ଶିକ୍ଷା ହିଁ ସାମାଜିକ ବିପର୍ଯ୍ୟୟରୁ ମୁକ୍ତିର ବାଟ

ବଲାଙ୍ଗୀର ଅଫିସ, ୪ା୬
ଆମ ସମାଜରେ ଅନେକ ବିପର୍ଯ୍ୟୟ ଦେଖିବାକୁ ମିଳୁଛି ା ଏହା ଆମ ସାମାଜିକ ଜୀବନକୁ ପ୍ରଭାବିତ କରୁଛି ା ତେବେ ଏଥିରୁ ମୁକ୍ତିର ଏକମାତ୍ର ବାଟ ହେଉଛି ଉପଯୁକ୍ତ ଶିକ୍ଷା ବ୍ୟବସ୍ଥା ଦ୍ୱାରା ବ୍ୟକ୍ତି ଜୀବନକୁ ସଂଗଠିତ କରିବା ା ଏହି ଗୁରୁତ୍ୱପୂର୍ଣ୍ଣ କାମଟି ଉପଯୁକ୍ତ ଶିକ୍ଷା ଦ୍ୱାରା ହିଁ ସମ୍ଭବ ହୋଇପାରିବ ବୋଲି ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ଓଁଙ୍କାର ପାଣିଗ୍ରାହୀ ସ୍ମାରକୀ ବକ୍ତୃତାରେ ମୁଖ୍ୟଅତିଥି ପ୍ରଫେସର ଡ ମଧୁସୂଦନ ପତି କହିଛନ୍ତି ା ଜିଲା ଲେଖକ ପରିଷଦ ତରଫରୁ ସାମ୍ବାଦିକ ଭବନଠାରେ ଆୟୋଜିତ ଏହି ସ୍ମାରକୀ ବକ୍ତୃତାରେ ‘ଫୁଟପାଥ୍‌ର ଆଖିରେ ସତ୍ତା ଓ ଶାସିତ’ ଶୀର୍ଷକରେ ଆଲୋଚନା ଅନୁଷ୍ଠିତ ହୋଇଥିଲା ା ଏଥିରେ ମୁଖ୍ୟଅତିଥି ଭାବେ ପ୍ରଫେସର ପତି, ମୁଖ୍ୟବକ୍ତା ଡୁଙ୍ଗୁରିପାଲି ମହାବିଦ୍ୟାଳୟ ଇତିହାସ ବିଭାଗ ଅଧ୍ୟାପକ କିଶୋର ମେହେର ଓ ସଂଯୋଜକ ଡ. ସନ୍ତୋଷ କୁମାର ରଥ ମଞ୍ଚାସୀନ ଥିଲେ ା ପ୍ରଥମେ ସ୍ବର୍ଗତ ଓଁଙ୍କାର ପାଣିଗ୍ରାହୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ା ଅତିଥି ଓ ତାଙ୍କ ପରିବାର ଲୋକେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ା ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ସ୍ବାଗତ ବକ୍ତବ୍ୟ ଦେଇଥିଲେ ା କିଶୋର କୁମାର ମିଶ୍ର ସ୍ବର୍ଗତ ଓଁଙ୍କାର ପାଣିଗ୍ରାହୀଙ୍କ ସମ୍ପର୍କରେ ବକ୍ତବ୍ୟ ରଖି ତାଙ୍କ ସାହିତି୍ୟକ ଜୀବନ ଓ ସମାଜସେବା କ୍ଷେତ୍ର ଉପରେ କହିଥିଲେ ା ଅଳ୍ପ ବୟସରେ ଓଁଙ୍କାର ଆରପାରିକୁ ଚାଲିଯାଇଥିଲେ ମଧ୍ୟ ବଲାଙ୍ଗୀରର ବୌଦ୍ଧିକ ଜୀବନକୁ ସେ କିଭଳି ପ୍ରଭାବିତ କରିଥିଲେ ସେ ସମ୍ପର୍କରେ ଆଲୋକପାତ କରିଥିଲେ ା ମୁଖ୍ୟବକ୍ତା ମେହେର ତାଙ୍କ ବକ୍ତବ୍ୟରେ ବର୍ତ୍ତମାନ ଗଣତାନ୍ତ୍ରିକ ବ୍ୟବସ୍ଥା କିଭଳି ସଙ୍କଟ ଦେଇ ଗତି କରୁଛି ତାହା ଉପରେ ଆଲୋଚନା କରିଥିଲେ ା ବଜାର ଅର୍ଥନୀତି ଓ ବଜାର ସମାଜ ଭିତରେ ରହିଥିତ୍ବା ତାରତମ୍ୟ ଓ ଏହାଦ୍ୱାରା ଆମ ସାମାଜିକ ଜୀବନରେ କିଭଳି ପ୍ରଭାବ ପଡୁଛି କହିଥିଲେ ା ବିଭିନ୍ନ ପ୍ରକାର ସ୍କୁଲ ରହିବା ଦ୍ୱାରା ଆମେ ସମାଜ ଭିତରେ କିଭଳି ଭିନ୍ନ ପ୍ରକାରର ଛାତ୍ର ଓ ବିଶେଷକରି ମଣିଷ ତିଆରି ସମାଜକୁ ବିଭାଜିତ କରୁଛୁ କହିଥିଲେ ା ଘରୋଇ ସ୍କୁଲର ତଥାକଥିତ ଆଭିଜାତ୍ୟ ଶ୍ରେଣୀର ଛାତ୍ରୀଛାତ୍ର ଓ ସରକାରୀ ସ୍କୁଲର ବଞ୍ଚତ୍ତ ଗରିବ ଶ୍ରେଣୀର ସ୍କୁଲ ଛାତ୍ରୀଛାତ୍ରଙ୍କ ମଧ୍ୟରେ ସମନ୍ବୟ ଓ ମିଳାମିଶା ଉଦ୍ୟମ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ା ଏହା ନହେଲେ ସାମାଜିକ ତାରତମ୍ୟ ଆଗକୁ ଆହୁରି ବଢ଼ିବ ବୋଲି ସେ ଚେତାବନୀ ଦେଇଥିଲେ ା ମୁଖ୍ୟଅତିଥି ପ୍ରଫେସର ପତି ତାଙ୍କ ବକ୍ତବ୍ୟରେ ଗଣତାନ୍ତ୍ରିକ ମୂଲ୍ୟବୋଧର ଅବକ୍ଷୟ ହିଁ ଆମକୁ ବିପଥଗାମୀ କରୁଛି ବୋଲି କହିଥିଲେ ା ବ୍ୟକ୍ତି ନିଜେ ଏକ ଶୁଦ୍ଧପୂତ ଜୀବନ ଜୀଇଁବାକୁ ଚେଷ୍ଟା ନକଲେ ସାମାଜଟି ଆପେ ଶୁଦ୍ଧ ଓ ସଂସ୍କାରିତ ହେବନାହିଁ ବୋଲି ସେ କହିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

କାର୍‌ରୁ ମିଳିଲା ୧୬୬ କେଜି ରୁପା

ସମ୍ବଲପୁର,୧୬।୧୦(ପ୍ରମୋଦ ବହିଦାର): ଆଳୁ ଖୋଳୁଖୋଳୁ ମହାଦେବ ମିଳିଲା ଭଳି ଗଞ୍ଜେଇ ଯାଞ୍ଚ ବେଳେ ଅବକାରୀ ବିଭାଗକୁ ମିଳିଛି ବିପୁଳ ପରିମାଣର ରୁପା ସାମଗ୍ରୀ। ମଙ୍ଗଳବାର ସକାଳେ...

ମହାନଦୀରେ ବୁଡ଼ି ୨ନାବାଳକ ନିଖୋଜ

ସମ୍ବଲପୁର,୧୨।୧୦(ଭବାନୀ ଶଙ୍କର ଭୋଇ): ସମ୍ବଲପୁର ସହରର ବଡବଜାରସ୍ଥିତ ମହାନଦୀ ସଡ଼କ ଘାଟରେ ଶୁକ୍ରବାର ପାଣିରେ ବୁଡ଼ି ୨ ନାବାଳକ ନିଖୋଜ ହୋଇଛନ୍ତି। ନାବାଳକ ଦ୍ୱୟ ହେଲେ...

ବୁର୍ଲା କନଷ୍ଟେବଳଙ୍କ ଆକ୍ରମଣକାରୀଙ୍କୁ ପୋଲିସର ଏନ୍‌କାଉଣ୍ଟର, ଜଙ୍ଗଲରେ ଲୁଚିଥିବାବେଳେ…

ସମ୍ବଲପୁର,୧୦ା୧୦(ପ୍ରମୋଦ ବହିଦାର): ପୋଲିସ କନଷ୍ଟେବଳଙ୍କୁ ଆକ୍ରମଣ କରି ପାପୁଲି ଛିଣ୍ଡାଇଥିବା ଅଭିଯୁକ୍ତ କମଲୁ ପ୍ରଧାନ ପୋଲିସ ଏନ୍‌କାଉଣ୍ଟରେ ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଗୁରୁବାର...

ଆଇସିୟୁରେ ଶେଷନିଃଶ୍ୱାସ ନେଉଛି ବିଜେଡି: ଜୟନାରାୟଣଙ୍କୁ ପାଲଟା ଜବାବ ଦେଲେ ରୋହିତ

ସମ୍ବଲପୁର, ୧୦।୧୦(ଭବାନୀ ଶଙ୍କର ଭୋଇ):କିଛିଦିନ ପୂର୍ବରୁ ଯୁଯୋମୁରାଠାରେ ବିଜେଡି ଜନସମ୍ପର୍କ ପଦଯାତ୍ରାବେଳେ ସମ୍ବଲପୁର ଜିଲା ବିଜେଡି ସଭାପତି ରୋହିତ ପୂଜାରୀ କହିଥିଲେ, ରାଜ୍ୟର ଭାଜପା ସରକାର...

ମାଟ୍ରିକ୍‌ ପରୀକ୍ଷା ନାମ ପଞ୍ଜୀକରଣରେ ଆଧାର ବାଧକ

ସମ୍ବଲପୁର, ୯ା୧୦(ଭବାନୀ ଶଙ୍କର ଭୋଇ):ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ ପରୀକ୍ଷା ପାଇଁ ନବମ ଶ୍ରେଣୀଠାରୁ ଛାତ୍ରୀଛାତ୍ରଙ୍କର ପଞ୍ଜୀକରଣ କରାଯିବା ବ୍ୟବସ୍ଥା ରହିଛି। ଚଳିତବର୍ଷ...

ମୁହାଁମୁହିଁ ଧକ୍କା ପରେ ଜଳିଗଲା ଟ୍ରକ, କଣ୍ଟେନର: ଦୁଇ ଡ୍ରାଇଭର ଜୀବନ୍ତ ଦଗ୍ଧ!

କୁଚିଣ୍ଡା, ୬ା୧୦(ରାଧାମୋହନ ଷଡ଼ଙ୍ଗୀ): ଏକ ଦୁଃଖଦ ଦୁର୍ଘଟଣାରେ ରବିବାର ସନ୍ଧ୍ୟାରେ କୁଚିଣ୍ଡାର ଏଜତୀୟ ରାଜପଥ-୫୩ ରେ ଜମନକିରା ପୋଲିସ ଅନ୍ତର୍ଗତ କାଦଲିପାଲା ଅଞ୍ଚଳ ନିକଟରେ ଏକ...

କନଷ୍ଟେବଳଙ୍କୁ ହାଣି ପାପୁଲି ଛିଡ଼ାଇ ନେଲେ ଦୁର୍ବୃତ୍ତ

ସମ୍ବଲପୁର,୪।୧୦: କନଷ୍ଟେବଳଙ୍କୁ ହାଣି ପାପୁଲି ଛିଡ଼ାଇ ନେଲେ ଦୁର୍ବୃତ୍ତ। ଏଭଳି ଅଭାନୀୟ ଘଟଣା ଘଟିଛି ବୁର୍ଲା ଥାନା ଝରାପାଲି ଗାଁରେ । ପୋଲିସ ଉପରେ ହୋଇଛି...

ସମ୍ବଲପୁର ଜେଲ୍‌ରେ ରେଡ୍‌

ସମ୍ବଲପୁର,୪ା୧୦: ସମ୍ବଲପୁର ମଣ୍ଡଳ କାରାଗାରରେ ଅଚାନକ ରେଡ୍‌। ହୋଇଛି। ଶୁକ୍ରବାର ଭୋର୍‌ ୪ଟାରୁ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଏହି ଚଢ଼ାଉ କରାଯାଇଛି। ପୋଲିସ ଫୋର୍ସ ସହ ସମ୍ବଲପୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri