ପୁରୀ ଅଫିସ,୨୩।୬: ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ଅଞ୍ଚଳରେ ବିଦ୍ୟୁତ୍ ସେବା ବିଚ୍ଛିନ୍ନ ହୋଇଥିଲା। ଫଳରେ ପ୍ରାୟ ଦେଢ଼ ଘଣ୍ଟା ଧରି ମହାପ୍ରଭୁ ଅନ୍ଧାରରେ ରହିଥିଲେ । କୌଣସି ବିକଳ୍ପ ବ୍ୟବସ୍ଥା ନ ଥିବାରୁ ଅନ୍ଧାରରେ ତିନି ରଥ ରହିଥିବା ସୂଚନା ମିଳିଥିଲା।
ପ୍ରକାଶ ଯେ, ପରମ୍ପରାନୁଯାୟୀ ମହାପ୍ରଭୁଙ୍କ ନୀତିକାନ୍ତି ପ୍ରାତଃରୁ ଅନୁଷ୍ଠିତ ହୋଇଥିଲା। କେବଳ ନିର୍ଦ୍ଧାରିତ ସଂଖ୍ୟକ ସେବାୟତଙ୍କୁ ନେଇ ଘୋଷଯାତ୍ରା ଅନୁଷ୍ଠିତ ହୋଇଥିଲା। ବିଧି ମୁତାବକ ଛେରାପହଁରା ପରେ ରଥଟଣା କାର୍ଯ୍ୟ ସମାପନ ହୋଇଥିଲା। ପ୍ରଥମେ ବଡ଼ ଠାକୁର ୩ଟା ୫୨ ମିନିଟ୍ରେ , ୪ଟା ୧୧ ମିନିଟ୍ରେ ଦେବୀ ସୁଭଦ୍ରା, ୫ଟା ୧୦ରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଥିଲା।