ଶାସ୍ତ୍ରୀୟ ନୃତ୍ୟକଳାର ବିକାଶ ମୋର ଲକ୍ଷ୍ୟ: ସାଲୁ ଜିନ୍ଦଲ

ଭୁବନେଶ୍ୱର,୧୮।୨(ବ୍ୟୁରୋ): ଭାରତୀୟ ନୃତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ କୁଚିପୁଡ଼ି ନୃତ୍ୟଶିଳ୍ପୀ ତଥା ଜେଏସ୍‌ପିଏଲ୍‌ ଫାଉଣ୍ଡେଶନ ଅଧ୍ୟକ୍ଷା ସାଲୁ ଜିନ୍ଦଲଙ୍କୁ ସମ୍ମାନଜନକ ‘ଉର୍ବଶୀ ପୁରସ୍କାର’ରେ ସମ୍ମାନିତ କରାଯାଇଛି। ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ୮୧ତମ ଜନ୍ମଦିବସ ଉପଲକ୍ଷେ ରବିବାର ରବୀନ୍ଦ୍ର ମଣ୍ଡପରେ ଆୟୋଜିତ କାର୍ଯ୍ୟକ୍ରମ ‘କମଳ ଦେଶର ରାଜକୁମାର’ରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ପଦ୍ମବିଭୂଷଣ ସୀତାକାନ୍ତ ମହାପାତ୍ର, ସ୍ଥପତି ରଘୁନାଥ ମହାପାତ୍ର, ବିଧାୟକ ଅନନ୍ତ ନାରାୟଣ ଜେନା ଓ ପୂର୍ବତନ ଏମ୍‌ପି ପ୍ରସନ୍ନ ପାଟ୍ଟଶାଣୀଙ୍କ ଉପସ୍ଥିତିରେ ସେ ପୁରସ୍କାର ଗ୍ରହଣ କରିଥିଲେ। ଏହି ଅବସରରେ ସେ ପ୍ରଫୁଲ୍ଲ କର ଫାଉଣ୍ଡେଶନ ଏବଂ ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜଣାଇବା ସହ କଳା ଓ ନୃତ୍ୟ ମୋ ଜୀବନ ବୋଲି ପ୍ରକାଶ କରିଥିଲେ। ଭାରତୀୟ ଶାସ୍ତ୍ରୀୟ ନୃତ୍ୟକଳାର ବିକାଶ ମୋ ଜୀବନର ଲକ୍ଷ୍ୟ ଏବଂ ବଞ୍ଚିଥିବା ପର୍ଯ୍ୟନ୍ତ ଏହାର ପ୍ରଚାର ପ୍ରସାର ପାଇଁ ଉଦ୍ୟମ ଜାରି ରଖିବି ବୋଲି ସେ କହିଥିଲେ। ଓଡ଼ିଶାର କଳା, ସଂସ୍କୃତି ଓ ଏଠାକାର ଲୋକଙ୍କ ବିକାଶ ନିମନ୍ତେ ଅଧିକ କାର୍ଯ୍ୟ କରିବା ଲାଗି ଏହି ପୁରସ୍କାର ପ୍ରୋତ୍ସାହିତ କରିବ ବୋଲି ସାଲୁ ଜିନ୍ଦଲ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଅବପାତରେ ପରିଣତ ହେବ ଲଘୁଚାପ, ୨୭ରୁ ବର୍ଷିବ

ଭୁବନେଶ୍ୱର,୨୫ା୧୧: ସୋମବାର ଅବପାତରେ ପରିଣତ ହେବ ଲଘୁଚାପ। ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର।...

ନିର୍ଯାତନାର କାହାଣୀ ବଖାଣିଲେ ବାଂଲାଦେଶୀ ଦେହଜୀବୀ

ଭୁବନେଶ୍ୱର,୨୫ା୧୧(ସତ୍ୟଜିତ୍‌ ରାଉତ): କଟକରେ ବାଂଲାଦେଶର ଜଣେ ନାବାଳିକା ଉଦ୍ଧାର ପରେ ଏହାକୁ ନେଇ କମିଶନରେଟ୍‌ ପୋଲିସ ଅଧିକ ତନାଘନା ଚଳାଇଛି। ତେବେ କଟକ ସହ ଭୁବନେଶ୍ୱରରେ...

ଆଜି ସର୍ବଦଳୀୟ ବୈଠକ

ଭୁବନେଶ୍ୱର,୨୫ା୧୧(ଅନିଲ ଦାସ): ଆସନ୍ତା ୨୬ରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। ଏହା ପୂର୍ବରୁ ସୋମବାର ପୂର୍ବାହ୍ନ ୧୦ଟା ୩୦ ମିନିଟ୍‌ରେ ବାଚସ୍ପତିଙ୍କ ଚାମ୍ବରରେ ସର୍ବଦଳୀୟ...

ବିଜେଡିକୁ ଧୈର୍ଯ୍ୟ ରଖିବାକୁ ପଡ଼ିବ କହିଲେ…

ଭୁବନେଶ୍ୱର, ୨୫।୧୧(ସୁନିତ୍‌ ମିଶ୍ର):ଗଣତନ୍ତ୍ରରେ ହିଂସାକୁ କେହି ସମର୍ଥନ କରିବା ଉଚିତ ନୁହେଁ। ବିଜେଡି କେଉଁ ଅର୍ଥରେ ଏହାକୁ ସମର୍ଥନ କରୁଛି ତାହା ବୁଝାପଡ଼ୁନି। ସେମାନେ ଏହାକୁ...

ଆଇନଶୃଙ୍ଖଳା ପରିସ୍ଥିତି ନ ସୁଧୁରିଲେ ଆନ୍ଦୋଳନ: ବିଜେଡି

ଭୁବନେଶ୍ୱର,୨୫।୧୧(ଅନିଲ ଦାସ): ରାଜ୍ୟରେ ଭାଜପା କ୍ଷମତାକୁ ଆସିବାର ୫ ମାସ ପୂରିଯାଇଥିଲା ବେଳେ ଆଇନ ଶୃଙ୍ଖଳା କେବଳ ବିପର୍ଯ୍ୟସ୍ତ ହୋଇନି, ରାଜ୍ୟ ପୋଲିସ ବାହିନୀକୁ ସରକାରୀ...

ସୁଜୁକି ଇଣ୍ଡିଆର ମାଇଲେଜ ରାଲି

ଭୁବନେଶ୍ୱର,୨୫।୧୧ (ଅଭୟ ଦାଶ): ସୁଜୁକି ମୋଟରସାଇକେଲ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ମାଇଲେଜ ରାଲି’ ର ଶୁଭାରମ୍ଭ ସର୍ବଭାରତୀୟ ସ୍ତରରେ ଆରମ୍ଭ କରାଯାଇଛି।...

ବଜାରରେ ରୟାଲ ଏନ୍‌ଫିଲ୍ଡର ଗୁଆନ କ୍ଲାସିକ ୩୫୦

ଭୁବନେଶ୍ୱର,୨୫।୧୧: ଦେଶର ପ୍ରମୁଖ ପ୍ରିମିୟମ୍‌ ବୁଲେଟ୍‌ ବ୍ରାଣ୍ଡ ତଥା ରୟାଲ ଏନ୍‌ଫିଲ୍ଡର ଅଲ ନ୍ୟୁ ଗୁଆନ କ୍ଲାସିକ ୩୫୦’ର ସର୍ବଭାରତୀୟ ଅନାବରଣ ଉତ୍ସବ ସହ ବଜାର...

ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଯବାନଙ୍କ ପାଦ ଛିଣ୍ଡିଲା

ମାଲକାନଗିରି,୨୪ା୧୧(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ସୁକମା ଜିଲାରେ ଯବାନମାନେ କୋମ୍ବିଂ ସମୟରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ଜଣେ ଯବାନଙ୍କ ପାଦ ଛିଣ୍ଡି ଗୋଡ଼ରୁ ଅଲଗା ହୋଇଯାଇଛି। ସେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri