ସଚେତନତା ଅଭାବରୁ ବଢ଼ୁଛି ଦୁର୍ଘଟଣା

ଦାରିଙ୍ଗବାଡ଼ି,୯।୬(ଡି.ଏନ.ଏ)- ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ସଚେତନତା ଅଭାବ ଓ ଯାତ୍ରୀ ପରିବହନରେ ଅବ୍ୟବସ୍ଥା ଯୋଗୁ ଦୁର୍ଘଟଣା ବଢ଼ୁଛି। କେଉଁଠି ବସ୍‌ରେ ଆବଶ୍ୟକତା ଠାରୁ ଅଧିକା ଯାତ୍ରୀ ବୋହି ନେବାକୁ ପଡ଼ୁଛି ତ ଆଉ କେଉଁଠି ଅଟୋରେ ଯାତ୍ରୀ ଓ ବିଦ୍ୟାଳୟକୁ ଛାତ୍ରୀଛାତ୍ରଙ୍କୁ ନିଆଯାଉଥିବା ଦେଖିବାକୁ ମିଳୁଛି । ସେହିପରି ଶ୍ରମିକ କାର୍ଯ୍ୟ କରୁଥିବା ବିଭିନ୍ନ ଠିକା ସଂସ୍ଥାର ଗାଡ଼ି ଯଥା ଟ୍ରାକ୍ଟର, ଜେସିବି ମେଶିନରେ ଆଦିରେ ଅତି ବିପଦପୂର୍ଣ୍ଣ ଯାତ୍ରା କରୁଛନ୍ତି। ପ୍ରତିଦିନ ଦାରିଙ୍ଗବାଡ଼ି ଓ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ସ୍ଥାନୀୟ ପୋଲିସ ପକ୍ଷରୁ ଯାନବାହନ ଯାଞ୍ଚ ହେଉଥିଲେ ମଧ୍ୟ ଲୋକେ ସଚେତନ ହେଉନାହାନ୍ତି। ଅନେକ ସମୟରେ ଯୁବପୀଢ଼ି ବାଇକ୍‌ରେ ଷ୍ଟଣ୍ଟ ପ୍ରଦର୍ଶନ କରି ଦୁର୍ଘଟଣାର ଶିକାର ହେଉଛନ୍ତି। ଯାତ୍ରୀବାହି ଗାଡ଼ିଗୁଡ଼ିକ ପ୍ରତିଦ୍ୱନ୍ଦିତା କରି ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ବିଭିନ୍ନ ସମୟରେ ପୋଲିସ ପକ୍ଷରୁ ଆମ ପୋଲିସ ସମିତି ବୈଠକ ସମୟରେ ଟ୍ରାଫିକ ସମସ୍ୟାକୁ ନେଇ ଆଲୋଚନା କରାଯାଉଛି। ହେଲେ ଫଳ ଶୁନ । ବିପର୍ଯ୍ୟସ୍ଥ ପରିବହନକୁ ସୁଧାରିବା ପାଇଁ ଜିଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯିବା ଆବଶ୍ୟକ ହେଉଛି ବୋଲି ଦାରିଙ୍ଗବାଡ଼ିର ବୁଦ୍ଧିଜୀବୀ ମହଲରେ ଦାବି ହେଉଛି। ସେହିପରି ଉକ୍ତ ଅଞ୍ଚଳରେ ଦିନକୁ ଦିନ ଯାନବାହାନ ବୃଦ୍ଧି ପାଉଛି । ଦାରିଙ୍ଗବାଡ଼ି ଦେଇ ୫୯ନଂ ଜାତୀୟରାଜପଥ ଯାଇଥିବାରୁ ଦୈନିକ ଶହଶହ ଗାଡ଼ିମୋଟର ଭାରିଯାନ ଯାତାୟତ କରୁଛି । ଟ୍ରାକ୍ଟର, ହାଇୱା ଗୁଡ଼ିକରେ ଗୋଡି, ପଥର ବାଲି ଆଦି ବୋଝେଇ ହୋଇ ଯାଉଛି। ଆବଶ୍ୟକଠାରୁ ଅଧିକ ଲୋଡ଼ ହେଉଥିବାରୁ ସେଗୁଡ଼ିକ ରାସ୍ତାରେ ପଡ଼ି ଅନେକ ସମୟରେ ଦୁର୍ଘଟଣାର କାରଣ ହେଉଛି। ଏଥିପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକ ପୋଲିସର ଦୃଷ୍ଟି ଆକର୍ଷଣ କରିଛନ୍ତି। ଏଥି ପ୍ରତି ଦୃଷ୍ଟି ଦେବା ସହ ଟ୍ରାଫିକ ସମସ୍ୟା ଦୁର କରିବାକୁ ବ୍ୟାପକ ପଦକ୍ଷେପ ନେବା ଜରୁରୀ ବୋଲି ସାମାଜିକ କର୍ମୀ ସୁରେଶ ବଳିଆର ସିଂ, ବାବୁଲା ଦିଗାଳ ପ୍ରମୁଖ ଦାବି କରିଛନ୍ତି। ଏ ନେଇ ଦାରିଙ୍ଗବାଡ଼ି ଥାନାର ଟ୍ରାଫିକ ନିୟନ୍ତ୍ରଣ ପାଇଁ ଯାନବାହନ ଯାଞ୍ଚ କରୁଥିବା ସବଇନ୍ସପେକ୍ଟର ସୌମ୍ୟରଞ୍ଜନ ଜେନା କହିଛନ୍ତି, ଯାଞ୍ଚ ବେଳେ ମଦ୍ୟପ ଗାଡ଼ିଚାଳକ ସମେତ ଦ୍ରୁତ ଗତି ବାଇକ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସକୁ ରବ୍ଦ କରାଯାଉଛି। ଆବଶ୍ୟକଠାରୁ ଅଧିକ ଯାତ୍ରୀ ନେଉଥିବା ଅଟୋରୁ ଜରିମାନା ଆଦାୟ କରାଯାଉଛି। ଚଳିତ ମାସରେ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯାଇଥିବା ସେ କହିଛନ୍ତି। ଲୋକେ ସଚେତନ ହେଲେ ଦୁର୍ଘଟଣା ହେବନି ବୋଲି ସେ କହିଛନ୍ତି।
(((ଫଟୋ ))) ସିମନବାଡ଼ି ଅଞ୍ଚଳରେ ଏକ ଜେସିବିରେ ଶ୍ରମିକମାନେ ବିପଦପୂର୍ଣ୍ଣ ଭାବେ ଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ବୁଲିଲା ସୁଭଦ୍ରା ରଥ: ଶୁଭାରମ୍ଭ କଲେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ

ଛତ୍ରପୁର,୭।୯(ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ସାମଲ ):ସାରା ରାଜ୍ୟରେ ସୁଭଦ୍ରା ଯୋଜନା ପାଇଁ ଆବେଦନ ଚାଲିଥିବା ବେଳେ ବିଭିନ୍ନ ସମସ୍ୟା ପରିଲକ୍ଷିତ ହୋଇଛିl ଏହାକୁ ନେଇ ରାଜ୍ୟ...

‘ସୁଭଦ୍ରା ଯୋଜନାରେ ସାମିଲ ପାଇଁ ଟଙ୍କା ମାଗିଲେ ଏହି ଟୋଲ୍‌ ଫ୍ରି ନମ୍ବରରେ କରନ୍ତୁ କଲ୍‌’

ଛତ୍ରପୁର,୬ା୯: ସୁଭଦ୍ରା ଯୋଜନା ପାଇଁ ଆଧାର କାର୍ଡରେ ମୋବାଇଲ ନମ୍ବର ଲିଙ୍କ୍‌ ବାଧ୍ୟତାମୂଳକ ନୁହଁ l ଏହା ନ ଥିଲେ ବି ଜଣେ ସୁଭଦ୍ରା ଯୋଜନାରେ...

ଘରୁ ୮ଭରି ସୁନା, ୨୦ଭରି ରୁପା ଅଳଙ୍କାର ଚୋରି

ଗୋପାଳପୁର,୫ା୯(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଧୀନ ବାଘଲଟି ଗାଁର ଦୁର୍ଯ୍ୟୋଧନ ଗୌଡଙ୍କ ଘରେ ଦୁର୍ବୃତ୍ତମାନେ କଳାକନା ବୁଲାଇଛନ୍ତି। ଦାଣ୍ଡ ଗ୍ରିଲ କାଟି...

ଗୋଡ଼, ହାତକୁ ହାଣି ମରଣାନ୍ତକ ଆକ୍ରମଣ: ବନ୍ଧା ହେଲେ ଫେରାର ମୁଖ୍ୟ ଅଭିଯୁକ୍ତ

ଦିଗପହଣ୍ଡି,୫।୯(ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା ଉଦ୍ୟମ ମାମଲାରେ ଦିଗପହଣ୍ଡି ଥାନା ପୋଲିସ ଗୁରୁବାର ମହୁଡ଼ା ନିକଟ ଚାଞ୍ଚଡାପଲ୍ଲି ଗ୍ରାମର ନିତିକି...

୧୨ ରେ ଆସ୍ଥା ଭୋଟର ସମ୍ମୁଖିନ ହେବେ ପୁରୁଷୋତ୍ତମପୁର ଏନଏସି ଅଧ୍ୟକ୍ଷା

ପୁରୁଷୋତ୍ତମପୁର,୫।୯(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସିରେ ରାଜନୈତିକ ଉଷ୍ନତା ଦିନକୁଦିନ ତିବ୍ରତର ହେବାରେ ଲାଗିଛି। ଅଧ୍ୟକ୍ଷା ପ୍ରିୟଙ୍କା ଗୌଡଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆଣି...

ଗୁରୁ-ଶିଷ୍ୟ ପରମ୍ପରାର ବିରଳ ଉଦାହରଣ: ଗାଁ ମଝିରେ ନିର୍ମାଣ କଲେ ଗୁରୁଙ୍କ ପ୍ରତିମୂର୍ତ୍ତି

ଗଞ୍ଜାମ,୫।୯(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଏକ ନିପଟ ପଲ୍ଲୀଗ୍ରାମ ତାରିଣୀ ପଲ୍ଲୀରେ ଗୁରୁ-ଶିଷ୍ୟଙ୍କ ମଧ୍ୟରେ ରହିଥିବା ଅନାବିଳ ସ୍ନେହ ଶ୍ରଦ୍ଧା ସମ୍ପର୍କର ଏକ ନିଚ୍ଛକ ଚିତ୍ର...

ଆଧାର ଲିଙ୍କ୍‌ ପାଇଁ ପୋଷ୍ଟ ଅଫିସରେ ନାହିଁ ନ ଥିବା ଭିଡ଼, ନିୟନ୍ତ୍ରଣ ପାଇଁ ଜଗି ରହିଲା ପୋଲିସ

ଛତ୍ରପୁର,୪ା୯(ଦିଲ୍ଲୀପ ସାମଲ): ବୁଧବାରଠାରୁ ଆରମ୍ଭ ହୋଇଛି ସୁଭଦ୍ରା ଯୋଜନାରେ ଅପଲୋଡ୍‌ ପ୍ରକ୍ରିୟା। ଏନେଇ ବହୁ ମହିଳା ସେମାନଙ୍କ ଆଧାର କାର୍ଡ ସହ ବ୍ୟାଙ୍କ ଲିଙ୍କ୍‌ ହେଉ...

ଆଇଆରଇ ଓ ଗୋପାଳପୁର ପୋର୍ଟ କମ୍ପାନୀରେ ଯୁବକ/ଯୁବତୀଙ୍କୁ ନିଯୁକ୍ତି ଦାବି ନେଇ ଆନ୍ଦୋଳନ

ଛତ୍ରପୁର (ଦିଲ୍ଲୀପ ସାମଲ )୪।୯: ଛତ୍ରପୁର ଉପକଣ୍ଠ ଆଇଆରଇଏଲ ଓ ଗୋପାଳପୁର ପୋର୍ଟ କମ୍ପାନୀ ଗୁଡିକରେ ସ୍ଥାନୀୟ ଶିକ୍ଷିତ ଯୁବକ /ଯୁବତୀମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri