ସପ୍ତାହକ ଭିତରେ ଜେଟ୍‌ର ସ୍ଥିତି ସ୍ପଷ୍ଟ ହେବ: ଏସ୍‌ବିଆଇ ମୁଖ୍ୟ

ନୂଆଦିଲ୍ଲୀ,୨୦-୫: ଆର୍ଥିକ ସଙ୍କଟ କାରଣରୁ ଅସ୍ଥାୟୀଭାବେ ବନ୍ଦ ହୋଇଯାଇଥିବା ଜେଟ୍‌ ଏୟାରଓ୍ବେଜ୍‌ର ଭବିଷ୍ୟତକୁ ନେଇ ଏବେ ବି ଅନିଶ୍ଚିତତା ଲାଗି ରହିଛି। ଜେଟ୍‌ ପୁଣିଥରେ କାର୍ଯ୍ୟକ୍ଷମ ହେବା ନେଇ ଏବେ ସୁଦ୍ଧା ସ୍ଥିତି ସ୍ପଷ୍ଟ ନୁହେଁ। ତେବେ ଆସନ୍ତା ଏକ ସପ୍ତାହ ଭିତରେ ଜେଟ୍‌ର ସ୍ଥିତି ସ୍ପଷ୍ଟ ହୋଇଯିବ ବୋଲି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(ଏସ୍‌ବିଆଇ) ଅଧ୍ୟକ୍ଷ ରଜନୀଶ କୁମାର କହିଛନ୍ତି। ସେ କହିଛନ୍ତି ଯେ, ଜେଟ୍‌କୁ ପୁନର୍ବାର କାର୍ଯ୍ୟକ୍ଷମ କରିବା ଲାଗି ସମସ୍ତ ପ୍ରକାର ବିକଳ୍ପର ମୂଲ୍ୟାଙ୍କନ କରାଯାଉଛି। ଏହାଛଡ଼ା ଆଇନଗତ ପରାମର୍ଶ ମଧ୍ୟ ନିଆଯାଉଛି। ଜେଟ୍‌ ନିକଟରେ ଅର୍ଥ ପହଞ୍ଚତ୍ବ କି ନା ସେସମ୍ପର୍କରେ ଜାଣିବାକୁ ଉଦ୍ୟମ ହେଉଛି। ସୂଚନାଥାଉ କି, ଜେଟ୍‌ ଏୟାରଓ୍ବେଜ ଠାରୁ ବକେୟା ଋଣ ବାବଦରେ ୮୪୦୦ କୋଟି ଟଙ୍କା ଅସୁଲ ଲାଗି ଏସ୍‌ବିଆଇ ନେତୃତ୍ୱରେ ବ୍ୟାଙ୍କ କନସୋର୍ଟିୟମ କମ୍ପାନୀର ନିୟନ୍ତ୍ରଣ ନିଜ ହାତକୁ ନେଇଛି। ସେମାନେ ଜେଟ୍‌ର ବୃହତ ଅଂଶଧନ ବିକ୍ରି କରିବାକୁ ଉଦ୍ୟମ କରୁଛନ୍ତି। ଏଥିପାଇଁ ଏସ୍‌ବିଆଇ କ୍ୟାପିଟାଲକୁ ଦାୟିତ୍ୱ ମଧ୍ୟ ଦିଆଯାଇଛି। ତେବେ ନିର୍ଦ୍ଦିଷ୍ଟ ଦିବସ ପର୍ଯ୍ୟନ୍ତ ଏଟିହାଦ ଏୟାରଓ୍ବେଜ ସମେତ ୩ଟି କମ୍ପାନୀ ଜେଟ୍‌ର ବିଡିଂ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ଅନ୍ୟ କେତେକ ଅନୌପଚାରିକ ଭାବେ ଅଂଶଧନ କିଣିବା ଲାଗି ପ୍ରସ୍ତାବ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୋଆ ୟୁନିଭର୍ସିଟିକୁ ‘ଫେମିନା ଆଚିଭର୍ସ ଇଷ୍ଟ ଆଓ୍ବାର୍ଡ’

ଭୁବନେଶ୍ୱର,୨୮।୧୧ (ଅଭୟ ଦାଶ):ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଶିକ୍ଷା ଓ ଅନୁସନ୍ଧାନ (ଏସ୍‌ଓଏ) ବା ସୋଆ ୟୁନିଭର୍ସିଟିକୁ ନିକଟରେ ଆଉ ଏକ ଜାତୀୟସ୍ତରୀୟ ସମ୍ମାନ...

ରାଜ୍ୟ ବିଜୁଳି ଚାହିଦାର ୩୦% ପୂରଣ କରିଥାଏ ଓପିଜିସି

ଭୁବନେଶ୍ୱର,୨୮।୧୧:ଓଡ଼ିଶା ପାୱାର ଜେନେରେଶନ କର୍ପୋରେଶନ ଲିମିଟେଡ୍‌ (ଓପିଜିସି) ଦ୍ୱାରା ଚାଲିଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା ବୁଧବାର ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ...

ଟ୍ରେଣ୍ଡସ୍‌ର ‘ବ୍ଲାକ୍‌ ଫ୍ରାଇଡେ ସେଲ୍‌’:ମିଳିବ ଜବରଦସ୍ତ ଅଫର୍‌

ଭୁବନେଶ୍ୱର,୨୮।୧୧:ରିଲାଏନ୍ସ ଟ୍ରେଣ୍ଡସ୍‌ର ବହୁ ପ୍ରତୀକ୍ଷିତ ତଥା ଏକ୍ସକ୍ଲୁସିଭ ଡିସ୍‌କାଉଣ୍ଟ ଅଫର ‘ବ୍ଲାକ୍‌ ଫ୍ରାଇଡେ ସେଲ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅଫର ୨୦୨୪ ନଭେମ୍ବର...

କ’ଣ ଆଧାର ସହ ଲିଙ୍କ୍‌ କରିବାକୁ ହେବ QR କୋଡ୍‌ ଥିବା ପାନ୍‌ କାର୍ଡ? ଜାଣନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ…

ନୂଆଦିଲ୍ଲୀ,୨୭।୧୧: ନୂତନ ପାନ୍‌ 2.0 ଯୋଜନାକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି। ଏହି ଯୋଜନା ଅନୁଯାୟୀ, ପାନ କାର୍ଡକୁ ନବୀକରଣ କରାଯିବ। ଏଥିରେ QR କୋଡ୍‌...

ହ୍ୟାଣ୍ଡଲୁମ୍‌ ଆଣ୍ଡ ହାଣ୍ଡିକ୍ରାଫ୍‌ ଏକ୍ସପୋ ଉଦ୍‌ଘାଟିତ

ଭୁବନେଶ୍ୱର,୨୭।୧୧(ଅଭୟ ଦାଶ):ପ୍ରତି ବର୍ଷ ଭଳି ଚଳିତ ମଧ୍ୟ ଭୁବନେଶ୍ୱରର ୟୁନିଟ୍‌-୩ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ‘ହ୍ୟାଣ୍ଡଲୁମ ଆଣ୍ଡ ହାଣ୍ଡିକ୍ରାଫ ଏକ୍ସପୋ-୨୦୨୪’ ମଙ୍ଗଳବାର ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ...

ଆର୍ଥିକ ନିଅଣ୍ଟ ୭.୮ ଟ୍ରିଲିୟନ ଡଲାରକୁ ବୃଦ୍ଧି ଆକଳନ

ନୂଆଦିଲ୍ଲୀ,୨୭।୧୧:ବର୍ତ୍ତମାନ ସମୟରେ ଜାରି ରହିଥିବା ଭୂ ରାଜନୈତିକ ପରିସ୍ଥିତ ଓ ଅନ୍ତଃରାଷ୍ଟ୍ରୀୟ ଘଟଣାବଳୀ ବିଶ୍ୱ ଅର୍ଥନୀତିର ଆର୍ଥିକ ନିଅଣ୍ଟକୁ ଆହୁରି ଖରାପ କରିପାରେ ବୋଲି ଅର୍ଥନୀତିଜ୍ଞମାନେ...

PAN ୨.୦ ଆଣିଲେ ସରକାର; QR କୋଡ୍‌ ରହିଲେ ବନ୍ଦ ହୋଇଯିବ କି ପୁରୁଣା କାର୍ଡ, ନୂଆ ପାଇଁ ଲାଗିବ କେତେ ଟଙ୍କା; ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୧୧: ଭାରତ ସରକାର ପାନ୍‌ କାର୍ଡ ପାଇଁ ନୂତନ PAN ୨.୦ ଯୋଜନା ଆଣିଛନ୍ତି, ଯେଉଁଥିରେ QR କୋଡ୍‌ ଥିବା ପାନ କାର୍ଡ ମାଗଣାରେ ଅପଗ୍ରେଡ୍‌...

ବାର୍ଷିକ ଋଣ ଯୋଜନାରେ ଉଲ୍ଲେଖନୀୟ ଅଭିବୃଦ୍ଧି

ଭୁବନେଶ୍ୱର,୨୬।୧୧: ଓଡ଼ିଶାର ୧୭୭ ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବଠକ ସୋମବାର ଭୁବନେଶ୍ୱରର ଜୟଦେବ ବିହାର ନିକଟସ୍ଥ ହୋଟେଲ ମେ’ଫେୟାରଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri