ସେଣ୍ଟ ଲୁସିଆ,୧୦।୧୧(ପି.ଟି.)- କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ନାମରେ ଥିବା ୩୦ ବର୍ଷର ପୂରୁଣା ରେକର୍ଡ ଭାଙ୍ଗିଛନ୍ତି ୧୫ ବର୍ଷୀୟା ଶେଫାଳି ବର୍ମା। ସେ ଦେଶର ସର୍ବକନିଷ୍ଠ ଖେଳାଳି ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ଏଠାରେ ଓ୍ବେଷ୍ଟଇଣ୍ଡିଜ ମହିଳା ଦଳ ବିପକ୍ଷ ମ୍ୟାଚ୍ରେ ସିରିଜ୍ର ପ୍ରଥମ ଟି୨୦ ମ୍ୟାଚ୍ରେ ଶେଫାଲି ୪୯ ବଲରେ ୭୩ ରନ୍ କରିଥିଲେ। ତାଙ୍କର ଏଭଳି ଇନିଂସ ଯୋଗୁ ଭାରତୀୟ ଦଳ ୮୪ ରନ୍ରେ ମ୍ୟାଚ୍କୁ ଜିତି ନେଇଛି। କ୍ୟାରିୟରର ୫ମ ଟି୨୦ ମ୍ୟାଚ୍ ଖେଳୁଥିବା ଶେଫାଳି
ଆରମ୍ଭରୁ ଆଟାକିଂ ଖେଳି ୬ ଚୌକା ଓ ୪ ଛକା ଲଗାଇଥିଲେ। ସେ ୧୫ ବର୍ଷ ୨୮୫ ଦିନ ବୟସରେ ପ୍ରଥମ ଅନ୍ତର୍ଜାତୀୟ ଅର୍ଦ୍ଧଶତକ ହାସଲ କରି ସଚିନଙ୍କୁ ପଛରେ ପକାଇଛନ୍ତି। ୧୯୮୯ରେ ସଚିନ ୧୬ ବର୍ଷ ୨୧୪ ଦିନ ବୟସରେ କ୍ୟାରିୟରର ପ୍ରଥମ ଟେଷ୍ଟ ଅର୍ଦ୍ଧଶତକ କରିଥିଲେ।