ଶିଳ୍ପ ଜଗତ ଲାଗି ପ୍ୟାକେଜ ଶୀଘ୍ର

ନୂଆଦିଲ୍ଲୀ,୧। ୪: କରୋନା ପ୍ରଭାବକୁ କମ୍‌ କରିବା ଲାଗି ସରକାର ନିକଟରେ ୧.୭ ଲକ୍ଷ କୋଟିର ଏକ ପ୍ୟାକେଜ ଘୋଷଣା କରିଛନ୍ତି। ଏହି ପ୍ୟାକେଜ ବିଶେଷ କରି ଲୋକମାନଙ୍କ ପାଇଁ ଆସିଛି। ଶିଳ୍ପ ଜଗତ ଉପରେ ଏବେ କରୋନା ଭୂତାଣୁର ପ୍ରଭାବ ରହିଥିବା ବେଳେ ଲକ୍‌ଡାଉନ ଯୋଗୁ ଦେଶ ମଧ୍ୟରେ ଆର୍ଥତ୍କ କାର୍ଯ୍ୟକଳାପ ଠପ୍‌ ହୋଇ ଯାଇଛି। ୨୧ ଦିନର ଲକ୍‌ଡାଉନ ସମୟରେ ଘରୋଇ ବଜାରକୁ ପ୍ରାୟ ୯ ଲକ୍ଷ କୋଟି ଟଙ୍କାର କ୍ଷତି ସହିବାକୁ ପଡିବ ବୋଲି ଏକ ପ୍ରାରମ୍ଭିକ ଆକଳନରେ କୁହାଯାଇଛି। ଏପଟେ ଶିଳ୍ପ ଜଗତ ଲାଗି କୌଣସି ପ୍ୟାକେଜ ଘୋଷଣା ହୋଇନାହିଁ। କୋଭିଡ-୧୯ ଦ୍ୱାରା ପ୍ରଭାବିତ ଶିଳ୍ପ କ୍ଷେତ୍ରକୁ ସହାୟତା କରିବା ଲାଗି ସରକାର ଶୀଘ୍ର ପ୍ୟାକେଜ ଘୋଷଣା କରିପାରନ୍ତି ବୋଲି ଶୁଣାଯାଉଛି। ଏହି ସମୟରେ ଶିଳ୍ପ ଜଗତକୁ ଟିକସ ରିହାତି ପ୍ରଦାନ କରାଯାଇପାରେ ବୋଲି ଆଶା କରାଯାଉଛି।
କୋଭିଡ-୧୯ ଲାଗି ଅଣୁ,କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ), ସର୍ଭିସ ଏବଂ ରପ୍ତାନି କ୍ଷେତ୍ର ବେଶି କ୍ଷତିଗ୍ରସ୍ତ ହୋଇଛି। ବିଭିନ୍ନ ଋଣ ପ୍ରଦାନକାରୀ ସଂସ୍ଥା ସହାୟତା ଲାଭ କରିବା ଲାଗି ଭାରତ ସରକାର ଜାତିସଂଘ ସହ ଆଲୋଚନା ଆରମ୍ଭ କରିଛନ୍ତି। ଏହା ଦ୍ୱାରା ଆବଶ୍ୟକ ସ୍ବାସ୍ଥ୍ୟ ଭିତ୍ତିଭୂମି ସ୍ଥାପନ ବାଦ ଅନ୍ୟ କିଛି କ୍ଷେତ୍ରକୁ ସହାୟତା ଯୋଗାଇ ଦେବା ନେଇ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏହି ଦିଗରେ ସରକାର କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଏହି ଯୋଜନା ଉପରେ ବିସ୍ତୃତ ଘୋଷଣା ଶୀଘ୍ର ହେବ ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଅନ୍ୟ ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ, ରପ୍ତାନି କ୍ଷେତ୍ରରେ ପରଫରମାନ୍ସ ଭିତ୍ତିକ ପ୍ରୋତ୍ସାହନ ପ୍ୟାକେଜ ଆସିପାରେ। ସୂଚନା ଯୋଗ୍ୟ ମାର୍ଚ୍ଚ ୨୫ରେ ଘୋଷଣା ହୋଇଥିବା ଲକ୍‌ଡାଉନ ପାଇଁ ରପ୍ତାନି, ରିଟେଲ, କଞ୍ଜ୍ୟୁମର ଡ୍ୟୁରେବଲ ସମେତ ବିମାନ, ହସ୍ପିଟାଲିଟି, ଫୁଡ, ଟ୍ରାଭେଲ ଏବଂ ଟୁରିଜିମ କ୍ଷେତ୍ର କ୍ଷତିଗ୍ରସ୍ତ ହୋଇଛି।
ବେଶି କ୍ଷତିଗ୍ରସ୍ତ ହୋଇଥିବା କ୍ଷେତ୍ରଗୁଡିକ ପ୍ୟାକେଜ ମଧ୍ୟରେ ସାମିଲ କରାଯିବ। ଏହି ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ସ୍ବରୂପ ଏବେ ଅର୍ଥ ମନ୍ତ୍ରଣାଳୟ, ଅଂଶୀଦାର ମନ୍ତ୍ରଣାଳୟ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍‌ଓ) ଆଲୋଚନା କରୁଥିବା ଅଧିକାରୀ କହିଛନ୍ତି। ନିକଟରେ ସୀତାରାମନ ଘୋଷଣା କରିଥିବା ପ୍ୟାକେଜରେ ଖାଦ୍ୟଶଷ୍ୟ ଏବଂ ଜରୁରି ଭିତ୍ତିରେ ଅର୍ଥରାଶିକୁ ସାମିଲ କରାଯାଇଛି। ରିଜର୍ଭ ବ୍ୟାଙ୍କ ଶୁକ୍ରବାର କିଛି ପଦକ୍ଷେପ ଘୋଷଣା କରିଛି। ଏହା ୭୫ ବେସିସ ପଏଣ୍ଟ ରେପୋ କମାଇବା ସହ କ୍ୟାଶ ରିଜର୍ଭ ରେସିଓରେ ୧୦୦ ବେସିସ ପଏଣ୍ଟ ହ୍ରାସ କରିଛି। ମିଆଦି ଋଣ ଉପରେ ୩ ମାସର ଆଶ୍ୱସ୍ତି ପ୍ରଦାନ କରାଯାଇଛି। ପ୍ୟାକେଜ ଆସିଲେ ଏହା ଶିଳ୍ପ ଜଗତକୁ ଟ୍ରାକ୍‌କୁ ଫେରିବାରେ ସହାୟକ ହେବ ବୋଲି ବଜାର ବିଶେଷଜ୍ଞମାନେ ଆଶା ପ୍ରକଟ କରିଛନ୍ତି।
୨ ଲକ୍ଷ କୋଟିର ପ୍ୟାକେଜ ନେଇ ଶିଳ୍ପ ଆଶାବାଦୀ
ସରକାରଙ୍କ ଆର୍ଥତ୍କ ପ୍ରୋତ୍ସାହନ ପ୍ୟାଜେକ ଦେଶର ଜିଡିପିର ୧% ବା ୨ ଲକ୍ଷ ହେଉ ବୋଲି ଶିଳ୍ପଜଗତ ଆଶାବାଦି ରହିଛି। ଏହାବାଦ ଦୀର୍ଘ କାଳୀନ ପୁଞ୍ଜି ପ୍ରାପ୍ତି ଟିକସ ହ୍ରାସଏବଂ ରପ୍ତାନି କ୍ଷେତ୍ରକୁ ପ୍ରୋତ୍ସାହନ ପ୍ୟାକେଜ ପ୍ରଦାନ କରାଯିବା ନେଇ ଇଣ୍ଡିଆ ଇଙ୍କ ଆଶା ରଖିଛି। ଏଭଳି ସ୍ଥିତିରେ ଅଧିକାଂଶ ରେଟିଂ ଏଜେନ୍ସି ଭାରତର ବିକାଶ ଅନୁମାନକୁ କମାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ବଜାରରେ ଏଚ୍‌ପିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍‌ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଅଫିସ୍‌...

ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନର ଶୁଭାରମ୍ଭ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍ସୁରାନ୍ସର ନୂତନ ଉତ୍ପାଦ ‘ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନ’ ପ୍ଲାନ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହା ଏକ...

ମଉଳୁଛି ପେଟ୍ରୋଲ, ଡିଜେଲ ଶସ୍ତା ହେବା ଆଶା

ଭୁବନେଶ୍ୱର,୨୦।୯ (ଅନୁରାଧା ମହାରଣା):ନିକଟରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇବା ପରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା।...

କୋଟି କୋଟି ଟଙ୍କାର ବ୍ୟବସାୟ ଛାଡି ରିଲାଏନ୍ସରେ ଦେଇଥିଲେ ଯୋଗ, ଏବେ କମ୍ପାନୀର…

ନୂଆଦିଲ୍ଲୀ,୧୯।୯: ଜୟକର୍ପ ଲିମିଟେଡର ଚେୟାରମ୍ୟାନ୍‌ ଆନନ୍ଦ ଜେନ ରିଅଲ ଇଷ୍ଟେଟ, ବିତ୍ତ ଓ ପୁଞ୍ଜି ବଜାର ସହିତ ଅନ୍ୟ ଉଦ୍ୟୋଗରେ ୩୦ବର୍ଷର ଅନୁଭବ ରଖିଛନ୍ତି। ତେବେ...

ପାର୍ବଣ ସମୟରେ ନିୟନ୍ତ୍ରଣରେ ରହିବ ଦରଦାମ୍: ଆଶ୍ୱସ୍ତ କଲେ ସରକାର

ନୂଆଦିଲ୍ଲୀ,୧୮ା୯: ସରକାର ନାଗରିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆଗାମୀ ପାର୍ବଣ ଋତୁରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ ନାହିଁ। ବଢୁଥିବା ଦରଦାମ୍ ଏବେ ଲୋକମାନଙ୍କର...

ଜିଡିପିରେ ଓଡ଼ିଶାର ଜବରଦସ୍ତ ଉନ୍ନତି: ପଛରେ ପଡିଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଦାରୀକରଣ ପରେ ଦକ୍ଷିଣ ରାଜ୍ୟଗୁଡ଼ିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri