ଶୀତଦିନେ କେତେକଙ୍କର ପାଦ ଫାଟିଥାଏ। ପରିବେଶ ଶୁଷ୍କ ହେବାରୁ ଏହାର ପ୍ରଭାବ ଶରୀର ଉପରେ ପଡ଼ି ଏପରି ହୋଇଥାଏ। ପାଚନ କ୍ରିୟାରେ ଅନିୟମିତତା ଏହାର ମୁଖ୍ୟ କାରଣ। ସବୁଜ ପନିପରିବା, ଶାଗ, କମଳା, ଅମୃତଭଣ୍ଡା, ଟମାଟୋ, କଦଳୀ ଆଦି ଖାଇଲେ ପାଚନ କ୍ରିୟା ସ୍ବାଭାବିକ ହେବା ସହିତ ପାଦ ଫାଟି ନ ଥାଏ ବୋଲି ଚିକିତ୍ସକ ପରାମର୍ଶ ଦେଇଥାନ୍ତି। ଏଥିରୁ ମୁକ୍ତି ଲାଗି ଖାଦ୍ୟରେ ଅଧିକ ଭିଟାମିନ୍ ସି’ଯୁକ୍ତ ଖାଦ୍ୟ ସାମିଲ କଲେ ସୁଫଳ ମିଳିଥାଏ । ତେବେ ସକାଳୁ ଖାଲିପାଦରେ ଘାସରେ ଚାଲିଲେ ଏହି ସମସ୍ୟା ଦୂର ହୋଇଥାଏ । ସେହିପରି ସୋରିଷ ତେଲ ଲଗାଇଲେ ମଧ୍ୟ ପାଦଫଟାରୁ ମୁକ୍ତି ମିଳେ । ସେହିପରି ଗ୍ଲିସେରିନ୍ ଏବଂ ଲିଷ୍ଟ୍ରେରିନ୍ ପାଦରେ ମାଲିସ କଲେ ସୁଫଳ ମିଳିଥାଏ। ଏହା ସହିତ ପେସ୍ତାବାଦାମ ତେଲ, ମହୁ, ନଡ଼ିଆ ତେଲ ପାଦରେ ଲଗାଇଲେ ପାଦ ଫାଟି ନ ଥାଏ।