ସଙ୍କୁଚିତ ହେଉଛି ତାଳଦଣ୍ଡା କେନାଲ : କମିଲାଣି ଜଳଧାରଣ କ୍ଷମତା

ପାରାଦୀପ,୪ା୮(ସ୍ବ.ପ୍ର.): ପାରାଦୀପର ଜୀବନ ରେଖା ତାଳଦଣ୍ଡା କେନାଲ ଏବେ ସଙ୍କୁଚିତ ହେବା ସହ ପୋତିହେବାରେ ଲାଗିଛି। ଫଳରେ ଏହାର ଜଳଧାରଣ କ୍ଷମତା ହ୍ରାସ ପାଇଲାଣି। କଟକରୁ ପାରାଦୀପ ପର୍ଯ୍ୟନ୍ତ ୮୦ କିମିର ଏହି କେନାଲରେ ୧୭ଟି ଛୋଟ ଶାଖା କେନାଲ ଓ ୨ଟି ମୁଖ୍ୟ ସଂଯୋଗ କେନାଲ ରହିଛି। ବନ୍ଦର ନଗରୀ ପାରାଦୀପ ପାଇଁ ଏହି କେନାଲରେ ଦୈନିକ ୧୧ କ୍ୟୁସେକ ଜଳ ପ୍ରବାହିତ ହେବା ଆବଶ୍ୟକ। କିନ୍ତୁ ବର୍ତ୍ତମାନ ମହାନଦୀରେ ଜଳାଭାବ ଯୋଗ ସବୁଦିନ ୧୧ କ୍ୟୁସେକ ପାଣି ଯୋଗାଇବା ଜଳସମ୍ପଦ ବିଭାଗ ପକ୍ଷରେ ସମ୍ଭବ ହେଉନାହିଁ। ତେଣୁ କେଉଁଦିନ ୩ କ୍ୟୁସେକ ତ କେଉଁଦିନ ୭ କ୍ୟୁସେକ ପାଣି ଛଡ଼ାଯାଉଛି। କେନାଲ ସଙ୍କୁଚିତ ହେବା ଓ କେତେକ ସ୍ଥାନରେ ଅବରୋଧ ଯୋଗୁ ତଳମୁଣ୍ଡ ପାରାଦୀପରେ ସେତିକି ପରିମାଣର ପାଣି ମଧ୍ୟ ପହଞ୍ଚୁନାହିଁ। ଏହାର ପ୍ରଭାବ ଗତ ଅଗଷ୍ଟ ମାସରେ ଅନୁଭୂତ ହୋଇଛି। ଏବେ ପାରାଦୀପ ବନ୍ଦର ସହରାଞ୍ଚଳରେ ଥିବା ଲୋକଙ୍କୁ ଦୈନିକ ମାତ୍ର ଥରେ ପାଣି ଯୋଗାଯାଉଛି। ଏପରି ଜଳାଭାବ ଗତ ୫ବର୍ଷ ହେଲା ଲାଗିରହିଛି। ତାଳଦଣ୍ଡା କେନାଲରେ ଯେତିକି ପାଣି ଆସୁଛି, ସେଥିରୁ ଅଧିକାଂଶ ସ୍ଥାନରେ କେତେକ ବ୍ୟବସାୟୀ, ମାଛଚାଷୀ, ଗୃହ ମାଲିକ, ହୋଟେଲ ଆଦି ଚୋରାରେ ନେଉଥିବା ଜଣାଯାଇଛି। କଟକରୁ ପାରାଦୀପ ପର୍ଯ୍ୟନ୍ତ ଏତେ ମାତ୍ରାରେ ପାଣି ଚୋରି ହେଉଛି, ଯାହାକି ଯାଞ୍ଚ କରିବାକୁ ମାନବ ସମ୍ବଳ ନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଉଛି। କେନାଲକୁ ନିୟମିତ ସଫା କରାଯାଉନାହିଁ। ଦଳ ଭର୍ତ୍ତି ହୋଇ ପଚି ଦୁର୍ଗନ୍ଧ ହେଉଛି। କେନାଲର ଦୁଇ ପାର୍ଶ୍ୱରେ ଜବରଦଖଲ ଯୋଗୁ ତାହା ସଙ୍କୁଚିତ ହେବାରେ ଲାଗିଛି। ଭାରିଯାନ ଚଳାଚଳ ଯୋଗୁ ଧୂଳି ଉଡି ପାଣିରେ ଜମି ରହୁଛି। କେତେକ ସ୍ଥାନରେ ନିର୍ମାଣ କାମ ପାଇଁ ଠିକାଦାର କେନାଲ ପୋତି ଦେଇଛନ୍ତି। କେବଳ ଜଳ ପ୍ରବାହ ପାଇଁ ସିମେଣ୍ଟ ପାଇପ ବସାଇଛନ୍ତି। ନିର୍ମାଣ କାମ ଶେଷ ହେବା ପରେ ଠିକାଦାର ସେହି ଅସ୍ଥାୟୀ
ଅବରୋଧ ହଟାଉନାହାନ୍ତି। ଫଳରେ ସେହି ମାଟି, ବାଲି କେନାଲରେ ମିଶି ପୋତି ହେବାରେ ଲାଗିଛି। ଏମିତି ଅନେକ କାରଣ ପାଇଁ କେନାଲର ଜଳଧାରଣ କ୍ଷମତା ଏବେ ୧୦ କ୍ୟୁସେକ ମିଟରଠାରୁ କମ ହୋଇଗଲାଣି ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ୧୯୨୨ରେ ଇଂରେଜ ଶାସକମାନେ ଏହି କେନାଲ ପାରାଦୀପର ଚଉମୁହଁାଣଠାରୁ କଟକ ଯୋବ୍ରା ପର୍ଯ୍ୟନ୍ତ ଖୋଳିଥିଲେ। ୧୯୬୦ ଦଶକରେ ପାରାଦୀପ ବନ୍ଦର ହେବା ପରେ ସେହି କେନାଲକୁ ସିଙ୍ଗଟାଳିଠାରୁ ଅଠରବାଙ୍କି ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଥିଲା। ସେତେବେଳେ କେନାଲ ଯୋଗେ ପରିବହନ ଓ ଜଳସେଚନ ହୋଇପାରୁଥିଲା। ଏହି କେନାଲର ବିରିଡିଠାରୁ ମାଛଗଁା କେନାଲ ଓ ତାଳଦଣ୍ଡାଠାରେ ତାଳଦଣ୍ଡା କେନାଲ ବାହାରିଛି। ଏଥିସହ ୧୭ଟି ଶାଖା କେନାଲ ରହିଛି, ଯାହାକୁ ୧ରୁ ୧୭ ପର୍ଯ୍ୟନ୍ତ ନମ୍ବର ଅନୁସାରେ ନାମିତ କରାଯାଇଛି। କେତେକ ସ୍ଥାନର ନାମ ସେହି ନମ୍ବର ସହ ଜଡ଼ିତ ଅଛି, ଯେମିତିକି କୁଜଙ୍ଗର ମଙ୍ଗରାଜପୁରଠାରେ ରାସ୍ତାର ନାମ ୧୫ନମ୍ବର। ଏହା ମଧ୍ୟରେ ଶହେ ବର୍ଷ ପୁରିବାକୁ ବସିଥିବାବେଳେ ଉକ୍ତ କେନାଲର ସ୍ଥାୟୀ ପୁନରୁଦ୍ଧାର କିମ୍ବା ନୂଆ ଜଳସେଚନ ବ୍ୟବସ୍ଥା କରାଯାଇନାହିଁ। ପ୍ରତିବର୍ଷ କେନାଲ ସଫା ଓ ଖୋଳା ପାଇଁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହେଉଛି। କିନ୍ତୁ ସ୍ଥିତି ସୁଧୁରୁନି। ଏ ସମ୍ପର୍କରେ ଚଉମୁହାଣି ସ୍ଥିତ ଜଳ ସମ୍ପଦ ବିଭାଗ କାର୍ଯ୍ୟାଳୟର କନିଷ୍ଠ ଯନ୍ତ୍ରୀ ଦେବାଶିଷ ମହାନ୍ତିଙ୍କୁ ପଚାରିବାରେ ସେ କହିଲେ ଯେ, କେନାଲକୁ ଗତ ୩ ଦିନ ହେଲା ବରିଷ୍ଠ ଯନ୍ତ୍ରୀମାନେ କଟକଠାରୁ ପାରାଦୀପ ପର୍ଯ୍ୟନ୍ତ ଯାଞ୍ଚ କରୁଛନ୍ତି। ଏଥିରେ ବର୍ଷତମାମ ପାଣି ଯୋଗାଇବାକୁ ପଡୁଥିବାରୁ ସ୍ଥାୟୀ ଭାବେ ଖନନ କରିବା ସହଜ ହେଉନି। ପାଣି ଚୋରି ରୋକିବାକୁ ଆମ ପାଖରେ କର୍ମଚାରୀ ଅଭାବ ରହିଛି। ସେଥିପାଇଁ ଜଳ ପରିଚାଳନାରେ କିଛିଟା ଅସୁବିଧା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାବାତ୍ୟାରେ ଭାସି ଯାଇଥିଲେ ସ୍ତ୍ରୀ-୪ ସନ୍ତାନ: ତଥାପି ହାରିନାହାନ୍ତି ଶଙ୍କର ନନା

ପାରାଦୀପ,୨୯।୧୦(ଶରତ ରାଉତ):ଓଡ଼ିଶାର ସବୁଠାରୁ ବଡ଼ ବାତ୍ୟା କୁହାଯାଉଥିବା ୧୯୯୯ ମହାବାତ୍ୟାକୁ ମଙ୍ଗଳବାର ୨୫ ବର୍ଷ ପୂରିଛି। ଏହି ୨୫ ବର୍ଷ ମଧ୍ୟରେ ଉପକୂଳ ଓଡ଼ିଶାରେ ୧୧...

ବାତ୍ୟା ମୁକାବିଲା ପାଇଁ ପାରାଦୀପ ବନ୍ଦରର ପ୍ରସ୍ତୁତି: ବର୍ଥ ଛାଡ଼ି ସମୁଦ୍ରରେ ରହିବେ ଜାହାଜ

ପାରାଦୀପ,୨୩।୧୦(ଶରତ ରାଉତ):ବାତ୍ୟା ‘ଦାନା’କୁ ନେଇ ପାରାଦୀପ ବନ୍ଦର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବିଶେଷକରି ବନ୍ଦର ପୋତାଶ୍ରୟ ମଧ୍ୟରେ ଥିବା ସମସ୍ତ ପଣ୍ୟବାହୀ ଜାହାଜ...

ଜିଲା ପାଇଁ ଗୌରବ ଆଣିଲେ ସ୍ମୃତିରଞ୍ଜନ, ଓଏଏସ୍‌ ପାଇବା ପରେ କହିଲେ…

ଜଗତସିଂହପୁର,୨୦ା୧୦: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ୍‌ ସର୍ଭିସ (ଓସିଏସ୍‌) ପରୀକ୍ଷା ୨୦୨୨ର ଫଳ ଶନିବାର ପ୍ରକାଶ ପାଇଛି। ମୋଟ ୬୮୩ଜଣ...

ଛାତ୍ରଙ୍କୁ ଅପହରଣ କରି ନେଉଥିଲେ ଦୁର୍ବୃତ୍ତ, ଅଧାବାଟରେ ଗାଡ଼ିରୁ ଡେଇଁ ବଞ୍ଚାଇଲେ ଜୀବନ

ପାରାଦୀପ,୨୧ା୧୦(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ କଟକ ପାରାଦୀପ ରାଜ୍ୟ ରାଜପଥ ୧୫ ନମ୍ବର ପାଖରେ ସୋମବାର ସକାଳେ ଅଭାବନୀୟ ଘଟଣା...

କାଉଡ଼ିଆ ନଦୀ, ସମୁଦ୍ରରେ ମିଶିଲା ପାଇପ୍‌ଲାଇନ ତେଲ

ପାରାଦୀପ,୨୧ା୧୦(ଶରତ ରାଉତ): ପାରାଦୀପରେ ବ୍ୟାପକ ଚୋରା କାରବାର ଘଟଣାକୁ ନେଇ ଅଘଟଣ ଘଟୁଥିଲେ ହେଁ ଏହାର କୌଣସି ପ୍ରଭାବ ପ୍ରଶାସନ ଉପରେ ପଡୁନାହିଁ। ୨ ଦିନ...

ବିରୋଧୀ ଦଳରେ ଯେଉଁ ମଜା ଶାସକ ଦଳରେ ନାହିଁ

ଜଗତ୍‌ସିଂହପୁର, ୧୭ା୧୦(ପ୍ରମୋଦ କୁମାର ନାୟକ): ବିରୋଧୀ ଦଳରେ ରହିଲେ ଯେଉଁ ମଜା ଅଛି, ତାହା ଶାସକ ଦଳରେ ନାହିଁ। ଦୀର୍ଘ ୧୦ ବର୍ଷ ଭିତରେ ମୁଁ...

ଜଗତସିଂହପୁର ଜିଲାରେ ରାବଣ ଆଉ ମହିଷାସୁର କିଏ?: କାହାକୁ ଆକ୍ଷେପ କଲେ ବିଧାୟକ

ଜଗତସିଂହପୁର,୧୪।୧୦।: ଜଗତସିଂହପୁର ଜିଲାରେ ରାବଣ କିଏ? ମହିଷାସୁର କିଏ?ରବିବାର ଜଗତସିଂହପୁରରେ ହୋଇଥିବା ରାବଣ ପୋଡ଼ି ଉତ୍ସବରେ ଅତିଥି ଭାବେ ଯୋଗଦେଇଥିଲେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ, ବିଧାୟକ...

ଝଙ୍କଡ଼ ଶାରଳା ପୀଠ

ରାଜ୍ୟର ପ୍ରମୁଖ ଦେବୀ ପୀଠ ମଧ୍ୟରେ ମା’ ଶାରଳାଙ୍କ ମନ୍ଦିର ଅନ୍ୟତମ। ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଝଙ୍କଡ଼ କନକପୁରଠାରେ ଏହି ପୀଠ ଅବସ୍ଥିତ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri