ଚଣ୍ଡିଗଡ଼,୨୬।୬: ପଞ୍ଜାବର ଲୁଧିୟାନାରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଥିବା ଏକ ପୁରାତନ ଶିବ ମନ୍ଦିରର ଖନନ ବେଳେ ମାଟି ତଳୁ ଜୀବନ୍ତ ନାଗସାପ ଯୋଡ଼ା ମିଳିଛନ୍ତି। ମନ୍ଦିରରେ ଥିବା ଶିବଲିଙ୍ଗ ଭାଙ୍ଗିରୁଜି ଯାଇଥିବାରୁ ଏହାକୁ ବାହାର କରି ସେଠାରେ ନୂଆ ଶିବଲିଙ୍ଗ ସ୍ଥାପନ ପାଇଁ ଖନନ କରାଯାଉଥିଲା। ଜୀବନ୍ତ ସାପଯୋଡ଼ା ଅଚେତ ଅବସ୍ଥାରେ ଥିବା କୁହାଯାଉଛି। ନାଗଯୋଡ଼ାକୁ ବାହାର କରି ପୁଣି ଖନନ କରାଯିବାରୁ ୫ ଛୋଟ ଶିବଲିଙ୍ଗ ସହିତ ଇଷ୍ଟ ଇଣ୍ଡିଆ କମ୍ପାନୀ ଦ୍ୱାରା ପ୍ରଚଳିତ କିଛି ମୁଦ୍ରା ମିଳିଥିବା କୁହାଯାଉଛି। ଏହି ମୁଦ୍ରାଗୁଡ଼ିକରେ ୧୬୧୬ ମସିହା ଖୋଦିତ ରହିଛି। ମାଟିତଳୁ ମିଳିଥିବା ଏସବୁକୁ ଦେଖିବା ପାଇଁ ଶ୍ରଦ୍ଧାଳୁମାନେ ମନ୍ଦିରକୁ ଆସୁଥିବା କୁହାଯାଉଛି।