଣୁନାହାନ୍ତି। ଏବେଠୁ ସ୍ବେଚ୍ଛାସେବୀ ଛାତ୍ରୀଛାତ୍ର ପକ୍ଷୀ ବିଶେଷଜ୍ଞ, ଶିକ୍ଷକ, ଜଙ୍ଗଲ, ବିଭାଗ ଯଦି ଗାଁକୁ ଗାଁ ଯାଇ ସଚେତନ କରନ୍ତେ ତେବେ ଲୋପ ପାଇବାକୁ ଥିବା ଘରଚଟିଆର ବଂଶରକ୍ଷା ହୋଇପାରନ୍ତା ବୋଲି ପରିବେଶବିତ୍‌ମାନେ ମତ ଦିଅନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର୍‌ରୁ ମିଳିଲା ୧୬୬ କେଜି ରୁପା

ସମ୍ବଲପୁର,୧୬।୧୦(ପ୍ରମୋଦ ବହିଦାର): ଆଳୁ ଖୋଳୁଖୋଳୁ ମହାଦେବ ମିଳିଲା ଭଳି ଗଞ୍ଜେଇ ଯାଞ୍ଚ ବେଳେ ଅବକାରୀ ବିଭାଗକୁ ମିଳିଛି ବିପୁଳ ପରିମାଣର ରୁପା ସାମଗ୍ରୀ। ମଙ୍ଗଳବାର ସକାଳେ...

ମହାନଦୀରେ ବୁଡ଼ି ୨ନାବାଳକ ନିଖୋଜ

ସମ୍ବଲପୁର,୧୨।୧୦(ଭବାନୀ ଶଙ୍କର ଭୋଇ): ସମ୍ବଲପୁର ସହରର ବଡବଜାରସ୍ଥିତ ମହାନଦୀ ସଡ଼କ ଘାଟରେ ଶୁକ୍ରବାର ପାଣିରେ ବୁଡ଼ି ୨ ନାବାଳକ ନିଖୋଜ ହୋଇଛନ୍ତି। ନାବାଳକ ଦ୍ୱୟ ହେଲେ...

ବୁର୍ଲା କନଷ୍ଟେବଳଙ୍କ ଆକ୍ରମଣକାରୀଙ୍କୁ ପୋଲିସର ଏନ୍‌କାଉଣ୍ଟର, ଜଙ୍ଗଲରେ ଲୁଚିଥିବାବେଳେ…

ସମ୍ବଲପୁର,୧୦ା୧୦(ପ୍ରମୋଦ ବହିଦାର): ପୋଲିସ କନଷ୍ଟେବଳଙ୍କୁ ଆକ୍ରମଣ କରି ପାପୁଲି ଛିଣ୍ଡାଇଥିବା ଅଭିଯୁକ୍ତ କମଲୁ ପ୍ରଧାନ ପୋଲିସ ଏନ୍‌କାଉଣ୍ଟରେ ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଗୁରୁବାର...

ଆଇସିୟୁରେ ଶେଷନିଃଶ୍ୱାସ ନେଉଛି ବିଜେଡି: ଜୟନାରାୟଣଙ୍କୁ ପାଲଟା ଜବାବ ଦେଲେ ରୋହିତ

ସମ୍ବଲପୁର, ୧୦।୧୦(ଭବାନୀ ଶଙ୍କର ଭୋଇ):କିଛିଦିନ ପୂର୍ବରୁ ଯୁଯୋମୁରାଠାରେ ବିଜେଡି ଜନସମ୍ପର୍କ ପଦଯାତ୍ରାବେଳେ ସମ୍ବଲପୁର ଜିଲା ବିଜେଡି ସଭାପତି ରୋହିତ ପୂଜାରୀ କହିଥିଲେ, ରାଜ୍ୟର ଭାଜପା ସରକାର...

ମାଟ୍ରିକ୍‌ ପରୀକ୍ଷା ନାମ ପଞ୍ଜୀକରଣରେ ଆଧାର ବାଧକ

ସମ୍ବଲପୁର, ୯ା୧୦(ଭବାନୀ ଶଙ୍କର ଭୋଇ):ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ ପରୀକ୍ଷା ପାଇଁ ନବମ ଶ୍ରେଣୀଠାରୁ ଛାତ୍ରୀଛାତ୍ରଙ୍କର ପଞ୍ଜୀକରଣ କରାଯିବା ବ୍ୟବସ୍ଥା ରହିଛି। ଚଳିତବର୍ଷ...

ମୁହାଁମୁହିଁ ଧକ୍କା ପରେ ଜଳିଗଲା ଟ୍ରକ, କଣ୍ଟେନର: ଦୁଇ ଡ୍ରାଇଭର ଜୀବନ୍ତ ଦଗ୍ଧ!

କୁଚିଣ୍ଡା, ୬ା୧୦(ରାଧାମୋହନ ଷଡ଼ଙ୍ଗୀ): ଏକ ଦୁଃଖଦ ଦୁର୍ଘଟଣାରେ ରବିବାର ସନ୍ଧ୍ୟାରେ କୁଚିଣ୍ଡାର ଏଜତୀୟ ରାଜପଥ-୫୩ ରେ ଜମନକିରା ପୋଲିସ ଅନ୍ତର୍ଗତ କାଦଲିପାଲା ଅଞ୍ଚଳ ନିକଟରେ ଏକ...

କନଷ୍ଟେବଳଙ୍କୁ ହାଣି ପାପୁଲି ଛିଡ଼ାଇ ନେଲେ ଦୁର୍ବୃତ୍ତ

ସମ୍ବଲପୁର,୪।୧୦: କନଷ୍ଟେବଳଙ୍କୁ ହାଣି ପାପୁଲି ଛିଡ଼ାଇ ନେଲେ ଦୁର୍ବୃତ୍ତ। ଏଭଳି ଅଭାନୀୟ ଘଟଣା ଘଟିଛି ବୁର୍ଲା ଥାନା ଝରାପାଲି ଗାଁରେ । ପୋଲିସ ଉପରେ ହୋଇଛି...

ସମ୍ବଲପୁର ଜେଲ୍‌ରେ ରେଡ୍‌

ସମ୍ବଲପୁର,୪ା୧୦: ସମ୍ବଲପୁର ମଣ୍ଡଳ କାରାଗାରରେ ଅଚାନକ ରେଡ୍‌। ହୋଇଛି। ଶୁକ୍ରବାର ଭୋର୍‌ ୪ଟାରୁ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଏହି ଚଢ଼ାଉ କରାଯାଇଛି। ପୋଲିସ ଫୋର୍ସ ସହ ସମ୍ବଲପୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri