Posted inଖେଳ

ଶୃଙ୍ଖଳିତ ସୈନିକ ସୁନୀତା

ଭୁବନେଶ୍ୱର, ୩।୧(କ୍ରୀଡ଼ା ପ୍ରତିନିଧି)- ଆଘାତ ଜନିତ ସମସ୍ୟା ଯୋଗୁ ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଛନ୍ତି ଭାରତୀୟ ମହିଳା ହକି ଦଳର ତାରକା ଡିଫେଣ୍ଡର ଓଡ଼ିଶାର ସୁନୀତା ଲାକ୍ରା। ବର୍ଷ ପ୍ରାରମ୍ଭରେ ତାଙ୍କର ଏହି ନିଷ୍ପତ୍ତି ହକି ଜଗତରେ ନିରାଶା ଖେଳାଇ ଦେଇଛି। ଆଣ୍ଠୁରେ ଦ୍ୱିତୀୟ ଅସ୍ତ୍ରୋଚପଚାରର ଆବଶ୍ୟକତା ଏବଂ ସେଥିରୁ ସୁସ୍ଥ ହେବାନେଇ ସମୟସୀମା ସମ୍ପର୍କରେ ସନ୍ଦିହାନ ଥିବାରୁ ସେ ଅବସର ନେବାକୁ ବାଧ୍ୟ ହେଲେ ବୋଲି ଭାବବିହ୍ବଳ କଣ୍ଠରେ ପ୍ରକାଶ କରିଛନ୍ତି ଭାରତୀୟ ଦଳର ଏହି ପୂର୍ବତନ ଅଧିନାୟିକା। ତେବେ ସୁସ୍ଥ ହେବାପରେ ସେ ଘରୋଇ ହକି ଓ ନିଯୁକ୍ତିଦାତା ନାଲ୍‌କୋ ପକ୍ଷରୁ ଖେଳିବା ଜାରି ରଖିବେ ବୋଲି ପ୍ରକାଶ କରିଛନ୍ତି। କ୍ୟାରିୟରରେ ୧୫୬ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ ହେଁ ଜୀବନରେ କେବେହେଲେ ରେଡ୍‌ କାର୍ଡ ପାଇ ନ ଥିଲେ ସୁନୀତା । ତେଣୁ ସେ ଭାରତୀୟ ମହିଳା ଦଳର କ୍ୟାପ୍‌ଟେନ୍‌ କୁଲ୍‌ ଏବଂ ଶୃଙ୍ଖଳିତ ସୈନିକଭାବେ ବିଶେଷ ପରିଚିତ ଥିଲେ।
ପ୍ରାରମ୍ଭିକ ଜୀବନ
୧୯୯୧ ଜୁନ ୧୧ରେ ରାଜଗାଙ୍ଗପୁର କୁକୁଡ଼ା ପଞ୍ଚାୟତର କେଶରାମାହାଲଠାରେ ସୁନୀତାଙ୍କ ଜନ୍ମ। ତାଙ୍କ ବାପା ଜଣେ କୃଷକ। ୬ ବର୍ଷର ହୋଇଥିବାବେଳେ ସୁନୀତାଙ୍କୁ ରାଉରକେଲାସ୍ଥିତ ସ୍ପୋଟର୍‌ସ ଅଥରିଟି ଅଫ ଇଣ୍ଡିଆ(ସାଇ)କୁ ହକି ଶିଖିବା ପାଇଁ ପଠା ଯାଇଥିଲା। ସୁନୀତାଙ୍କ ସମ୍ପ୍ରଦାୟର ଅଧିକାଂଶ ବାଳିକା ବାଳକ କ୍ୟାରିୟର ଆରମ୍ଭରେ ପ୍ରାୟତଃ ଫୁଟବଲ ଖେଳିଥାନ୍ତି। ମାତ୍ର ସୁନୀତା ବାପାଙ୍କ ହୃଦ୍‌ବୋଧ ହୋଇଥିଲା ଯେ ଫୁଟବଲ ଏକ ବିପଜ୍ଜନକ ଖେଳ, ତେଣୁ ସେ ଝିଅକୁ ହକିରେ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ୨୦୧୮ ଡିସେମ୍ବର ୨୯ରେ ସୁନୀତା ଓଡ଼ିଶା ପୋଲିସରେ କାର୍ଯ୍ୟରତ ଦୀପକ ଟପ୍ପୋଙ୍କୁ ବିବାହ କରିଥିଲେ।
କ୍ୟାରିୟର
ସୁନୀତା ୨୦୦୯ରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ। ସେହି ଦିନଠାରୁ ସେ ଭାରତୀୟ ଦଳର ଅବିଚ୍ଛେଦ୍ୟ ଅଙ୍ଗ ପାଲଟି ଯାଇଥିଲେ। ଏସିଆନ ଗେମ୍ସ, ହକି ଓ୍ବାଲର୍‌ଡ ଲିଗ୍‌ ରାଉଣ୍ଡ-୨ ଆଦି ଅନେକ ପ୍ରତିଯୋଗିତାରେ ଭାରତୀୟ ଦଳର ସଦସ୍ୟା ରହିଥିବା ସୁନୀତା ୨୦୧୫ରେ ହକ୍ସ ବେ କପ୍‌ର ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ କ୍ୟାରିୟରର ୫୦ତମ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ। ୨୦୧୭ରେ ସେହି ନ୍ୟୁଜିଲାଣ୍ଡ ବିପକ୍ଷରେ ଏକ ମ୍ୟାଚ ଖେଳି ସେ ଅନ୍ତର୍ଜାତୀୟ ମ୍ୟାଚରେ ଶତକ ପୂରଣ କରିଥିଲେ। ୫ ମ୍ୟାଚ ବିଶିଷ୍ଟ ସିରିଜର ଏହା ତୃତୀୟ ମ୍ୟାଚ ଥିଲା। ସ୍ଥିର ପ୍ରଦର୍ଶନ ଜାରି ରଖିଥିବାରୁ ୧୭ତମ ଏସିଆନ ଗେମ୍ସ ଓ ରିଓ ଅଲିମ୍ପିକ୍ସରେ ଭାରତୀୟ ଦଳପକ୍ଷରୁ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଥିଲେ। ୨୦୧୭ ଅଗଷ୍ଟରେ ଅନୁଷ୍ଠିତ ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ବିଜେତା ଭାରତୀୟ ଦଳର ସେ ସଦସ୍ୟା ଥିଲେ। ଭାରତ ଫାଇନାଲରେ ଚାଇନାକୁ ପରାସ୍ତ କରିଥିଲା। ସେହିବର୍ଷ ସେପ୍ଟେମ୍ବର ୫ରୁ ଆରମ୍ଭ ହୋଇଥିବା ୧୫ ଦିନିଆ ୟୁରୋପିଆନ ଟୁର୍‌ ପାଇଁ ସେ ଭାରତୀୟ ଦଳରେ ସାମିଲ ହୋଇଥିଲେ। ୨୦୧୮ରେ କୋରିଆର ଡନ୍‌ଘେ ସିଟିରେ ଅନୁଷ୍ଠିତ ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ଭାରତୀୟ ଦଳର ନେତୃତ୍ୱ ନେଇ ଓଡ଼ିଶାକୁ ଗର୍ବିତ କରିଥିଲେ ସୁନୀତା। ଏଥିରେ ଭାରତ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା। ଏହା ବ୍ୟତୀତ ଲଣ୍ଡନରେ ୨୦୧୮ ଜୁଲାଇ ୨୧ରୁ ଅଗଷ୍ଟ ୫ ପର୍ଯ୍ୟନ୍ତ ଅନୁଷ୍ଠିତ ହକି ବିଶ୍ୱକପର ୧୪ତମ ସଂସ୍କରଣରେ ଖେଳିବାର ଗୌରବ ଲାଭ କରିଥିଲେ ଏହି ଓଡ଼ିଆ ମହିଳା ହକି ତାରକା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ ପୂର୍ବରୁ ବିକ୍ରମ ରାଠୋର ରାଜସ୍ଥାନର ବ୍ୟାଟିଂ କୋଚ୍‌ ନିଯୁକ୍ତ: ଜାଣନ୍ତୁ ବିକ୍ରମ କିଏ…

ଜୟପୁର,୨୦ା୯: ରାଜସ୍ଥାନ ରୟାଲ୍ସ ଶୁକ୍ରବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପୂର୍ବରୁ ପୂର୍ବତନ ଭାରତୀୟ ଓପନର ବିକ୍ରମ ରାଠୋରଙ୍କୁ ଦଳର ବ୍ୟାଟିଂ କୋଚ୍‌ ଭାବେ ନିଯୁକ୍ତି...

ଭାରତର ସମ୍ମାନ ରଖିଲେ ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ସମ୍ମାନ ରକ୍ଷା କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ। ଭାରତ ୧୪୪ ରନ୍‌ରେ ୬ ଉଇକେଟ ହରାଇ...

୨୦ ବର୍ଷ କ୍ରିକେଟ୍‌ରୁ ବାସନ୍ଦ ହେଲେ ଏହି ଖେଳାଳି

ମେଲବୋର୍ନ, ୨୦ା୯: ଶ୍ରୀଲଙ୍କାର ପୂର୍ବତନ ଟେଷ୍ଟ କ୍ରିକେଟର ଦୁଲୀପ ସମରବୀରା ଅଷ୍ଟ୍ରେଲିଆରେ କୋଚିଂ ଦେବାରୁ ୨୦ବର୍ଷ ବାସନ୍ଦ ହୋଇଛନ୍ତି। ସେ ଭିକ୍ଟୋରିଆ ମହିଳା ଦଳର କୋଚ୍‌...

୧୪୭ ବର୍ଷ କ୍ରିକେଟ୍‌ ଇତିହାସରେ ପ୍ରଥମ ଖେଳାଳି ଭାବେ ଏମିତି ରେକର୍ଡ କଲେ ଆର୍‌. ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ମ୍ୟାଚ୍‌ର ପ୍ରଥମ ଦିନରେ...

୧୧୯ ବର୍ଷ ପୂର୍ବେ କରିଥିଲେ ଡେବ୍ୟୁ, ୨୯ ବର୍ଷ ଖେଳି ହାସଲ କଲେ ୧୯୯ ଶତକ: ତାଙ୍କ ଆଖପାଖରେ ନାହାନ୍ତି ସଚିନ-କୋହଲି

ନୂଆଦିଲ୍ଲୀ,୧୯।୯: କ୍ରିକେଟରେ ଶତକ ସ୍କୋର କରିବା ଏକ ବଡ଼ ସଫଳତା। ୧୦୦ ରନ ପୂରଣ କରିବାକୁ ଜଣେ ବ୍ୟାଟ୍ସମ୍ୟାନଙ୍କୁ ଅନେକ ଘଣ୍ଟା ପାଇଁ କ୍ରିଜରେ ରହିବାକୁ...

ପଡିଆରେ ଏହି ମନ୍ତ୍ର ଜପ କରନ୍ତି ବିରାଟ କୋହଲି, ଆଉ ଗୌତମ ଗମ୍ଭୀର…

ନୂଆଦିଲ୍ଳୀ,୧୯ା୯(ପି.ଟି.): ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ସାକ୍ଷାତକାର ଅବସରରେ ଉଭୟଙ୍କ ଆଧ୍ୟାତ୍ମିକତାର ରୁଚି ସାମ୍ନାକୁ ଆସିଛି।...

ଗମ୍ଭୀର-ବିରାଟ ବିବାଦ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ

ଚେନ୍ନାଇ,୧୯ା୯(ପି.ଟି.):ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ମଧ୍ୟରେ ପଡିଆ ବାହାରେ ବିବାଦକୁ ନେଇ ସର୍ବଦା ଖବର ଦେଖିବାକୁ...

ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ: ସ୍ବୟମ୍‌ଜିତଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର, ୧୯।୯ (ତପନ ସ୍ବାଇଁ): ଫିଜିର ସୁଭାରେ ଚାଲିଥିବା ରାଜ୍ୟଗୋଷ୍ଠୀ ୟୁଥ୍‌, ଜୁନିୟର ଓ ସିନିୟର ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ଓଡ଼ିଶାର ସ୍ବୟମଜିତ ପ୍ରସାଦ ସାହୁ ବୁଧବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri