Posted inଫୁରସତ

ଶିଶୁକନ୍ୟାଙ୍କ ଜୀବନ ନେଲା ମାଆଙ୍କ ଚୁମ୍ବନ

ଆମେରିକା: ନିଜ ସନ୍ତାନକୁ ଜଣେ ମାଆ ଚୁମ୍ବନ ଦେବା ବା ଗେଲ କରିବା ସାଧାରଣ କଥା। ମାତ୍ର ଏହା କେତେ କ୍ଷତିକାରକ ତାହା ସାମ୍ନାକୁ ଆସିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ଆମେରିକାର ମେଡିକାଲ ସାଇନ୍ସ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟରୁ ପ୍ରକାଶ ଯେ, ଜଣେ ମାଆ ୮ ଦିନର ସନ୍ତାନକୁ ଚୁମ୍ବନ ଦେବାରୁ ଶିଶୁଟିର ମୁତ୍ୟୁ ଘଟିଛି। ସମସ୍ତେ ଜାଣିଛନ୍ତି ନବଜାତକମାନେ କେତେ ସେନ୍‌ସିଟିଭ୍‌। ତାଙ୍କର ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବା ନିହାତି ଜରୁରୀ। କିନ୍ତୁ ସାମାନ୍ୟ ଅବହେଳା ଯୋଗୁ ଏହା ଘାତକ ସାଜିପାରେ ବୋଲି ସ୍ପଷ୍ଟ ଜଣାପଡ଼ିଛି। ଆମେରିକାର ୧୯ ବର୍ଷୀୟା ଏବିଗେଲ୍‌ ଏକ ସୁସ୍ଥ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ମାତ୍ର ୮ ଦିନ ପରେ ଏହି ଶିଶୁକନ୍ୟାଟିର ମୃତ୍ୟୁ ଘଟିଛି। ଡାକ୍ତର ପରୀକ୍ଷା ନିରୀକ୍ଷା କରିବାରୁ ଶିଶୁକନ୍ୟାକୁ ଏଚ୍‌ଏସ୍‌ଭି-୧ ଏକ ଭାଇରାସ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ଡାକ୍ତରଙ୍କ କହିବା ଅନୁସାରେ, ଏହା ଛୁଇଁବା ବା ଚୁମ୍ବନ ଦେବାରୁ ହୋଇଥାଏ। ଏହି ଭାଇରସ ହାଡ଼ ଭିତରେ ଲୁଚି ରହିଥାଏ। ଧୀରେ ଧୀରେ ମସ୍ତିଷ୍କରେ ପ୍ରବେଶ କରିଥାଏ। ପରେ ଜୀବନ ନେଇଯାଇଥାଏ। ଯାହା ଏହି ଶିଶୁକନ୍ୟା କ୍ଷେତ୍ରରେ ଘଟିଛି। ଅନ୍ୟପକ୍ଷରେ ଡାକ୍ତରଙ୍କ କଥାକୁ ସ୍ବୀକାର କରିଛନ୍ତି ଏବିଗେଲ୍‌। ସେ କହିଛନ୍ତି, ଝିଅକୁ ଚୁମ୍ବନ ଦେଇଥିଲେ। ଯେଉଁଥିପାଇଁ ସେ ଝିଅକୁ ସବୁଦିନ ପାଇଁ ହରାଇ ବସିଲେ। ଡାକ୍ତରଙ୍କ କହିବା ଅନୁସାରେ ନବଜାତକଙ୍କୁ ଛୁଇଁବାକୁ ବା ଧରିବାକୁ ଚାହୁଁଥିଲେ ପ୍ରଥମେ ଭଲ ଭାବେ ହାତ ଧୋଇବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଗଛ ବୟଫ୍ରେଣ୍ଡ

କୁହାଯାଏ ପ୍ରେମ ଅନ୍ଧ। କାହିଁକି ନା ପ୍ରେମ ଦେଖେନା ଜାତି, ଧର୍ମ କି ଧନୀ ଗରିବର ଭେଦଭାବ। ତେବେ ଆଜିକାଲି ବୋଧହୁଏ ପ୍ରେମ ଅଧିକ ଅନ୍ଧ...

ଅସ୍ତଗାମୀ ସୂର୍ଯ୍ୟକୁ ଦେଖି ମାରନ୍ତି ତାଳି

ଏଇ ପୃଥିବୀରେ ଯେତିକି ଦେଶ ଅଛି ସେତିକି ପ୍ରଥା ପରମ୍ପରା ବି ଅଛି। ସେଥିମଧ୍ୟରୁ ଅନେକ ଅଜବ ପରମ୍ପରା ବି ଥାଏ। ଯେମିତି କି ଏକ...

ଗବେଷଣାରେ ମୂଷାଙ୍କୁ ବ୍ୟବହାର କରାଯାଏ କାହିଁକି

ପ୍ରାୟ ସମସ୍ତେ ଜାଣନ୍ତି ଯେ, ବୈଜ୍ଞାନିକମାନେ ତିଆରି କରୁଥିବା ନୂଆ ଔଷଧକୁ ମଣିଷ ଉପରେ ପ୍ରୟୋଗ କରିବା ପୂର୍ବରୁ ପ୍ରଥମେ ତାକୁ ମୂଷା ଉପରେ ପ୍ରୟୋଗ...

ବିଶିଷ୍ଟ ଶିଶୁ ସାହିତି୍ୟକ ଓ ବିଜ୍ଞାନ ଲେଖକ ଡ. ଅରୁଣ କୁମାର ପଣ୍ଡା ନିଜ ପ୍ରଥମ ରୋଜଗାରରେ ଗାଈ କିଣା..

ଜୀବନରେ ଅନେକ ଟଙ୍କା ରୋଜଗାର କଲେ ବି ପ୍ରଥମ ରୋଜଗାରର ଚମକ ଓ ଆନନ୍ଦ ଅତୀବ ନିଆରା। ଆଉ ଯଦି ସେହି ରୋଜଗାର ଛାତ୍ର ଅବସ୍ଥାରେ...

ମହିଳାଙ୍କ ପେଟରୁ ବାହାରିଲା ୨ କେ.ଜି.ର ଚୁଟି

ବରେଲି: ଉତ୍ତରପ୍ରଦେଶର ବରେଲି ଜିଲା କରଗୈନା ଅଞ୍ଚଳରେ ରହୁଥିବା ଜଣେ ୩୧ ବର୍ଷିୟା ମହିଳା ଲମ୍ବା ସମୟ ଧରି ପେଟ ଯନ୍ତ୍ରଣାରେ ପୀଡ଼ିତ ଥିଲେ। ସେ...

ଇଣ୍ଡିଆନ୍‌ ରକ୍‌ ବ୍ୟାଣ୍ଡ ‘ଅଗ୍ନି’

ଜଳବାୟୁ ପରିବର୍ତ୍ତନ ଏବେ ସାରା ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଛି। ଏହାର ମୁକାବିଲା କ୍ଷେତ୍ରରେ ଯୁବପିଢ଼ିଙ୍କ ବଡ଼ ଭୂମିକା ରହୁଛି। ସେମାନେ କିପରି ସଚେତନ...

୫୦୬ ବର୍ଷ ପୁରୁଣା ମାରାତ୍ମକ ମହାମାରୀ, ରାସ୍ତା ଉପରେ ନାଚି ନାଚି ୪୦୦ ଲୋକଙ୍କର ହୋଇଥିଲା ମୃତ୍ୟୁ

ଷ୍ଟାର୍ସବର୍ଗ: ଇତିହାସରେ ଏପରି ଅନେକ ଘଟଣା ଘଟିଛି ଯାହା ଆଜି ବି ଲୋକମାନେ ମନେ ପକାଇ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଆଜି ଆମେ ଏପରି ଏକ...

ଲଣ୍ଡନରେ ଲୋକଙ୍କ ପାଟିରୁ ଲାଳ ଗଡାଉଛି କୋଲକାତାର ‘ଝାଲମୁଢି’, ଇଂରାଜୀ ବାବୁଙ୍କ ଠେଲାକୁ ନେଇ ହେଉଛି ଚର୍ଚ୍ଚା

ଲଣ୍ଡନ,୨୧।୧୧: ଆମେ ଖାଦ୍ୟ ବିଷୟରେ ଆଲୋଚନା କରିବା ବେଳେ କେହି କେବେ କୋଲକାତାକୁ ଭୁଲି ପାରନ୍ତି ନାହିଁ ବୋଲି କହାଯାଏ। ପଶ୍ଚିମବଙ୍ଗରେ ବିଭିନ୍ନ ପ୍ରକାରର ଖାଦ୍ୟ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri