ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ଅଫିସ୍‌ରେ ତାଲା

ପୁରୁଣା ଭୁବନେଶ୍ୱର,୩୧ା୧୦ (ଡି.ଏନ.ଏ.): ଶ୍ରୀଲିଙ୍ଗରଜ ମନ୍ଦିର ଟ୍ରଷ୍ଟ ବୋର୍ଡ଼ କାର୍ଯ୍ୟାଳୟରେ ବୁଧବାର ହଠାତ୍‌ ପୂର୍ବାହ୍ନ ୧୦ଟାରେ କେତେଜଣ ସେବାୟତ ପହଞ୍ଚତ୍ଥିଲେ। କାର୍ଯ୍ୟରତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଅଫିସ୍‌ ବାହାରକୁ ଆସିବାକୁ କହିଥିଲେ। ପରେ ସେମାନେ ତାଙ୍କର ଏକ ବାଇକ୍‌କୁ ଭଙ୍ଗାରୁଜା କରିଥିଲେ। ଶେଷରେ ତାଙ୍କୁ ଅଫିସ୍‌ ଗୃହକୁ ତାଲା ପକାଇ ଦେଇଥିଲେ। କିଛି ପୋଷ୍ଟର ଅଫିସ୍‌ କବାଟ ଏବଂ କାନ୍ଥରେ ମାରି ଦେଇଥିଲେ। ସେଥିରେ ଆମର ଦାବି ସିନିୟର ଓଏଏସ୍‌ ଅଧିକାରୀ ନିଯୁକ୍ତି ଲେଖାଯାଇଥିଲା। ରାଜ୍ୟ ସରକାର ଏହା ନ କଲେ ମନ୍ଦିର କାର୍ଯ୍ୟାଳୟକୁ ଅଚଳ କରି ଦିଆଯିବ। ଏହାକୁ ନେଇ ବିଭିନ୍ନ ମହଲରେ ନାନା ପ୍ରଶ୍ନ ଉଙ୍କି ମାରିବା ସହ ଘଟଣାକୁ ନେଇ ନିନ୍ଦା କରାଯାଇଛି। ଘଟଣାକୁ ନେଇ କାର୍ଯ୍ୟନିର୍ବାହୀ ଅଧିକାରୀ ସାହୁ ଲିଙ୍ଗରାଜ ଥାନାରେ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚତ୍ ନାରାୟଣ ପତି ଏବଂ ପୂଜାପଣ୍ଡା ନିଯୋଗ ସମ୍ପାଦକ ସଚ୍ଚୀକାନ୍ତ ପୂଜାପଣ୍ଡାଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ଥାନାରେ ଦଫା ୩୪୧, ୨୮୩, ୨୯୪, ୫୦୬, ୪୪୮, ୫୫୩, ୩୪୨, ୩୦୭, ୪୨୭, ୧୮୯, ୫୦୪, ୩୪ ଆଇପିସିରେ ନଂ. ୨୧୦/୧୯ରେ ମାମଲା ରୁଜୁ ହୋଇଛି। ତେବେ କ’ଣ ପାଇଁ ସେବାୟତ ନିଯୋଗ ଦ୍ୱୟ ଏଭଳି ପଦକ୍ଷେପ ନେଲେ ସେ ନେଇ ସଚ୍ଚୀକାନ୍ତ ପୂଜାପଣ୍ଡାଙ୍କୁ ପଚାରିବାରେ ୨୦୧୫ ପର୍ଯ୍ୟନ୍ତ ଟ୍ରଷ୍ଟବୋଡର୍ର୍ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ଜଣେ ଓଏଏସ୍‌ଙ୍କୁ ନିଯୁକ୍ତି ଦିଆଯାଉଥିଲା। ସେବେଠାରୁ ଓଆରଏସଙ୍କୁ ନିଯୁକ୍ତ ଦିଆଯାଉଛି। ମନ୍ଦିର ଅପରିସ୍କାର ରହିବା, ଅନେକ ଛୋଟ ମନ୍ଦିରରେ କୁଢୁଆ ଆସବାବ ପଡିବା, ମନ୍ଦିରରେ ଆଲମିରା ଖଟ ବିକ୍ଷିପ୍ତ ଭାବେ ପଡୁଛି। ତେଣୁ ଠାକୁରଙ୍କ ଯାନିଯାତ୍ରା ଠିକ୍‌ ସମୟରେ ହେଉନାହିଁ। ତେଣୁ ଜଣେ ଦକ୍ଷ ଅଫିସର ଏହା କରିପାରିବ ନେଇ ଏଭଳି ପଦକ୍ଷେପ ନେଇଛୁ ବୋଲି ସେ କହିଥିଲେ। ୯ା୭ା୧୮ରେ ଚିଠି ନଂ. ୧୨୭/୨୮ରେ ଆମେ ଓଏସଏସ ନିଯୁକ୍ତି ପାଇଁ ଦେବୋତ୍ତର କମିଶନରଙ୍କୁ ଜଣାଇଥିଲୁ। ଏ ନେଇ ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ କୁହନ୍ତି, ଏହା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ୧୯୪୭ରୁ ଟ୍ରଷ୍ଟ ବୋର୍ଡ ହେବାଠାରୁ ଜଣେ କାର୍ଯ୍ୟରତ ଅଧିକାରୀଙ୍କୁ କେବେ କେଉଁ ସମୟରେ ତାଲା ପକାଇ ଏପରି ପ୍ରତିବାଦ କରାଯାଇ ନ ଥିଲା। ପୋଷ୍ଟରରେ ସେବାୟତଗଣ ଲେଖାଯିବା ଭୁଲ। ଆମେ ସେଥିରେ ନାହୁଁ। ସେବାୟତଗଣ କହିଲେ ଛତିଶା ନିଯୋଗକୁ ବୁଝାଏ। ଅଭିଯୁକ୍ତଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଏହି ଘଟଣାକୁ ବୁଧବାର ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁମାନେ ନିନ୍ଦା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ସୂଚନା; ବଦଳିବ ରିଲିଫ୍‌ର ନାଁ, ଏଣିକି କୁହାଯିବ…

ଭୁବନେଶ୍ୱର,୨୧ା୯: ରାଜସ୍ବ ମନ୍ତ୍ରୀ ସୁରେଜ ପୂଜାରୀ ଶନିବାର ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି ରିଲିଫ୍‌ କୋଡ୍‌ର ନାଁ ପରିବର୍ତ୍ତନ ହେବ। ଏଣିକି ଆଉ...

ଗଛରେ ଝୁଲୁଛି ୨ ମୃତଦେହ

ସାଲେପୁର,୨୧ା୯(ଅରବିନ୍ଦ ଭୂୟାଁ): କଟକ ଜିଲା ସାଲେପୁର ବ୍ଲକ ଅନ୍ତର୍ଗତ ବାହାବଳପୁର ଗ୍ରାମରେ ଥିବା ଚାକୁଣ୍ତା ବଣରେ ଶନିବାର ସକାଳୁ ଏକ ଗଛରେ ବେକରେ ଗାମୁଛା ଓ...

ଥାନାକୁ ଆସିବା ପୂର୍ବରୁ ମେଜର-ବାନ୍ଧବୀଙ୍କ ଭିଡିଓ ଭାଇରାଲ, କିଛି ରୋଡ୍‌ ରୋମିଓ…

ଭୁବନେଶ୍ୱର,୨୧ା୯: ଭରତପୁର ଥାନାକୁ ଜଣେ ମେଜର ଏବଂ ତାଙ୍କ ବାନ୍ଧବୀ ଏତଲା ଦେବାକୁ ଆସି ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଦିନକୁ...

ଆମେରିକାରେ ଅଚ୍ୟୁତ ସାମନ୍ତଙ୍କ ନାମରେ ଖୋଲିବ ଗବେଷଣା କେନ୍ଦ୍ର

ଭୁବନେଶ୍ୱର,୨୧ା୯(ଶର୍ମିଷ୍ଠା ପାଣିଗ୍ରାହୀ):ଆମେରିକାର ସରକାରୀ ବିଶ୍ୱବିଦ୍ୟାଳୟ ସିଟି ୟୁନିଭର୍ସିଟି ଅଫ୍‌ ନ୍ୟୁୟର୍କ(କ୍ୟୁନି)ରେ ଶିକ୍ଷାବିତ୍‌, ସାମାଜିକ କର୍ମୀ ତଥା କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ନାମରେ...

‘ଶାରଳା ପୁରସ୍କାର’ ଘୋଷଣା: ଚଳିତବର୍ଷ ଏହି ମହିଳାଙ୍କୁ ମିଳିବ ପୁରସ୍କାର

ଭୁବନେଶ୍ୱର,୨୧ା୯(ଶର୍ମିଷ୍ଠା ପାଣିଗ୍ରାହୀ):ଚଳିତବର୍ଷ ବିଶିଷ୍ଟ ଲେଖିକା ସରୋଜିନୀ ସାହୁ ପାଇବେ ୪୫ତମ ‘ଶାରଳା ପୁରସ୍କାର’। ୨୦୧୯ରେ ସୃଜନ ଇଣ୍ଡିଆ ଦ୍ୱାରା ପ୍ରକାଶିତ ତାଙ୍କ ଉପନ୍ୟାସ ‘ଅସ୍ଥିର ପାଦ’...

ଭରତପୁର ଥାନା ଭିତର ଭିଡିଓ ଭାଇରାଲ, ସେଦିନ ରାତିରେ ଘଟିଥିଲା ଏପରି…

ଭୁବନେଶ୍ୱର,୨୧ା୯: ଭରତପୁର ଥାନାରେ ସେଦିନ ରାତିରେ ଘଟିଥିବା ଘଟଣାର କିଛି ଦୃଶ୍ୟ ଏବେ ଭାଇରାଲ ହେଉଛି। ପୋଲିସ ଓ ମେଜରଙ୍କ ବାନ୍ଧବୀଙ୍କ ମଧ୍ୟରେ ଚାଲିଥିବା କଥା...

ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ

କଟକ,୨୦।୯(ଶିଳ୍ପା ପ୍ରିୟଦର୍ଶିନୀ) କଟକ ବାଲିଯାତ୍ରା ଉପର ପଡିଆରେ ଗଣେଶ ମହୋତ୍ସବ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ଉତ୍ସବରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଯୋଗଦେଇଥିଲେ। ଏହାପରେ...

ଭରତପୁର ଥାନା ଘଟଣା: ଉଦ୍‌ବେଗ ପ୍ରକାଶ କଲେ ରାହୁଲ ଗାନ୍ଧି

ଭୁବନେଶ୍ୱର,୨୦ା୯: ଭରତପୁର ଥାନାରେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ପୋଲିସର ଅତ୍ୟାଚାର ଏବଂ ଯୌନ ନିର୍ଯାତନା ଅଭିଯୋଗ ମାମଲା ଓଡ଼ିଶାକୁ ସାରା ଦେଶରେ ଲଜ୍ଜିତ କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri