ଶ୍ରୀମନ୍ଦିରରେ ନୂଆବର୍ଷ ପ୍ରସ୍ତୁତି: ଆଜି ରାତି ସାଢେ ୧୦ ସୁଦ୍ଧା ପହୁଡ଼, ୧ଟାରେ ଦ୍ୱାରଫିଟା

ପୁରୀ ଅଫିସ,୩୧ା୧୨: ଆସୁଛି ନୂଆବର୍ଷ । ପୁରୁଣା ବର୍ଷକୁ ବିଦାୟ ଏବଂ ନୂଆବର୍ଷକୁ ସ୍ବାଗତ କରିବା ଲାଗି ପ୍ରସ୍ତୁତ ହୋଇଯାଇଛି ପୁରୀ ସହର। ଏଥିପାଇଁ ହୋଟେଲ, ଲଜ୍‌, ରେସ୍ତୋରାଁ, ହଲିଡେ ହୋମ୍‌ଗୁଡିକରେ ଭକ୍ତ ଓ ପର୍ଯ୍ୟଟକଙ୍କ ଭିଡ଼ ଜମିଲାଣି। ଜିରୋ ନାଇଟ୍‌ ସେଲିବ୍ରେଶନକୁ ସମସ୍ତଙ୍କ ଅପେକ୍ଷା। ୩୧ ତାରିଖ ରାତି ୧୨ଟାରେ ମନାଇବେ ଜିରୋ ନାଇଟ୍‌ ସେଲିବ୍ରେଶନ । ମଉଜ, ମସ୍ତିରେ ସ୍ବାଗତ କରିବେ ନୂଆବର୍ଷ ୨୦୨୦କୁ। ପର୍ଯ୍ୟଟକ ଏବଂ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦେଖି ପ୍ରସ୍ତୁତି ହୋଇଯାଇଛି ଜିଲା ପ୍ରଶାସନ ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ । ସହରର ବଡ଼ ବଡ଼ ହୋଟେଲଗୁଡ଼ିକ ସଜେଇ ହୋଇଗଲାଣି । ରଙ୍ଗିନ ଆଲୋକମାଳାରେ ଝଲସୁଛି ହୋଟେଲ ଓ ରେସ୍ତୋରାଁ । ଜିରୋ ନାଇଟ୍‌ ସେଲିବ୍ରେଶନ ପାଇଁ କେତେକ ହୋଟେଲରେ ମଧ୍ୟ ବିଶେଷ କାର୍ଯ୍ୟକ୍ରମ ବ୍ୟବସ୍ଥା ହୋଇଛି । ଅନ୍ୟପକ୍ଷରେ ଶ୍ରୀମନ୍ଦିରରେ ନୂଆବର୍ଷ ଲାଗି ସ୍ବତନ୍ତ୍ର ଭାବେ ନୀତି ନିର୍ଘଣ୍ଟ କରାଯାଇଛି । ୩୧ ତାରିଖ ରାତି ସାଢେ ୧୦ଟା ସୁଦ୍ଧା ଠାକୁରଙ୍କ ପହୁଡ଼ ହୋଇ ରାତି ୧ଟାରେ ଦ୍ୱାର ଫିଟାଯିବାକୁ ସ୍ଥିର କରାଯାଇଛି ।
ପବିତ୍ର ମହୋଦଧିରେ ସ୍ନାନ କରି ନୂଆବର୍ଷର ପ୍ରଥମ ସୂର୍ଯ୍ୟ ଏବଂ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ଲାଗି ପୁରୀରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ହେଲାଣି । ମଙ୍ଗଳବାର ରାତି ୧୨ଟାରେ ଜିରୋ ନାଇଟ୍‌ ସେଲିବ୍ରେଶନ ପରେ ଭୋରୁ ସମୁଦ୍ରରେ ସ୍ନାନ କରିବେ ଏବଂ ନୂଆବର୍ଷର ପ୍ରଥମ ସୂର୍ଯ୍ୟଙ୍କୁ ଦର୍ଶନ କରିବେ । ଏହାପରେ ଶ୍ରୀମନ୍ଦିରକୁ ଯାଇ ଦାରୁଦିଅଁଙ୍କୁ ଦର୍ଶନ କରି ପରିବାର ମଙ୍ଗଳ କାମନା କରିବେ । ଏମିତି ଭାବନା ନେଇ ଛୁଟି ଆସିଛନ୍ତି ବହୁ ସଂଖ୍ୟାରେ ଭକ୍ତ। ତେଣୁ ଭକ୍ତ ଏବଂ ପର୍ଯ୍ୟଟକଙ୍କ ନିରାପଦ ସ୍ନାନ ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।
ନୂଆବର୍ଷରେ ଭକ୍ତମାନେ କିପରି ଶୃଙ୍ଖଳିତ ଭାବେ ଠାକୁରଙ୍କୁ ଦର୍ଶନ କରିବେ ସେଥିଲାଗି ବ୍ୟବସ୍ଥା ହୋଇଛି । ଶ୍ରଦ୍ଧାଳୁଙ୍କ ପାଇଁ ମୋବାଇଲ ଓ ଜୋତା ଷ୍ଟାଣ୍ଡ, ପାନୀୟଜଳ, ଟଏଲେଟ୍‌ର ସୁବିଧା କରାଯାଇଛି । ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ବାହାରେ ଏବଂ ଭିତରେ ୨୪ ଘଣ୍ଟିଆ ପୋଲିସ କର୍ମଚାରୀ ମୁତୟନ ରହିବେ । ମାର୍କେଟ ଛକରୁ ଆଗକୁ କୌଣସି ଗାଡି ଛାଡାଯିବ ନାହିଁ । ଏଠାରୁ ସ୍ବତନ୍ତ୍ର ଭାବେ ପାଦଚଲା କରିଡର କରାଯାଇଛି । ସେହିପରି ସିଂହଦ୍ୱାର ଦେଇ ଭକ୍ତମାନେ ମନ୍ଦିର ଭିତରକୁ ପ୍ରବେଶ କରିବେ। ଦର୍ଶନ କରିସାରିବା ପରେ ଅନ୍ୟ ତିନିଦ୍ୱାର ଦେଇ ବାହାରିବେ। ଉତ୍ତରଦ୍ୱାର ଦେଇ ପ୍ରସ୍ଥାନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଭକ୍ତମାନେ ଯେପରି ମୋବାଇଲ ଫୋନ ନେଇ ଭିତରକୁ ଯିବେ ନାହିଁ ସେଥିପାଇଁ ପ୍ରବେଶ ପଥରେ ଯାଞ୍ଚ ବ୍ୟବସ୍ଥାକୁ କଡାକଡି କରାଯାଇଛି । ଭିତରେ ସାଦା ପୋଷାକଧାରୀ ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି । ଲକ୍ଷାଧିକ ଭକ୍ତଙ୍କ ଭିଡ଼ ସମ୍ଭାବନା ଥିବାରୁ ୩୧ ତାରିଖ ରାତି ସାଢେ ୧୦ଟା ସୁଦ୍ଧା ପହୁଡ଼ ଏବଂ ରାତି ୧ଟାରେ ଦ୍ୱାର ଫିଟିବ ବୋଲି ଶ୍ରୀମନ୍ଦିର ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବିକଶିତ ଭାରତ ପାଇଁ ସମସ୍ତେ ଧର୍ମପଦ ହେବା: ରାଜସ୍ବ ମନ୍ତ୍ରୀ

ବରଗଡ଼,୨୬।୧୨(ପ୍ରେମାନନ୍ଦ ଖମାରୀ):ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଏକଶହତମ ଜନ୍ମ ଜୟନ୍ତୀ ଅବସରରେ ବୁଧବାର ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲରେ ଜିଲାସ୍ତରୀୟ ସୁଶାସନ...

ଖୁବ୍‌ଶୀଘ୍ର ଭାଜପା ସରକାର ଭାଙ୍ଗିଯିବ::ଭବିଷ୍ୟବାଣୀ କଲେ ଜୟଦେବ

ଛେନାପଦି,୨୬ା୧୨(ନିରାକାର ପରିଡା):କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚ଼ନ ମଣ୍ଡଳୀର ଶଙ୍ଖଣାଠାରେ ବନ୍ଧୁମିଳନ ନାମରେ କଂଗ୍ରେସର କର୍ମୀ ସମାବେଶ ବୁଧବାର ଅନୁଷ୍ଠିତ ହୋଇଯାଇଛି। କଂଗ୍ରେସର ପୂର୍ବତନ ସାଧାରଣ ସମ୍ପାଦକ...

ଏହି ଦିନ ମିଳିବ ସୁଭଦ୍ରାର ଦ୍ୱିତୀୟ କିସ୍ତି ଟଙ୍କା:ପ୍ରାୟ ଏକ କୋଟି ମହିଳା…

ଭୁବନେଶ୍ୱର,୨୬ା୧୨(ଅନିଲ ଦାସ):ଆସନ୍ତା ମାର୍ଚ୍ଚ ୮ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସୁଭଦ୍ରା ଯୋଜନାର ହିତାଧିକାରୀଙ୍କୁ ଦ୍ୱିତୀୟ କିସ୍ତି ବାବଦ ୫ ହଜାର ଟଙ୍କା ପ୍ରଦାନ କରାଯିବ।...

ନିର୍ବାଚନରେ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ ହେବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫।୧୨: ନିର୍ବାଚନ ସମୟରେ ଆମେ ଲୋକଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲୁ, ସବୁ ପ୍ରତିଶ୍ରୁତିକୁ ଗୋଟି ଗୋଟି କରି ପୂରଣ କରି ଚାଲିଛୁ। ଯେଉଁ ଦିନ ସରକାର...

ରେଳ ଧାରଣାକୁ ଆତ୍ମହତ୍ୟା କରିବାକୁ ଯାଇଥିଲେ, ମହିଳାଙ୍କୁ ଉଦ୍ଧାର କଲେ…

ଛେଣ୍ଡିପଦା,୨୫ା୧୨ (ଅଜିତ ଧଳ)- ଅନୁଗୋଳ ଜିଲା ଜରପଡ଼ା ଥାନା ଦେଇ ଯାଇଥିବା ଅନୁଗୋଳ-ସମ୍ବଲପୁର ରେଳ ଧାରଣାକୁ ଯାଇ ଆତ୍ମହତ୍ୟା ଉଦ୍ୟମ କରୁଥିବା ଜଣେ ମହିଳାଙ୍କୁ କେତେଜଣ...

ସ୍ବାମୀଙ୍କ ଅନ୍ୟତ୍ର ବିବାହ ଉଦ୍ୟମ: ଘର ଆଗରେ ପୁଅ ସହ ଧାରଣାରେ ବସିଲେ ସ୍ତ୍ରୀ’

ଦିଗପହଣ୍ଡି,୨୫।୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ ବାସୁଦେବପୁର ଗ୍ରାମର ପି.ଶ୍ରୀୟା ରେଡ୍ଡୀଙ୍କ ସ୍ଵାମୀ ପି.ଶିବରାମ ପାତ୍ର ବିବାହର ୭ ବର୍ଷ ପରେ ପ୍ରତାରଣା କରି ଦ୍ୱିତୀୟ...

ଅନ୍ତର୍ଜାତୀୟ ସୁନ୍ଦରୀ ପ୍ରତିଯୋଗିତାରେ ଚମକିବେ କୋରାପୁଟ ଝିଅ ଅନୁଶ୍ରୀ

କୋରାପୁଟ,୨୫।୧୨(ଅମିତାଭ ବେହେରା): କୋରାପୁଟ ଭଳି ଏକ ଆଦିବାସୀ ପଛୁଆ ଜିଲାର ଝିଅ ରାଜସ୍ଥାନର ଜୟପୁରରେ ଅନୁଷ୍ଠିତ ହୋଇଥିବା ବିୟୁଟି କଣ୍ଟେଷ୍ଟରେ ଓଡ଼ିଶା ପାଇଁ ପ୍ରତିନିଧିତ୍ବ କରି...

ଅଢେଇ ବର୍ଷର ବିଷ୍ମୟ ବାଳକ: ପ୍ରାଞ୍ଜଳ ଭାବେ କହୁଛନ୍ତି ମନ୍ତ୍ରପାଠ ଓ ଦେଶ ବିଦେଶ କଥା

କେନ୍ଦୁଝର,୨୫।୧୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ବୟସ ମାତ୍ର ଅଢେଇ ବର୍ଷ। ମନ୍ତ୍ରପାଠ, ସାଧାରଣ ଜ୍ଞାନ ହେଉ ଅବା ଦେଶର ଜାତୀୟ ପ୍ରତୀକ କିମ୍ବା ବିଶିଷ୍ଟ ବ୍ୟକ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri