ଶଟ୍‌ଡାଉନ୍‌ ପାଇଁ ନୂଆ ଗାଇଡ୍‌ଲାଇନ: ସବୁ ଛକରେ ବ୍ଲକିଂ, ଚେକିଂ କଡ଼ାକଡ଼ି ହେବ

ଭୁବନେଶ୍ୱର, ୫ା୬(ବ୍ୟୁରୋ) – ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ୧୧ ଜିଲାରେ ପ୍ରତି ଶନିବାର ଓ ରବିବାରକୁ ଶଟ୍‌ଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏହା ମଧ୍ୟରେ କଟକ ଓ ଭୁବନେଶ୍ୱର ରହୁଥିବାରୁ କମିଶନରେଟ ପୋଲିସ ପକ୍ଷରୁ ନୂଆ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ଏହି ସମୟରେ କେଉଁମାନେ ଯିବାଆସିବା କରିପାରିବେ ସେସମ୍ପର୍କରେ ସୂଚନା ଦିଆଯାଇଛି। ସ୍ବାସ୍ଥ୍ୟ କର୍ମଚାରୀ ପରିଚୟପତ୍ର ଓ ଗାଡି ପାସ୍‌ ଦେଖାଇ ଯାଇପାରିବେ। ଫାର୍ମାସିଷ୍ଟ ଓ ଔଷଧ ଦୋକାନ ପାଇଁ ଟ୍ରେଡ୍‌ ଲାଇସେନ୍ସ ଓ ପୁରୁଣା ପାସ୍‌ କାର୍ଯ୍ୟ କରିବ। ସେହିପରି ରାଜ୍ୟ ଓ କେନ୍ଦ୍ରସରକାରଙ୍କ କର୍ମଚାରୀ ବିଭାଗୀୟ ପରିଚୟ ପତ୍ର ଦେଖାଇ ଯାଇପାରିବେ। ଟେଲିକମ୍‌, ପେଟ୍ରୋଲ ପମ୍ପ, ହୋମ୍‌ ଡେଲିଭରି କରୁଥିବା ସଂସ୍ଥାର କର୍ମଚାରୀଙ୍କ ସମେତ ଗଣମାଧ୍ୟମ ପ୍ରତିନିଧି,କର୍ମଚାରୀ ଓ ହକର ସେମାନଙ୍କ ସଂସ୍ଥାର ପରିଚୟପତ୍ର ଦେଖାଇ ଯାତାୟାତ କରିପାରିବେ। ଜଳ ଯୋଗାଣ, ପରିମଳ ଓ ସ୍ବେରେଜ କର୍ମଚାରୀ ମୁନିସିପାଲିଟି ପ୍ରଦତ୍ତ ପରିଚୟପତ୍ର ଦେଖାଇବେ। ବିଦ୍ୟୁତ୍‌ କର୍ମଚାରୀ, କାରଖାନା ଓ ନିର୍ମାଣ ସଂସ୍ଥାର କର୍ମଚାରୀ ଏବଂ ଶ୍ରମିକ କମ୍ପାନୀ ପରିଚୟପତ୍ର ଦେଖାଇ ଯାଇପାରିବେ।
ସେହିପରି ଆଇଟି ଶିଳ୍ପ, ହୋଟେଲ ଓ ଅନ୍ୟ ସଂସ୍ଥାର କର୍ମଚାରୀ ପରିଚୟପତ୍ର ଦେଖାଇ ଯାତ୍ରା କରିପାରିବେ। ଟ୍ୟାକ୍ସି, ଅଟୋ, ଓଲା ଏବଂ ଉବର କ୍ୟାବ ଚାଳକ ପୋଲିସ ପ୍ରଦତ୍ତ ପାସ୍‌ ଦେଖାଇ ଯାଇପାରିବେ। ବିବାହ ଏବଂ ଶବଦାହ ପାଇଁ ପୋଲିସ ପ୍ରଦତ୍ତ ପାସ୍‌ କାର୍ଯ୍ୟ କରିବ। ଭୁବନେଶ୍ୱରରୁ କଟକକୁ ଯିବାକୁ ଚାହୁଁଥିଲେ ଏବଂ ଅନ୍ୟ ଜରୁରୀ କାର୍ଯ୍ୟ ପାଇଁ ୧୦୦କୁ ଫୋନ୍‌ କରିବାକୁ ହେବ। ଅନୁମୋଦିତ ମେସେଜ ମିଳିବା ପରେ ତାହାକୁ ଦେଖାଇ ଯାଇପାରିବେ। ଅନ୍ୟପକ୍ଷରେ ଶଟ୍‌ଡାଉନ୍‌ରେ ସବୁ ଛକରେ ପୋଲିସ କଡାକଡି ଯାଞ୍ଚ କରାଯିବ। ଯେଉଁମାନେ ବିନା କାର୍ଯ୍ୟରେ କୋଭିଡ୍‌ ନିୟମ ଓ କଟକଣା ଉଲ୍ଲଂଘନ କରି ବାହାରେ ବୁଲୁଥିବା ନଜରକୁ ଆସିବ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିଲେ ୭୦ରୁ ଅଧିକ ତହସିଲଦାର

ଭୁବନେଶ୍ୱର, ୧୮ା୧୦: ରାଜ୍ୟରେ ଓଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ସରକାର। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ...

କୋଷ୍ଟ ଗାର୍ଡ ଡିଆଇଜି, ପନ୍ତ୍ରୀଙ୍କୁ ଦୁର୍ବ୍ୟବହାର, ନୟାପଲ୍ଲୀ ଥାନାରେ ଏତଲା

ଭୁବନେଶ୍ୱର,୧୮ା୧୦(ସତ୍ୟଜିତ୍‌ ରାଉତ): କୋଷ୍ଟଗାର୍ଡ ଡିଆଇଜି ସତ୍ୟ ରଞ୍ଜନ ଦାସ ଓ ତାଙ୍କ ପତ୍ନୀ ନୟାପଲ୍ଲୀ ଥାନା ଅନ୍ତର୍ଗତ କଳିଙ୍ଗ ଷ୍ଟାଡିଅମ୍‌ ଟ୍ରାଫିକ୍‌ ପୋଷ୍ଟ ନିକଟରେ ଗୁରୁବାର...

OSSSC ଦ୍ଵାରା କମ୍ପ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ବିବାଦ, ସରକାର ନେଲେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର, ୧୮ା୧୦: ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସ୍‌ଏସ୍‌ଏସ୍‌ସି) ଦ୍ୱାରା କମ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ୨୦୨୪ର ଫରେଷ୍ଟର, ଫରେଷ୍ଟ ଗାର୍ଡ, ଆର୍‌ଆଇ, ଅମିନ ଆଦି...

୨୩ରୁ ଏସବୁ ଜିଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ): ବିଲରେ ଧାନ ବାହାରିବାକୁ ବସିଲାଣି। ଚାଷୀକୁଳ ଅସରାଏ ବର୍ଷାକୁ ଚାହିଁ ରହିଛନ୍ତି। ବର୍ଷା ହେଲେ ବିଲରେ ସୁନା ଫଳିବ। ବର୍ଷକର ପରିଶ୍ରମ ଚାଷୀଙ୍କୁ...

କାର୍ତ୍ତିକ ଆରମ୍ଭରୁ ଅସମ୍ଭାଳ, ଛୁଇଁହେଉନି ପରିବା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ): ପାର୍ବଣରେ ମହଙ୍ଗାମାଡ଼ ଖାଉଟିଙ୍କ ହର୍ଷୋଲ୍ଲାସକୁ ଫିକା କରିଦେଇଛି। ଆଳୁ, ପିଆଜ ଓ ତେଲ ସମେତ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀଗୁଡ଼ିକ ପୂର୍ବରୁ ଚଢ଼ାଦରରେ ବିକ୍ରି...

୨୦ରୁ ଊର୍ଦ୍ଧ୍ୱ ଟ୍ରେନ ବାତିଲ

ରାଉରକେଲା,୧୭।୧୦(ସଙ୍ଗୀତା ଜେନା): ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ମରାମତି ଓ ଅନ୍ୟ କାର୍ଯ୍ୟ ପାଇଁ ଗୁରୁବାର ଏବଂ ଶୁକ୍ରବାର ୨ ଦିନ ଧରି ୨୦ରୁ ଊର୍ଦ୍ଧ୍ୱ...

ଅକ୍ଟୋବର ୨୧, ୨୮ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି: କରିବାକୁ ହେବ ଆଗୁଆ ପଞ୍ଜୀକରଣ

ଭୁବେନେଶ୍ୱର,୧୭।୧୦: ଅକ୍ଟୋବର ୨୧ ଏବଂ ୨୮ରେ ଅନୁଷ୍ଠିତ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ୧୮ତାରିଖ ପୂର୍ବାହ୍ନ ୧୧ରୁ ଆଗୁଆ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ ହେବ।...

କନ୍ୟା ସନ୍ତାନକୁ ଜନ୍ମ ଦେଲେ ଦଶମ ଶ୍ରେଣୀ ଛାତ୍ରୀ: ଅଭିଯୁକ୍ତ ଥାନାରେ ଅଟକ

ଥୁଆମୂଳ ରାମପୁର,୧୭।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଜଣେ ଦଶମ ଶ୍ରେଣୀ ଛାତ୍ରୀ ମା’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri