ଷ୍ଟକ୍‌ ମାର୍କେଟକୁ ଆସିବ ଏଲ୍‌ଆଇସି

ନୂଆଦିଲ୍ଲୀ,୩୦-୭: ମୋଦି ସରକାର ଦେଶର ସର୍ବବୃହତ ଜୀବନ ବୀମା କମ୍ପାନୀ(ଏଲ୍‌ଆଇସି)କୁ ଷ୍ଟକ୍‌ ମାର୍କେଟରେ ତାଲିକାଭୁକ୍ତ କରିବାକୁ ଯୋଜନା କରୁଛନ୍ତି। ଚଳିତ ଆର୍ଥିକ ବର୍ଷରେ ପୁଞ୍ଜିପ୍ରତ୍ୟାହାରରୁ ଅଧିକ ମାତ୍ରାରେ ଅର୍ଥ ଯୋଗାଡ କରିବା ଲାଗି ସରକାର ବଦ୍ଧ ପରିକର। ଏହାର ଅଂଶ ସ୍ବରୂପ ଏଲ୍‌ଆଇସିର ଆଇପିଓ(ଇନିସିଆଲ ପବ୍ଲିକ୍‌ ଅଫରିଂ) ଆସିବ। ଏହା ଆସିବା ପରେ ମାର୍କେଟ କ୍ୟାପିଟାଲାଇଜେଶନ ହିସାବରେ ଏହା ଟିସିଏସ୍‌, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡକୁ ପଛରେ ପକାଇ ଦେଶର ସର୍ବବୃହତ ତାଲିକାଭୁକ୍ତ କମ୍ପାନୀ ହେବ।
ପ୍ରାପ୍ତ ସୂଚନାନୁଯାୟୀ, ଏହି ପ୍ରକ୍ରିୟା ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି। ସରକାରଙ୍କ ଉଚ୍ଚ ଅଧିକାରୀମାନେ ଏହାକୁ ନେଇ ବିଚାର ଆଲୋଚନା ଚଳାଇଛନ୍ତି। ତେବେ ଆଇପିଓ ଆଣିବା ପୂର୍ବରୁ ସରକାରଙ୍କୁ ଏଥିପାଇଁ ପାର୍ଲାମେଣ୍ଟର ଅନୁମୋଦନ ନେବାକୁ ହେବ। କାରଣ ଏଲ୍‌ଆଇସି ଆଇନ ୧୯୫୬ରେ ସଂଶୋଧନ ନ ହେବା ପର୍ଯ୍ୟନ୍ତ କମ୍ପାନୀର ଆଇପିଓ ବଜାରକୁ ଆସିପାରିବ ନାହିଁ। କମ୍ପାନୀ ଗତ ଆର୍ଥିକ ବର୍ଷରେ ପ୍ରାୟ ୪୮,୪୩୬ କୋଟି ଟଙ୍କାର ଶୁଦ୍ଧ ଲାଭ କରିଛି। ମୋଟ ୩୧.୧୦ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି କମ୍ପାନୀ ପରିଚାଳନାରେ ରହିଛି। ୨୦୧୮-୧୯ରେ କମ୍ପାନୀ ଇକ୍ୟୁଟି ନିବେଶରୁ ୨୩,୬୨୧ କୋଟି ଟଙ୍କା ଲାଭ କରିଛି। ୨୦୧୭-୧୮ରେ ଏହା ୨୫,୬୪୬ କୋଟି ଟଙ୍କା ଥିଲା। ୨୦୧୮-୧୯ରେ ଏଲ୍‌ଆଇସି ଷ୍ଟକ୍‌ ବଜାରରେ ୬୮,୬୨୧ କୋଟି ଟଙ୍କା ନିବେଶ କରିଛି। ଏହାଛଡ଼ା କମ୍ପାନୀ ୨୦୧୮ ମାର୍ଚ୍ଚ ସୁଦ୍ଧା ଡିବେଞ୍ଚର ଓ ବଣ୍ଡ୍‌ରେ ୪,୩୪,୯୫୯ କୋଟି ଟଙ୍କା ଟଙ୍କା ଏବଂ ବିଭିନ୍ନ ଭିତ୍ତିଭୂମି ନିର୍ମାଣରେ ୩,୭୬,୦୯୭ କୋଟି ଟଙ୍କା ନିବେଶ କରିଛି। ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍‌ସ୍ୟୁରାନ୍ସ, ଆଇସିଆଇସିଆଇ ଲୋମ୍ବାର୍ଡ, ଜେନେରାଲ ଇନ୍‌ସ୍ୟୁରାନ୍ସ, ଏସ୍‌ବିଆଇ ଇନ୍‌ସ୍ୟୁରାନ୍ସ, ଜେନେରାଲ ଇନ୍‌ସ୍ୟୁରାନ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଏବଂ ଏଚ୍‌ଡିଏଫ୍‌ସି ଲାଇଫ୍‌ ଇନ୍‌ସ୍ୟୁରାନ୍ସ ଇତିମଧ୍ୟରେ ଷ୍ଟକ୍‌ ମାର୍କେଟରେ ତାଲିକାଭୁକ୍ତ ହୋଇସାରିଛି। ଜୁନ୍‌ ଡାଟା ଅନୁଯାୟୀ ଏଲ୍‌ଆଇସିର ପ୍ରିମିୟମ ଆଦାୟ ଦୁଇଗୁଣା ବଢ଼ି ୨୬,୦୩୦.୧୬ କୋଟି ଟଙ୍କାରେ ପହଞ୍ଚତ୍ଛି। ଗତବର୍ଷ ଏହି ସମୟରେ ଏହା ୧୧,୧୬୭.୮୨ କୋଟି ଟଙ୍କା ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କ’ଣ ଆଧାର ସହ ଲିଙ୍କ୍‌ କରିବାକୁ ହେବ QR କୋଡ୍‌ ଥିବା ପାନ୍‌ କାର୍ଡ? ଜାଣନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ…

ନୂଆଦିଲ୍ଲୀ,୨୭।୧୧: ନୂତନ ପାନ୍‌ 2.0 ଯୋଜନାକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି। ଏହି ଯୋଜନା ଅନୁଯାୟୀ, ପାନ କାର୍ଡକୁ ନବୀକରଣ କରାଯିବ। ଏଥିରେ QR କୋଡ୍‌...

ହ୍ୟାଣ୍ଡଲୁମ୍‌ ଆଣ୍ଡ ହାଣ୍ଡିକ୍ରାଫ୍‌ ଏକ୍ସପୋ ଉଦ୍‌ଘାଟିତ

ଭୁବନେଶ୍ୱର,୨୭।୧୧(ଅଭୟ ଦାଶ):ପ୍ରତି ବର୍ଷ ଭଳି ଚଳିତ ମଧ୍ୟ ଭୁବନେଶ୍ୱରର ୟୁନିଟ୍‌-୩ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ‘ହ୍ୟାଣ୍ଡଲୁମ ଆଣ୍ଡ ହାଣ୍ଡିକ୍ରାଫ ଏକ୍ସପୋ-୨୦୨୪’ ମଙ୍ଗଳବାର ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ...

ଆର୍ଥିକ ନିଅଣ୍ଟ ୭.୮ ଟ୍ରିଲିୟନ ଡଲାରକୁ ବୃଦ୍ଧି ଆକଳନ

ନୂଆଦିଲ୍ଲୀ,୨୭।୧୧:ବର୍ତ୍ତମାନ ସମୟରେ ଜାରି ରହିଥିବା ଭୂ ରାଜନୈତିକ ପରିସ୍ଥିତ ଓ ଅନ୍ତଃରାଷ୍ଟ୍ରୀୟ ଘଟଣାବଳୀ ବିଶ୍ୱ ଅର୍ଥନୀତିର ଆର୍ଥିକ ନିଅଣ୍ଟକୁ ଆହୁରି ଖରାପ କରିପାରେ ବୋଲି ଅର୍ଥନୀତିଜ୍ଞମାନେ...

PAN ୨.୦ ଆଣିଲେ ସରକାର; QR କୋଡ୍‌ ରହିଲେ ବନ୍ଦ ହୋଇଯିବ କି ପୁରୁଣା କାର୍ଡ, ନୂଆ ପାଇଁ ଲାଗିବ କେତେ ଟଙ୍କା; ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୧୧: ଭାରତ ସରକାର ପାନ୍‌ କାର୍ଡ ପାଇଁ ନୂତନ PAN ୨.୦ ଯୋଜନା ଆଣିଛନ୍ତି, ଯେଉଁଥିରେ QR କୋଡ୍‌ ଥିବା ପାନ କାର୍ଡ ମାଗଣାରେ ଅପଗ୍ରେଡ୍‌...

ବାର୍ଷିକ ଋଣ ଯୋଜନାରେ ଉଲ୍ଲେଖନୀୟ ଅଭିବୃଦ୍ଧି

ଭୁବନେଶ୍ୱର,୨୬।୧୧: ଓଡ଼ିଶାର ୧୭୭ ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବଠକ ସୋମବାର ଭୁବନେଶ୍ୱରର ଜୟଦେବ ବିହାର ନିକଟସ୍ଥ ହୋଟେଲ ମେ’ଫେୟାରଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ...

ବ୍ରିଟେନ୍‌-ଜର୍ମାନୀ ଗସ୍ତରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬ା୧୧(ଅନୁରାଧା ମହାରଣା): ରାଜ୍ୟକୁ ଅର୍ଥନୈତିକ ଶକ୍ତି ଯୋଗାଇବା ଲକ୍ଷ୍ୟରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡ. ମୋହନ ଯାଦବ ବ୍ରିଟେନ-ଜର୍ମାନୀ ଗସ୍ତରେ ଅଛନ୍ତି। ରବିବାର ସେ ଲଣ୍ଡନରେ ପହଞ୍ଚିଥିବାବେଳେ ସ୍ଥାନୀୟ...

ଗୁଣାତ୍ମକ ଉତ୍ପାଦକୁ ଓଡ଼ିଶା ପ୍ଲାଷ୍ଟୋର ଗୁରୁତ୍ୱ

ଭୁବନେଶ୍ୱର,୨୬।୧୧ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଓଡ଼ିଶା ପ୍ଲାଷ୍ଟୋ ପ୍ରୋ ପ୍ୟାକ ଓଡ଼ିଶା ଏବଂ ଓଡ଼ିଶା ପ୍ଲାଷ୍ଟୋର ୪ ଦିନିଆ ପ୍ରଦର୍ଶନୀରେ...

ମଣିପାଲ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର

ଭୁବନେଶ୍ୱର,୨୬।୧୧: ଭୁବନେଶ୍ୱର ମଣିପାଲ ହସ୍ପିଟାଲକୁ ନିକଟରେ ଆଉ ଏକ ସଫଳତା ମିଳିଛି। ଏପରିକି ଏକ ବିରଳ କ୍ୟାନସର ରୋଗର ପୀଡିତ ୬୫ବର୍ଷିୟା ମହିଳାଙ୍କର ସଫଳ ଅସ୍ତ୍ରୋପଚାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri