ଶିଶୁଙ୍କ ପାଇଁ ସୃଜନାତ୍ମକ ଶିକ୍ଷା

ଲୋକନାଥ ପଣ୍ଡା

କରୋନା ମହାମାରୀକୁ ଆଖିରେ ରଖି ଗତ ଦୁଇ ତିନିମାସ ମଧ୍ୟରେ ଶିଶୁଙ୍କ ନିମନ୍ତେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। କେହି ଚିତ୍ର ପ୍ରତିଯୋଗିତା କରୁଛନ୍ତି ତ କିଏ ଗଳ୍ପ ପ୍ରତିଯୋଗିତା। ସବୁଗୁଡ଼ିକୁ ହ୍ବାଟ୍‌ସଆପରେ ବା ଅନ୍‌ଲାଇନରେ ପଠାଇବା ପାଇଁ କୁହାଯାଉଛି। ଅନଲାଇନରେ ଶିକ୍ଷାଦାନ ପାଇଁ ମଧ୍ୟ ପ୍ରୟାସ ଚାଲିଛି। ଏଥିସହିତ ୟୁନିସେଫ ଏବଂ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ‘ମୋ ପ୍ରତିଭା’ ନାମରେ ଶିଶୁମାନଙ୍କ ଲାଗି ବିଭିନ୍ନ ସୃଜନାତ୍ମକ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି। ପ୍ରାଥମିକ ସ୍ତର ହେଉ କିମ୍ବା ମାଧ୍ୟମିକ, ଅନେକ ବେସରକାରୀ ସ୍କୁଲ୍‌ ଅନଲାଇନ ଶିକ୍ଷାଦାନ ଜାରି ରଖିଛନ୍ତି। କିନ୍ତୁ ଗ୍ରାମାଞ୍ଚଳର ଅନେକ ଶିଶୁ ଏଥିରୁ ବଞ୍ଚିତ ହେଉଛନ୍ତି।
ଅନଲାଇନ ଶିକ୍ଷାରେ ନିଶ୍ଚୟ ଅନେକ ଶିଶୁ ଉପକୃତ ହେବେ ଏଥିରେ ସନ୍ଦେହ ନାହିଁ। କିନ୍ତୁ ଯେଉଁ ଶିଶୁର ମାତାପିତାଙ୍କର ସ୍ମାର୍ଟ ଫୋନ ନାହିଁ କିମ୍ବା ମାତାପିତା ଇଣ୍ଟରନେଟ ବିଷୟରେ ଜାଣିନାହାନ୍ତିି, ସେମାନଙ୍କର ଶିଶୁ କ’ଣ ଏହାଦ୍ୱାରା ଉପକୃତ ହୋଇପାରିବେ? ଭାରତରେ ଗ୍ରାମାଞ୍ଚଳରେ ଅନେକ ଶିଶୁ ରହି ପାଠ ପଢ଼ୁଛନ୍ତି। ଅନେକେ ମଧ୍ୟ ଆଶ୍ରମ ବିଦ୍ୟାଳୟରେ ରହି ଶିକ୍ଷାଲାଭ କରୁଛନ୍ତି। ମୁଖ୍ୟତଃ ଆଦିବାସୀ ବହୁଳ ଜିଲାମାନଙ୍କରେ ବହୁ ସଂଖ୍ୟାରେ ଶିଶୁ ଆଶ୍ରମ ସ୍କୁଲରେ ପଢୁଛନ୍ତି। ସେମାନେ କେତେଦୂର ଏହାଦ୍ୱାରା ଉପକୃତ ହୋଇପାରିବେ, ସେ ନେଇ ମୁଁ ସନ୍ଦିହାନ ହୋଇପଡ଼ିଛି। କିଛିଦିନ ତଳେ ଆଦିବାସୀ ଅଞ୍ଚଳର କଣେ ପ୍ରଧାନଶିକ୍ଷକଙ୍କ ସହ ଆଲୋଚନା କରୁଥିଲି। ସେ କହିଲେ, ତାଙ୍କ ଛାତ୍ରୀଛାତ୍ରମାନେ ସ୍କୁଲ ଛୁଟି ହେଲେ ଗାଁ ବାହାରକୁ ଯାଆନ୍ତି, ଶ୍ରମ କରି କିଛି ଅର୍ଜନ କରନ୍ତି, ଯାହା କି ସେମାନଙ୍କର ଶିକ୍ଷା ବାବଦରେ ଖର୍ଚ୍ଚ କରନ୍ତି। ସାତ ଆଠ କିଲୋମିଟରରୁ ବଦ୍ୟାଳୟକୁ ଆସନ୍ତି। ସେମାନଙ୍କ ପାଇଁ ଅନଲାଇନ ପାଠପଢ଼ା ଅସମ୍ଭବ। ଯାହା ହେଉ ଇତିମଧ୍ୟରେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ତରଫରୁ ସାମାଜିକ ଦୂରତା ରକ୍ଷା କରି ଶିଶୁମାନେ କିପରି ନିଜ ନିଜ ଗ୍ରାମରେ ଶିକ୍ଷାଲାଭ କରିବେ ଏବଂ ଶିକ୍ଷକ କିପରି ଶିକ୍ଷାଦାନ କରିବେ, ସେଥିଲାଗିି ଏକ ଯୋଜନାବଦ୍ଧ ପ୍ରୟାସ କରାଯାଇଛି।
୨୦୧୯ ମସିହାରେ କଲ୍ୟାଣ ବିଭାଗ ଓ ୟୁନିସେଫଙ୍କ ମିଳିତ ଉଦ୍ୟମରେ ଆୟୋଜିତ ରାୟଗଡ଼ ଜିଲାର କିଛି ଆଶ୍ରମ ସ୍କୁଲର ବାଳିକାଙ୍କର ଏକ ସାମର୍ଥ୍ୟ ବିକାଶ କର୍ମଶାଳାର ଗୋଟିଏ ଦଳକୁ ସଂଯୋଜନା କରିବାର ସୁଯୋଗ ପାଇଥିଲି। ଗ୍ରାମୀଣ ତଥା ଆଶ୍ରମ ସ୍କୁଲର ଶିଶୁମାନେ କିପରି ଖୁସି ଓ ମଜାରେ ନିଜର ସୃଜନାତ୍ମକ ବିକାଶ କରିପାରିବେ, ସେଥିଲାଗି ଏକ ଦୁଇଦିନିଆ କାର୍ଯ୍ୟଖସଡ଼ା ପ୍ରସ୍ତୁତ ହୋଇଥିଲା। ସେମାନଙ୍କୁ ନିଜ ଗ୍ରାମରେ ବ୍ୟବହାର ହେଉଥିବା ଜ୍ଞାନକୌଶଳ, ଶୁଣିଥିବା ଗଳ୍ପକୁ ନିଜ ଭାଷାରେ ଉପସ୍ଥାପନା, ଚିତ୍ରାଙ୍କନ ଆଦିକୁ ନେଇ ପହଳି ଆଦି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ କରାଯାଇଥିଲା। ଏହି ପରିପ୍ରେକ୍ଷୀର ଶିଶୁମାନେ ନିଜ ନିଜ ଗ୍ରାମର ସମ୍ବଳ, ଏହାର ବିନିଯୋଗ ସମ୍ପର୍କରେ ସୁନ୍ଦର ଉପସ୍ଥାପନା କରିଥିଲେ। ନିଜ ନିଜ ଗ୍ରାମର ଲୋକମାନେ କେତେ ଆତ୍ମନିର୍ଭରଶୀଳ, କେତେ ଲୋକ ଦାଦନ ଖଟିବାକୁ ଯାଉଛନ୍ତି, ଗ୍ରାମରେ ଥିବା ସମସ୍ୟା ଓ ଏହାର ନିରାକରଣ ଆଦି ସମ୍ପର୍କରେ ମଧ୍ୟ ସେମାନେ ନିଜର ଲେଖା ଓ କଥାରେ ପ୍ରକାଶ କରିଥିଲେ। ଏଥିସହିତ ନିଜ ନିଜର ଭାବନାକୁ ନେଇ ସୁନ୍ଦର ସୁନ୍ଦର ଚିତ୍ର ଉପସ୍ଥାପନା କରିଥିଲେ। ନିଜେ କିଭଳି ସ୍କୁଲଟିଏ ଚାହୁଁଛନ୍ତି, ନିଜେ ଜଣେ ସରପଞ୍ଚ ବା ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ହେଲେ କ’ଣ କରିବେ, ସେ ସମ୍ପର୍କରେ ମଧ୍ୟ ନିଜର ଭାବନା ଓ କଳ୍ପନାର ପ୍ରସାର କରି ଲେଖିଥିଲେ।
ଏଠାରେ ଏହି ଉଦାହରଣ ଦେବାର ଉଦ୍ଦେଶ୍ୟ ହେଉଛି, ବର୍ତ୍ତମାନ ପରିପ୍ରେକ୍ଷୀରେ ଯେଉଁ ଶିଶୁଟି ଯେଉଁଥିପାଇଁ ଆଗ୍ରହୀ ସେଥିରେ ତା’ର ସାମର୍ଥ୍ୟ ବିକାଶ କରିବା ପାଇଁ ସୁଯୋଗ ମିଳୁ। ଆଶ୍ରମ ବିଦ୍ୟାଳୟଗୁଡ଼ିକ ଶିକ୍ଷାଲାଭ ସହିତ ଶିଶୁମାନେ କିପରି ସୃଜନଶୀଳ ସାହିତ୍ୟ, ଖେଳ, କଳା ଆଦିରେ ନିପୁଣ ହେବେ, ସେଥିପ୍ରତି ଦୃଷ୍ଟିଦେବାର ଆବଶ୍ୟକତା ରହିଛି। ସେହି ଗ୍ରାମର ଯୁବସମାଜ, ଆବଶ୍ୟକ ହେଲେ ଶିକ୍ଷକ, ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା କିମ୍ବା ସେହି ଗ୍ରାମରେ ଥିବା ଆଗ୍ରହୀ ଓ ଉତ୍ସାହୀ ବ୍ୟକ୍ତିବିଶେଷ ଚାହିଁଲେ ଏହିଭଳି କାର୍ଯ୍ୟକ୍ରମ ଆୟୋଜନ କରିପାରିବେ।
ଏହିଭଳି ଅନେକ ଯୁବକ ଅଛନ୍ତି, ଯେଉଁମାନେ କମ୍‌ ସଂଖ୍ୟକ ଶିଶୁଙ୍କୁ ନେଇ ମଧ୍ୟ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। ବର୍ତ୍ତମାନ ପରିପ୍ରେକ୍ଷୀରେ ସୃଜନାତ୍ମକ କାର୍ଯ୍ୟକ୍ରମ କରିବା ବେଳେ ଗ୍ରାମାଞ୍ଚଳର ଶିଶୁମାନଙ୍କୁ ଦୃଷ୍ଟିରେ ରଖି ତାହା ଆରମ୍ଭ କରିବାକୁ ପଡ଼ିବ। କେବଳ ବହି ମଧ୍ୟରେ ସୀମିତ ନ ରହି ସେମାନେ କିପରି ରିପୋର୍ଟିଂ କରିବେ, ଯେ କୌଣସି ଭାବନାକୁ ଲେଖା ଓ ଚିତ୍ର ମାଧ୍ୟମରେ ପ୍ରକାଶ କରିବେ, ନିଜ ବିଦ୍ୟାଳୟ ପାଇଁ ଖବରକାଗଜ ପ୍ରସ୍ତୁତ କରିବେ, ପତ୍ରିକାଟିଏ ପ୍ରସ୍ତୁତ କରିବେ, ନିଜର ଭାଷା, ସଂସ୍କୃତି, ବିବିଧତାକୁ ଭଲ ପାଇବେ, ପରମୁଖାପେକ୍ଷୀ ହେବେ ନାହିଁ, ନିଜର ଅଞ୍ଚଳର ତଥା ନିଜ ଗ୍ରାମର ଲୋକଙ୍କ କଥାକୁ ନେଇ ରଚନା କରିବେ, ଗଛପତ୍ର ତଥା ପଶୁପକ୍ଷୀଙ୍କୁ ନେଇ ଆତ୍ମକାହାଣୀ ଲେଖିବେ, ନିଜ ଗ୍ରାମର ଇତିହାସ ଲେଖିବେ, ନିଜ ଗ୍ରାମର ଭବିଷ୍ୟତ ଚିନ୍ତା କରିବେ- ଏହି ଭଳି କିଛି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ପଡ଼ିବ, ଯାହା କି ଶିଶୁଙ୍କୁ ଏକ ବୃହତ୍ତର ସମ୍ଭାବନାର ଦୃଷ୍ଟିକୋଣ ଆଡ଼କୁ ନେଇଯିବାରେ ଏକ ମାଧ୍ୟମ ହେବ।

ମୋ-୯୪୩୮୦୮୧୪୩୦


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲ ଓ ରାସ୍ତା

ଜଙ୍ଗଲ ଓ ରାସ୍ତା ପ୍ରସଙ୍ଗ ବହୁ ଜରୁରୀ। ଗୋଟେ ହେଉଛି ପ୍ରାକୃତିକ ଓ ଅନ୍ୟଟି କୃତ୍ରିମ ବ୍ୟବସ୍ଥା। ଜଙ୍ଗଲ ସଂରକ୍ଷଣ ଓ ପରିବେଶ ସୁରକ୍ଷା ଆମ...

ଗାନ୍ଧିଜୀଙ୍କ ଭାରତ ପ୍ରତ୍ୟାବର୍ତ୍ତନ

ଜାନୁଆରୀ ୧୯୧୫ରେ ମୋହନଦାସ କରମ ଚାନ୍ଦ ଗାନ୍ଧୀ ଦକ୍ଷିଣ ଆଫ୍ରିକାରୁ ଆସି ଭାରତରେ ପହଞ୍ଚତ୍ଥିଲେ। ସ୍ବଦେଶକୁ ବାହୁଡ଼ି ଆସିବା ପାଇଁ ତାଙ୍କୁ ୧୯୧୨ରେ ଅନୁରୋଧ କରିଥିଲେ...

ଯୁଧିଷ୍ଠିର ଓ ଅଶୋକଙ୍କ ହିଂସା

ସମ୍ରାଟ ଅଶୋକ ଜଣେ ଐତିହାସିକ ବ୍ୟକ୍ତିତ୍ୱ। ଖ୍ରୀଷ୍ଟପୂର୍ବ ୨୬୦ ପାଖାପାଖି ଅର୍ଥାତ୍‌ ୨୩୦୦ ବର୍ଷ ପୂର୍ବେ ଅଶୋକ ଶାସନ କରୁଥିଲେ। ବିଶେଷକରି ସେ ସ୍ତମ୍ଭ ଓ...

ଦୁର୍ନୀତିର ଚକ୍ରବ୍ୟୂହ

ଓଡ଼ିଶା ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ। ହେଲେ ଦୁର୍ନୀତି ଓଡ଼ିଶାର ଅଭିବୃଦ୍ଧିକୁ ବାଧା ଦେଉଛି। ଦୁର୍ନୀତି ରୂପକ ସଂକ୍ରାମକ ବ୍ୟାଧିଟି ସମାଜର ପ୍ରତିଟି ସ୍ତରରେ ବିସ୍ତାରିତ ହୋଇସାରିଛି।...

ସୁସ୍ବାଗତଂ

ଆମ ଓଡ଼ିଶାର ରାଜଧାନୀ ସହରରେ ଅନୁଷ୍ଠିତ ହେବାକୁ ଯାଉଛି ପ୍ରବାସୀ ଭାରତୀୟ ଦିବସ। ଏଥିରେ ଯୋଗଦେବାକୁ ବିଶ୍ବର କୋଣ ଅନୁକୋଣରେ ବାସ କରୁଥିବା ପ୍ରବାସୀ ଓ...

ଜାରଓ୍ବା ବଞ୍ଚାଅ

ଭାରତର ୮ଟି କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ ଆଣ୍ଡାମାନ ନିକୋବର ଦ୍ୱୀପମାଳ ଅନ୍ୟତମ। ଏହି କେନ୍ଦ୍ରଶାସିତ ଅଞ୍ଚଳକୁ ୧ ନଭେମ୍ବର ୧୯୫୬ରେ ଗଠନ କରାଯାଇଥିଲା। ୫୭୨ଟି ଦ୍ୱୀପକୁ...

ଏଇ ଭାରତରେ

ଅନାଥଙ୍କ ସାହାରା ପାଲଟିଛନ୍ତି ଲାମା ଥୁପଟେନ ଫୁନଷ୍ଟୋକ। ଅରୁଣାଚଳ ପ୍ରଦେଶରେ ସେ ମଞ୍ଜୁଶ୍ରୀ ବିଦ୍ୟାପୀଠ ପ୍ରତିଷ୍ଠା କରି ୩୦୦ ଅନାଥ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେଠାରେ...

କ୍ଷତିପୂରଣ ନା ତୁଷ୍ଟୀକରଣ

ବିଧାନସଭାରେ ଗୃହୀତ ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ୍‌ରେ ଶ୍ରୀଗୁଣ୍ଡିଚା ଯାତ୍ରାରେ ରଥ ଉପରକୁ ଭକ୍ତଙ୍କୁ ବାରଣ ଯୋଗୁ ଦଇତା ସେବକମାନଙ୍କୁ କ୍ଷତିପୂରଣ ଦେବାର ବ୍ୟବସ୍ଥା ରହିଥିବା ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri