ବୁଗୁଡ଼ା,୧୧ା୬(ଡି.ଏନ.ଏ)- ବୁଗୁଡ଼ା ବ୍ଲକ ଗୋଲିଆ ପଞ୍ଚାୟତସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ବୁଧବାର ରାତିରେ ନୂଆକରି ଆସିଥିବା ୧୬ଜଣ ଅନ୍ତେବାସୀ ହୋହଲ୍ଲା କରିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ସେମାନଙ୍କୁ ଅନ୍ୟଏକ ସଙ୍ଗରୋଧ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ଉକ୍ତ ସଙ୍ଗରୋଧ କେନ୍ଦ୍ରରେ ଶହେରୁ ଉର୍ଦ୍ଧ୍ୱ ପ୍ରବାସୀ ରହୁଥିବାବେଳେ ଗତ ୯ ତାରିଖରେ ବି.କରଡ଼ାବାଡ଼ି, ନଗୁଡ଼ୁ ଓ ବି.ବ୍ରହ୍ମପୁର ଅଞ୍ଚଳର ୧୬ ଜଣ ଆସିଥିଲେ। ବୁଧବାର ସନ୍ଧ୍ୟାରେ ଅନ୍ତେବାସୀଙ୍କ ମନୋରଞ୍ଜନ ପାଇଁ ଦୃଷ୍ଟିବାଧିତ କଳାକାଳଙ୍କୁ ନେଇ ଭଜନ ସମାରୋହ ସାମାଜିକ ଦୂରତା ରକ୍ଷା କରି ଅନୁଷ୍ଠିତ ହୋଇଥିଲା। ଏହାପରେ ରାତ୍ରୀଭୋଜନ ଆରମ୍ଭ ହୋଇଥିଲା। ମାତ୍ର ନୂଆକରି ଆସିଥିବା ସମ୍ପୃକ୍ତ ୧୬ ଅନ୍ତେବାସୀ ଖାଦ୍ୟଦ୍ରବ୍ୟ ଫିଙ୍ଗା ଫୋପଡ଼ା ସହ ଗାଳିଗୁଲଜ କରିଥିଲେ। ପ୍ରଶାସନ ନିକଟରେ ଖବର ପହଞ୍ଚତ୍ବା ପରେ ଓଏସ୍ଡି ବିଜୟ କଅଁର ଓ ପୋଲିସ ପହଞ୍ଚତ୍ ସେମାନଙ୍କୁ ରାତାରାତି କଳମ୍ବ ସଙ୍ଗରୋଧ କେନ୍ଦ୍ରକୁ ସ୍ଥାନାନ୍ତର କରିଥିଲେ।