ଇଡ୍ଲି ଖାଇବାକୁ ଯେତିକି ସ୍ବାଦିଷ୍ଟ ସ୍ବାସ୍ଥ୍ୟ ପାଇଁ ମଧ୍ୟ ସେତିକି ଲାଭଦାୟକ। ଅନେକଙ୍କ ଘରେ ଇଡ୍ଲିକୁ ସକାଳର ଜଳଖିଆ ଭାବେ ଗ୍ରହଣ କରାଯାଇଥାଏ। ଇଡ୍ଲି ସହ ସମ୍ବର ଖାଇବା ଦ୍ୱାରା ଏଥିରୁ ପ୍ରୋଟିନ୍, ଫାଇବର ଓ ଆମିନୋ ଏସିଡ ଆଦି ମିଳିଥାଏ। ଇଡ୍ଲିର କେତେକ ଉପକାରୀ ଗୁଣ ସମ୍ପର୍କରେ…
-ଇଡ୍ଲିରେ ସୋଡିୟମର ମାତ୍ରା ନ ଥାଏ କହିଲେ ଚଳେ, ଯାହା ସୁସ୍ଥ ଶରୀର ପାଇଁ ଆବଶ୍ୟକ। ଉଚ୍ଚ ରକ୍ତଚାପ ଥିଲେ ପ୍ରତିଦିନ ଇଡ୍ଲି ଖାଇଲେ ଲାଭ ମିଳିଥାଏ।
-ଏଥିରେ ସାଧାରଣତଃ କୌଣସି ମସଲା ବ୍ୟବହାର କରାଯାଇ ନ ଥାଏ। ତେଣୁ ହୃଦ୍ଘାତ ସମସ୍ୟା ଥିବା ବ୍ୟକ୍ତିମାନଙ୍କ ପାଇଁ ଏହା ଭଲ।
– ଶରୀରରେ ପ୍ରୋଟିନର ମାତ୍ରା କମ୍ ଥିଲେ ନିୟମିତ ଇଡ୍ଲି ଖାଇଲେ ଏହି ସମସ୍ୟା ଦୂର ହୋଇଥାଏ। କାରଣ ଚାଉଳ ଓ ବିରିରେ ଇଡ୍ଲି ତିଆରି ହେଉଥିବା ବେଳେ ଏହା ହେଉଛି ପ୍ରୋଟିନର ଉତ୍ସ।
-ଏଥିରେ କାର୍ବୋହାଇଡ୍ରେଟ୍ସର ମାତ୍ରା ଭରପୂର ଥିବା ବେଳେ ଶରୀର ପାଇଁ ଏହା ଉପକାରୀ ହୋଇଥାଏ।
-ଇଡ୍ଲିରେ ରହିଛି ଆମିନୋ ଏସିଡ୍, ଯାହା ଶରୀର ପାଇଁ ବେଶ୍ ଆବଶ୍ୟକ। ଏହାକୁ ଖାଇଲେ ଏଥିରେ ଥିବା ଆମିନୋ ଏସିଡ ବ୍ରେନ୍କୁ ଠିକ୍ ରଖିବା ସହ ଶରୀରର ଅନ୍ୟଅଙ୍ଗ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ।