ପୁରୀ ଅଫିସ,୫।୨: ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପରିଚାଳନା କମିଟି ବୈଠକ ବୁଧବାର ଆରମ୍ଭ ହୋଇଛି। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯିବ। ବିଶେଷକରି ଶ୍ରୀମନ୍ଦିର ଐତିହ୍ୟ କରିଡର, ସୁପ୍ରିମକୋର୍ଟରେ ଦାୟର କରାଯାଇଥିବା ସତ୍ୟପାଠ ଓ ଶ୍ରୀମନ୍ଦିର ବଜେଟ ସମେତ ପ୍ରାୟ ଦଶଟି ପ୍ରସଙ୍ଗ ଉପରେ ଆଲୋଚନା କରାଯିବ। ନିକଟରେ ଅଦିନିଆ ରଥଯାତ୍ରା, ଶ୍ରୀମନ୍ଦିର ଭିତରକୁ ବାହାର ଅଙ୍ଗାର ପ୍ରବେଶ ଏବଂ ମହାପ୍ରସାଦ ସାମଗ୍ରୀର ମାନକୁ ନେଇ ଯେଉଁଭଳି ଚର୍ଚ୍ଚା ଚାଲିଛି ସେସବୁ ପ୍ରସଙ୍ଗ ମଧ୍ୟ ବୈଠକରେ ଉଠିବ ବୋଲି ଜଣାପଡ଼ିଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.କ୍ରିଷନ କୁମାର, ଅତିରିକ୍ତ ଜିଲାପାଳ ବିନୟ କୁମାର ଦାସଙ୍କ ସମେତ ପରିଚାଳନା କମିଟିର ସଦସ୍ୟମାନେ ଯୋଗ ଦେଇଛନ୍ତି।
Posted inଆମ ଜିଲା ଖବର, ପୁରୀ, ରାଜ୍ୟ