ଲବଙ୍ଗର ଅନେକ ଔଷଧୀୟ ଗୁଣ ରହିଛି। ବର୍ଷାଦିନେ ସକାଳୁ ଲବଙ୍ଗ ଚା’ ପିଇଲେ ଏହା ଶରୀର ଲାଗି ହିତକର ହୋଇଥାଏ । କିଛି ପାଣିରେ ତୁଳସୀ ପତ୍ର, ପୋଦିନା ପତ୍ର ଓ ଲବଙ୍ଗ ପକାଇ ନାଲି ଚା’ କରି ପିଇଲେ ଥଣ୍ଡା ହେବାର ଆଶଙ୍କା ରହି ନ ଥାଏ। ଏଥିରେ ଏକ ଚାମଚ ମହୁ ମିଶାଇ ପିଇଲେ ସମସ୍ତ ପ୍ରକାର ଟେନ୍ସନ୍ ସହଜରେ ହୋଇଥାଏ ଦୂର। ଅଭ୍ୟାସ କରି ବର୍ଷା ଦିନେ ଲବଙ୍ଗ ଚା’ ପିଇଲେ ଆଜ୍ମା ଆଶଙ୍କା ଦୂର ହୋଇଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି।