ଶ୍ରେଣୀଗୃହ ବିମ୍‌ରୁ ପ୍ଲାଷ୍ଟର ଖସିଲା

କଟକ ଅଫିସ, ୧୨।୯: ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ଆଇଟିଏମ୍‌ ବିଭାଗ ଶ୍ରେଣୀଗୃହରେ ଥିବା ବିମ୍‌ର ପ୍ଲାଷ୍ଟର ବୁଧବାର ଖସିପଡିଥିଲା। ହେଲେ ସେହି ସମୟରେ ସେଠାରେ ବସିଥିବା ଜଣେ ଛାତ୍ରୀ ଏଥିରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ଏପରି କି ଶ୍ରେଣୀଗୃହରେ ପାଣି ଜମିଥିବା ଦେଖିବାକୁ ମିଳିଥିଲା। ଏହି ଘଟଣାକୁ ନେଇ ବିଶ୍ୱବିଦ୍ୟାଳୟରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା। ମିଳିଥିବା ସୂଚନା ଅନୁଯାୟୀ, କିଛିଦିନ ହେବ ବିଶ୍ୱବିଦ୍ୟାଳୟ ଆଇଟିଏମ ବିଭାଗ ଶ୍ରେଣୀଗୃହର ଛାତରୁ ବାରମ୍ବାର ସିଲିଂ ଖସୁଛି। ଏ ନେଇ ବହୁବାର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ହେଲେ ଏ ଦିଗରେ କିଛି ପଦକ୍ଷେପ ନିଆଯାଇନାହିଁ। ଫଳରେ ବୁଧବାର ଲଗାଣ ବର୍ଷା ଯୋଗୁ ଛାତରେ ଥିବା ବିମ୍‌ରୁ ପ୍ଲାଷ୍ଟର ଖସିବା ସହ ପାଣି ଗଳୁଥିବା ଦେଖିବାକୁ ମିଳିଥିଲା। କେବଳ ଶ୍ରେଣୀଗୃହର ଛାତରୁ ନୁହେଁ ବିଭାଗର ଲ୍ୟାବ୍‌ରୁ ମଧ୍ୟ ସିଲିଂର ଖସିଛି। ପ୍ରତିଦିନ ବିପଦସଙ୍କୁଳ ଅବସ୍ଥାରେ ଛାତ୍ରୀଛାତ୍ରମାମାନେ କ୍ଲାସ କରୁଛନ୍ତି। ଅଧିକ ବର୍ଷା ହେଲେ ପାଠପଢା ସମ୍ପର୍ଣ୍ଣ ଭାବେ ବନ୍ଦ ହୋଇଯାଉଛି। ଏ ନେଇ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ର ପରିଚୟ ଗୋପନ ରଖି କହିଛନ୍ତି, ଶ୍ରେଣୀଗୃହ ବର୍ତ୍ତମାନ ବିପଜ୍ଜନକ ଅବସ୍ଥାରେ ରହିଛି। ବହୁବାର ଛାତରୁ ପ୍ଲାଷ୍ଟର ଖସି ସାରିଲାଣି। କ୍ଲାସ ଭିତରକୁ ପ୍ରବେଶ କରିବାକୁ ଡର ଲାଗୁଛି। ଏପରି କି ସାମାନ୍ୟ ବର୍ଷାରେ ମଧ୍ୟ ଶ୍ରେଣୀଗୃହରେ ପାଣି ଜମି ରହୁଛି। ସେହିପରି ବିଭାଗର ଜଣେ ଛାତ୍ରୀ ପରିଚୟ ଗୋପନ ରଖି କହିଛନ୍ତି, ଛାତ୍ରୀଛାତ୍ରଙ୍କ ପାଇଁ ଶ୍ରେଣୀଗୃହ ଏବେ ଅସୁରକ୍ଷିତ। ବିଭାଗର ସମସ୍ତ ଛାତର ଅବସ୍ଥା ଅତି ଶୋଚନୀୟ। ଅନେକ କ୍ଲାସକୁ ମଧ୍ୟ ବାତିଲ କରିଦିଆଯାଉଛି। ଫଳରେ ପାଠପଢାରେ ଅସୁବିଧା ହେଉଛି। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏଥିପ୍ରତି କୌଣସି ପଦକ୍ଷେପ ନେଉନାହାନ୍ତି। ଏ ସମ୍ପର୍କରେ କୁଳସଚିବ ଅଶୋକ କୁମାର ଦାସ କୁହନ୍ତି, ଶ୍ରେଣୀଗୃହ ମରାମତି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବର୍ଷା ହେବା ଫଳରେ ମରାମତି କାର୍ଯ୍ୟରେ ବାଧା ଉପୁଜୁଛି। ପାଗରେ ପରିବର୍ତ୍ତନ ଆସିଲେ ମରାମତି କାର୍ଯ୍ୟ ଆରମ୍ଭ ହୋଇ ୧୦ଦିନ ମଧ୍ୟରେ ଶେଷ କରାଯିବ। ସୂଚନାଯୋଗ୍ୟ, କିଛିଦିନ ତଳେ ଜାତୀୟ କବି ବୀର କିଶୋର (ଜେକେବିକେ) ସରକାରୀ କଲେଜ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟର ସିଲିଂ ଭୁଷୁଡ଼ିଥିଲା। ହେଲେ ସୌଭାଗ୍ୟ ବଶତଃ କୌଣସି ବଡ଼ ଧରଣର ବିପତ୍ତି ଘଟି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଏଣିକି ରାଜ୍ୟରେ…

ଭୁବନେଶ୍ୱର,୫ା୧୦: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଶହୀଦ ବାଜି ରାଉତଙ୍କ ଜୟନ୍ତୀକୁ ଏଣିକି ସରକାରୀସ୍ତରରେ ପାଳନ...

ଘାଟ ଜଗିଛି କୁମ୍ଭୀର: କୁଆଖାଇରେ କୁମ୍ଭୀର ଦେଖି ଲୋକେ ଛାନିଆ

ଭୁବନେଶ୍ୱର,୫।୧୦: ଘାଟ ଜଗିଛି କୁମ୍ଭୀର। କୁଆଖାଇରେ ବୁଲୁଛି କୁମ୍ଭୀର। ଶନିବାର ସକାଳୁ କିଛି ଲୋକେ ଗାଧୋଇବାକୁ ଯାଇଥିବା ବେଳେ ନଦୀ ପଠାରେ କୁମ୍ଭୀର ଶୋଇଥିବା ଦେଖିବାକୁ...

+୨ ପରୀକ୍ଷା ତାରିଖ ଘୋଷଣା: ୨ ପର୍ଯ୍ୟାୟରେ ହେବ ପରୀକ୍ଷା

ଭୁବନେଶ୍ୱର,୫।୧୦: ଯୁକ୍ତ ଦୁଇ ପରୀକ୍ଷା ତାରିଖ ଶନିବାର ଘୋଷଣା ହୋଇଛି। ଦୁଇଟି ପର୍ଯ୍ୟାୟରେ ପରୀକ୍ଷା ହେବ ବୋଲି ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡା...

ପୁନଃଗଠନ ହେବ OSDMA, ବଢ଼ିବ କର୍ମଚାରୀଙ୍କ ସଂଖ୍ୟା

ଭୁବନେଶ୍ୱର,୫ା୧୦: ରାଜ୍ୟରେ ପୁନଃଗଠନ ହେବ ଓସଡମା। ଏନେଇ ବିଜ୍ଞପ୍ତି ଜାରି କରିଛି ବିଭାଗ। ଓସଡମାରେ ୧୦୨ କର୍ମଚାରୀଙ୍କ ମଧ୍ୟରୁ ୧୦ ପୋଷ୍ଟ ରଦ୍ଦ ହୋଇଥିବାବେଳେ ୩୭...

ରାବଣପୋଡ଼ିରେ ହେବନି ବାଣ ପ୍ରତିଯୋଗିତା, ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

କଟକ,୫ା୧୦: ରାବଣପୋଡ଼ିରେ ଏଥର ଆଉ ହେବନି ବାଣ ପ୍ରତିଯୋଗିତା। ଏନେଇ ହାଇକୋର୍ଟ ସିଏମ୍‌ସି ଏବଂ ଜିଲା ପ୍ରଶାସନକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। କେବଳ ରଙ୍ଗୀନ ବାଣ...

ଚାଷୀନେତାଙ୍କୁ ଅଭ୍ୟାସଗତ ଅପରାଧୀ ଦର୍ଶାଇବା ନେଇ ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ, ସମର୍ଥନ ଜଣାଇଲା ଓକିଲ ସଂଘ

ବରଗଡ଼,୫।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ରମେଶ ମହାପାତ୍ରଙ୍କୁ ପୋଲିସ ଅସାମାଜିକ ଏବଂ ଅଭ୍ୟାସଗତ ଅପରାଧୀ ଦର୍ଶାଇବା ଘଟଣାକୁ ନେଇ ବିରୋଧ...

ବ୍ଲକ ଅଧ୍ୟକ୍ଷଙ୍କ ନାମରେ ଅନାସ୍ଥା ପ୍ରସ୍ତାବ: ଉପଜିଲାପାଳଙ୍କ ନିକଟରେ ଫେରାଦ ହେଲେ ସମିତି ସଭ୍ୟ, ସରପଞ୍ଚ

କେସିଙ୍ଗା,୪।୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧ୍ୟକ୍ଷଙ୍କ ମନମୁଖୀ କାର୍ଯ୍ୟକଳାପକୁ ନେଇ ବ୍ଲକ ଅଧ୍ୟକ୍ଷଙ୍କ ନାମରେ ଅନାସ୍ଥାପ୍ରସ୍ତାବ ପାଇଁ ୪୨ଜଣ ସମିତି ସଭ୍ୟ, ସରପଞ୍ଚ...

ଶିମିଳିପାଳ ଜଙ୍ଗଲରେ ପୁଣି କ୍ୟାମେରାରେ କଏଦ ହେଲା କଳାବାଘ

ଭୁବନେଶ୍ୱର,୫।୧୦: ଶିମିଳିପାଳ ଅଭୟାରଣ୍ୟର ଘଞ୍ଚ ଜଙ୍ଗଲରେ ବିଚରଣ କରୁଛି କଳାବାଘ। ଏହା ପୁଣି ଥରେ କ୍ୟାମେରାରେ କଏଦ ହୋଇଛି। ଶୁକ୍ରବାର ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ବାବଧାରକ (ପିସିସିଏଫ୍‌)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri