ନୂଆଦିଲ୍ଲୀ,୧୦ା୧୦(ଆଇଏଏନ୍ଏସ୍): ସଚିବ ଓ ଅତିରିକ୍ତ ସଚିବସ୍ତରୀୟ ପଦବୀରେ ନିଯୁକ୍ତି ଲାଗି ୭୩ ଜଣିଆ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀମାନଙ୍କ ତାଲିକାକୁ କେନ୍ଦ୍ର ସରକାର ବୁଧବାର ଅନୁମୋଦନ କରିଛନ୍ତି। ୭୩ ଜଣଙ୍କ ମଧ୍ୟରୁ ସଚିବ ସ୍ତରୀୟ ପଦବୀ ଲାଗି ୪୧ ଜଣଙ୍କୁ ନିଯୁକ୍ତି କମିଟି ଅନୁମୋଦନ କରିଥିବାବେଳେ ଅତିରିକ୍ତ ସଚିବ କିମ୍ବା ତତ୍ତୁଲ୍ୟ ପଦବୀ ଲାଗି ୩୨ ଜଣଙ୍କ ନାଁକୁ ଅନୁମୋଦନ ମିଳିଛି। ସଚିବ ସ୍ତରୀୟ ଅଧିକାରୀଙ୍କ ପାଇଁ ତାଲିକାଭୁକ୍ତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୧୯୮୫ ବ୍ୟାଚର ରାଜସ୍ଥାନ କ୍ୟାଡର ଆଇଏଏସ୍ ଅଫିସର ଉଷା ଶର୍ମା ସର୍ବବରିଷ୍ଠ।