ଶିକ୍ଷିତ ଯୁବତୀଙ୍କୁ ପାଠପଢ଼ା ଦାୟିତ୍ୱ ଦେଲେ ଗ୍ରାମବାସୀ

ବାଲିଆ,୨୩ା୮(ସ୍ବ.ପ୍ର.):ବିରିଡି ବ୍ଲକ ବତିମିରା ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ପ୍ରାୟ ୨ କିଲୋମିଟର ଦୂରରେ ଥିବା ରାଜକୃଷ୍ଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣ କରାଯାଇଛି। ଏହାପରେ ଚଳିତ ଶିକ୍ଷା ବର୍ଷରୁ ଶିକ୍ଷକମାନଙ୍କୁ ଉକ୍ତ ବିଦ୍ୟାଳୟରୁ ଅପସାରଣ କରି ନିଆଯାଇଛି। ଅପରପକ୍ଷେ ଗ୍ରାମବାସୀ ଓ ଅଭିଭାବକଙ୍କ ପକ୍ଷରୁ ଏହି ନିଷ୍ପତ୍ତିକୁ ବିରୋଧ କରାଯାଇଛି। ସେମାନେ ପିଲାମାନଙ୍କୁ ଦୂରରେ ଥିବା ରାଜକୃଷ୍ଣ ବିଦ୍ୟାଳୟକୁ ଛାଡିବେ ନାହିଁ ବୋଲି ଜିଦ୍‌ଧରି ବସିଛନ୍ତି। ଏନେଇ ଗ୍ରାମବାସୀ ଏକତ୍ରିତ ହୋଇ ପିଲାମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସେହି ଗାଁର ୨ ଜଣ ଶିକ୍ଷିତ ଯୁବତୀଙ୍କୁ ପାଠପଢା ଦାୟିତ୍ୱ ଦେଇଛନ୍ତି। ଏବେ ସ୍କୁଲ ବାରଣ୍ଡାରେ ପାଠପଢା ଚାଲିଛି।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଚଳିତ ଶିକ୍ଷାବର୍ଷରେ ବତୀମିରା ପ୍ରାଥମିକ ବିଦ୍ୟାଳୟରେ ୨୩ ଜଣ ଛାତ୍ରୀଛାତ୍ର ପଢ଼ୁଥିଲେ। ମାତ୍ର ୨୦୧୯ -୨୦ ଶିକ୍ଷା ବର୍ଷ ଆଧାରରେ ଏହି ବିଦ୍ୟାଳୟରେ କମ୍‌ ପିଲା ଥିବା ଦର୍ଶାଇ ଶିକ୍ଷା ବିଭାଗ ପକ୍ଷରୁ ବିଦ୍ୟାଳୟକୁ ଅନ୍ୟତ୍ର ମିଶ୍ରଣ କରିଦିଆଯାଇଛି। ଅପରପକ୍ଷେ ଯେଉଁ ବିଦ୍ୟାଳୟରେ ଏହାକୁ ମିଶ୍ରଣ କରାଯାଇଛି ତାହା ଅଧିକ ବାଟ ହୋଇଥିବାବେଳେ ରାସ୍ତା ପିଲାଙ୍କ ପାଇଁ ସୁରକ୍ଷିତ ନୁହେଁ। କାରଣ ରାଜକୃଷ୍ଣ ବିଦ୍ୟାଳୟକୁ ଯିବା ରାସ୍ତାରେ ଅନେକ ଗାଡି ମୋଟର ଯାତାୟାତ କରେ। ଏପରି କି ରାସ୍ତା କଡ଼ରେ କେନାଲ ମଧ୍ୟ ରହିଛି। ପାଠପଢ଼ିବାକୁ ଏତେଦୂରକୁ ପିଲାମାନଙ୍କୁ ପଠାଇବା ଅସମ୍ଭବ ବୋଲି ବତୀମିରା ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରଞ୍ଜନ ପାଣି, ଚିତ୍ତରଞ୍ଜନ ଲେଙ୍କା, ଈଶ୍ୱର ସେଠୀ, ନିରଞ୍ଜନ ପାଣି, କ୍ଷୀରୋଦ ମହାନ୍ତି, ରୋହିତ ମହାପାତ୍ର, ମନୋରଞ୍ଜନ ମହାନ୍ତି, ପ୍ରତାପ ଲେଙ୍କା, ବୀରବର ପାଣି, ଜଗନ୍ନାଥ ବେହେରା, ପ୍ରଶାନ୍ତ ପାଣି, ବଂଶୀଧର ପାଣି ପ୍ରମୁଖ କହିଛନ୍ତି। ଏ ସମ୍ପର୍କରେ ବ୍ଲକ ଶିକ୍ଷାଧିକାରୀ ସର୍ବେଶ୍ୱର ବିଶ୍ୱାଳ କହିଛନ୍ତି, ବିଦ୍ୟାଳୟ ମିଶ୍ରଣ ନିଷ୍ପତ୍ତି ସରକାରୀସ୍ତରରେ ହୋଇଛି। ଏଥିରେ ଆମେ କିଛି କରିପାରିବୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ବୈତରଣୀରେ ମକରବୁଡ଼ ପକାଇବେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୧୪/୧ (ନରେଶ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର):କେନ୍ଦୁଝର ମାଟିର ସନ୍ତାନ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମକର ସଂକ୍ରାନ୍ତି ଅବସରରେ ୩ ଦିନିଆ କେନ୍ଦୁଝର ଗସ୍ତରେ...

ଚାକିରି କରାଇଦେବା ନେଇ ଲୁଟି ନେଲେ ୧୮.୭୦ ଲକ୍ଷ ଟଙ୍କା, ୨ ଦମ୍ପତି ଗିରଫ

ହିଞ୍ଜିଳିକାଟୁ, ୧୪ା୧(ଦ୍ବିତୀକୃଷ୍ଣ ପଣ୍ଡା): ଚାକିରି କରାଇଦେବା ନା’ରେ ଲୋକଙ୍କୁ ଠକିଥିବା ୨ ଦମ୍ପତିଙ୍କୁ ଉତ୍ୟକ୍ତ ଲୋକମାନେ ହିଞ୍ଜିଳି ଥାନାରେ ଦେବା ପରେ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ...

ଯୁବଗୋଷ୍ଠୀ ଏକତ୍ରିତ ହେଲେ ଅଞ୍ଚଳର ପରିବର୍ତ୍ତନ ଆସେ

ଜୁନାଗଡ଼,୧୪।୧(ସୁନୀଲ କୁମାର ସିଂହ):କଳାହାଣ୍ଡିର ଲୋକକଳା,ଲୋକସଂସ୍କୃତି, ପରମ୍ପରା ଓ ମନୋରଞ୍ଜନର ଏକ ଅନନ୍ୟ ସଙ୍ଗମ ‘ଚିଙ୍ଗୁଡିସର ଲୋକମହୋତ୍ସବ’ ମହାସମାରୋହରେ ଉଦଘାଟିତ ହୋଇଯାଇଛି। ସ୍ଥାନୀୟ ବିବେକାନନ୍ଦ ୟୁଥ କ୍ଲବର...

ଏହି ୩ ଜିଲାରେ ହେବ ଘନ କୁହୁଡ଼ି: ୟେଲୋ ଓ୍ବାର୍ନିଂ ସତର୍କ

ଭୁବନେଶ୍ୱର,୧୩ା୧(ଅନୁରାଧା ମହାରଣା): ରାଜ୍ୟରେ ଶୀତ ଲହରି ଜାରି ରହିଛି। ରବିବାର ସର୍ବାଧିକ ତାପମାତ୍ରା ୩୧.୦ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଥିବାବେଳେ ସର୍ବନିମ୍ନ ତାପମାତ୍ରା ୧୦.୦ ଡିଗ୍ରୀ...

ଆଜି ପବିତ୍ର ମକର ସଂକ୍ରାନ୍ତି: ଉତ୍ତରାୟଣରେ ଗତି କରିବେ ସୂର୍ଯ୍ୟଦେବ

ଭୁବନେଶ୍ୱର,୧୪ା୧: ଆଜି ହେଉଛି ପବିତ୍ର କୃଷି ଭିତ୍ତିକ ପର୍ବ ମକର ସଂକ୍ରାନ୍ତି। ଏହି ଅବସରରେ କୃଷକମାନେ ଉତ୍ପାଦିତ ନୂଆ ଧାନକୁ ଭବିଷ୍ୟତ ପାଇଁ ସୁରକ୍ଷିତ ରଖିବା...

ଭଦ୍ରକ ଜିଲା ଭାଜପା ସଭାପତି ପଦ ପାଇଁ ଛକାପଞ୍ଝା

ଭଦ୍ରକ,୧୪।୧(ସନାତନ ରାଉତ): ଓଡ଼ିଶାରେ ଭାଜପା ଏକାକୀ ପ୍ରଥମଥର ପାଇଁ ସରକାର ଗଠନ କରିବା ପରେ ଏବେ ସାଙ୍ଗଠନିକ ପଦପଦବୀ ଚୟନ ଚାଲିଛି। ଭଦ୍ରକ ଜିଲାରେ ସଭାପତି...

ଅର୍ଚ୍ଚନାଙ୍କ ପରେ ହଂସିତା 

ଭୁବନେଶ୍ୱର,୧୪।୧(ଜିତେନ୍ଦ୍ର କୁମାର ନାୟକ): ଦୁଇ ବର୍ଷ ତଳେ ଅର୍ଚ୍ଚନା ନାଗଙ୍କ କାରନାମା ନେଇ ରାଜ୍ୟ ହୁଲ୍‌ସ୍ଥୂଲ୍‌ ହୋଇଥିଲା। କଳାହାଣ୍ଡିରୁ ଆସିଥିବା ଅର୍ଚ୍ଚନା ୨୦୧୫ରେ ଭୁବନେଶ୍ୱର ଆସି...

ସୁନାବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପୁରୀ,୧୪ା୧(ଅଜିତ୍‌ କୁମାର ମହାନ୍ତି): ପବିତ୍ର ପୌଷ ପୂର୍ଣ୍ଣମୀ ଅବସରରେ ସୋମବାର ଶ୍ରୀମନ୍ଦିରରେ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରତ୍ନସିଂହାସନରେ ଶ୍ରୀବିଗ୍ରହମାନେ ରାଜରାଜେଶ୍ୱର ବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri