ଭୁବନେଶ୍ୱର,୮-୬: ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ଭୁବନେଶ୍ୱରସ୍ଥିତ କ୍ଷେତ୍ରୀୟ କାର୍ଯ୍ୟାଳୟର ନୂତନ କ୍ଷେତ୍ରୀୟ ମୁଖ୍ୟ ଭାବେ ଶ୍ୟାମ ସୁନ୍ଦର ନାରଙ୍ଗ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ନାଗପୁର କ୍ଷେତ୍ରୀୟ କାର୍ଯ୍ୟାଳୟର ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ। ୧୯୮୪ରେ ସେ ଆଇଓବିରେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ। ନିଜ କାର୍ଯ୍ୟକାଳ ମଧ୍ୟରେ ଦିଲ୍ଲୀ,କଲିକତା, ହରିୟାଣା, ପଞ୍ଜାବ ଏବଂ ନାଗପୁର ଭଳି ସ୍ଥାନରେ ସେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ କରିବା ସହ ଦୀର୍ଘ ୩୦ ବର୍ଷର ଅଭିଜ୍ଞତା ହାସଲ କରିଛନ୍ତି। ଏନ୍ପିଏ ହ୍ରାସ, କାସା ଜମା ବୃଦ୍ଧି ଏବଂ ଖୁଚୁରା ଋଣ ପ୍ରଦାନକୁ ଗୁରୁତ୍ୱ ଦେବେ ବୋଲି ସେ କହିଛନ୍ତି।