ସପ୍ତାହେ ମଧ୍ୟରେ ଚୂଡ଼ାନ୍ତ ହେବ ମାଟ୍ରିକ ଖାତା ମୂଲ୍ୟାୟନ ତାରିଖ

ଭୁବନେଶ୍ୱର, ୭ା୫(ବ୍ୟୁରୋ): କରୋନା ସଂକ୍ରମଣ ଯୋଗୁ ସବୁ କାର୍ଯ୍ୟ ବନ୍ଦ ରହିଛି। ମୁଖ୍ୟତଃ ଶିକ୍ଷା କ୍ଷେତ୍ରକୁ ମଧ୍ୟ କରୋନା ବ୍ୟାପକ ଭାବେ ପ୍ରଭାବିତ କରିଛି। ଅଧିକାଂଶ ଶ୍ରେଣୀରେ ପରୀକ୍ଷା ଶେଷ ହୋଇପାରି ନାହିଁ। ଯୁକ୍ତ୨ ପିଲାଙ୍କ ପରୀକ୍ଷା ସମ୍ପୂର୍ଣ୍ଣ ହୋଇପାରି ନ ଥିବାବେଳେ ମାଟ୍ରିକ ଖାତା ମୂଲ୍ୟାୟନ ହୋଇନାହିଁ। ଏଭଳି ପରିସ୍ଥିତିରେ ଯୁକ୍ତ ୩ ପିଲାଙ୍କର ବାକି ଥିବା ପରୀକ୍ଷା ସହିତ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଯଥାଶୀଘ୍ର ଶେଷ ହୋଇପାରି ନ ଥିବା ପରୀକ୍ଷା କରାଯିବାକୁ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ସେହିପରି ଦଶମ ଖାତା ଦେଖା ମଧ୍ୟ ଯଥାଶୀଘ୍ର ଶେଷ କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଦଶମ ଖାତା ଦେଖା ଏବଂ ଯୁକ୍ତ୨ ପରୀକ୍ଷା କରାଯିବା ଉପରେ ଆସନ୍ତା ୨ରୁ ୩ ଦିନ ମଧ୍ୟରେ ବୈଠକ ବସି ତାରିଖ ଚୂଡ଼ାନ୍ତ ହେବ ବୋଲି ଜଣାପଡ଼ିଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟ ତରଫରୁ ଗ୍ରୀନ୍‌ ସିଗ୍‌ନାଲ ମିଳିସାରିଥିବା ଜାଣିବାକୁ ମିଳିଛି। ଅନ୍ୟପଟେ ପୂର୍ବରୁ ୯ମ ଶ୍ରେଣୀ ପିଲାଙ୍କ ବାକିଥିବା ବିଷୟ ପରୀକ୍ଷାକୁ ଛାଡ଼ି ଅନ୍ୟ ବିଷୟଗୁଡିକ ଉପରେ ମୂଲ୍ୟାୟନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏଥିଲାଗି ଶିକ୍ଷକମାନଙ୍କ ଘରକୁ ୯ମ ପିଲାଙ୍କ ଖାତା ପଠାଯିବାକୁ ନିଷ୍ପତ୍ତି ହୋଇଥିଲା। ହେଲେ ମନ୍ତ୍ରୀ ଦାଶଙ୍କ ଠାରୁ ମିଳିଥିବା ସୂଚନା ମୁତାବକ ୯ମ ଶ୍ରେଣୀରେ ଅଲ୍‌ ପାସ୍‌ ବ୍ୟବସ୍ଥା ଲାଗୁ କରିଦିଆଯାଇଛି। ଅର୍ଥାତ୍‌ ରାଜ୍ୟର ସବୁ ୯ମ ପିଲା ଏଥର ଦଶମ ଶ୍ରେଣୀରେ ପାଠ ପଢ଼ିବେ। କରୋନା ଯୋଗୁ ଦଶମରେ ପଢ଼ିବାକୁ କିଏ ଯୋଗ୍ୟ ଏବଂ ଅଯୋଗ୍ୟ ତାହା ପ୍ରଥମ ଥର ଦେଖାଯିବ ନାହିଁ। ଅନ୍ୟପଟେ ଏବର୍ଷଠାରୁ ଦ୍ୱାଦଶରେ ପଢୁଥିବା ଛାତ୍ରୀଛାତ୍ରଙ୍କ କ୍ଷେତ୍ରରେ ପାସ୍‌, ଫେଲ୍‌ ବ୍ୟବସ୍ଥା ଲାଗୁ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ଏହା ସହ ଦ୍ୱାଦଶ ପରୀକ୍ଷା କଡ଼ାକଡ଼ି ହେବ ବୋଲି ମଧ୍ୟ ବିଭାଗ ଘୋଷଣା କରିଥିଲା। କିନ୍ତୁ କରୋନା ଯୋଗୁ ଏଥିରେ ମଧ୍ୟ ବ୍ୟତିକ୍ରମ ଲକ୍ଷ୍ୟ କରାଯାଇଛି। ଦ୍ୱାଦଶ ଶ୍ରେଣୀରେ ପରୀକ୍ଷା ଦେଇଥିବା ସବୁ ଛାତ୍ରୀଛାତ୍ରଙ୍କୁ ପାସ୍‌ କରାଯିବାକୁ ନିଷ୍ପତ୍ତି ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ଅଦ୍ଭୁତ ମାଛ, ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼, କେଜି ଏତିକି ଟଙ୍କାରେ ହେଲା ବିକ୍ରି

ଭୋଗରାଇ,୨୨ା୯(ପ୍ରଦୀପ ଦାସ): ଓଡ଼ିଶା ସୀମାନ୍ତ ପଶ୍ଚିମବଙ୍ଗ ରାଜ୍ୟ ଦୀଘା ମୁହାଣରେ ବଙ୍ଗୀୟ ମତ୍ସ୍ୟଜୀବୀଙ୍କ ଜାଲରେ ଧରାପଡ଼ିଛନ୍ତି ଲକ୍ଷାଧିକ ଟଙ୍କାର ତେଲିଆ ଶିଳା ମାଛ। ଦୀଘା ମୁହାଣକୁ...

‘ଓ୍ବାନ ନେଶନ ଓ୍ବାନ ଇଲେକ୍ସନ’କୁ ନେଇ କ’ଣ ରହିବ ବିଜେଡିର ପକ୍ଷ? ନବୀନ କହିଲେ ସମୟ ନେବୁ…

ଭୁବନେଶ୍ୱର,୨୨।୯: ଦେଶରେ ‘ଓ୍ବାନ ନେଶନ ଓ୍ବାନ ଇଲେକ୍ସନ’କୁ ନେଇ ବିତର୍କ ଆରମ୍ଭ ହୋଇଛି। ଏକକାଳୀନ ନିର୍ବାଚନକୁ ନେଇ ମୋଦି କ୍ୟାବିନେଟ ମଞ୍ଜୁରୀ ଦେବା ପରେ ଏବେ...

ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ମହୁମାଛି, ଚାଲିଗଲା ଜଣଙ୍କ ଜୀବନ

ଲାଞ୍ଜିଗଡ଼,୨୨ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡ଼ା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଅନ୍ୟ...

ଆସୁଛି ଆଉ ଏକ ଲଘୁଚାପ: ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୨।୯: ଆସୁଛି ଆଉ ଏକ ଲଘୁଚାପ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତା ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ସୋମବାର ସୁଦ୍ଧା...

ନିମନ୍ତ୍ରଣ ପତ୍ରରେ ନ ଥିଲା ନାଁ, ଉଦ୍‌ଘାଟନ ଘୁଞ୍ଚିଲା

ସୋନପୁର,୨୧।୯(ମୃତ୍ୟୁଞ୍ଜୟ ଶତପଥୀ): ଓମ୍‌ଫେଡ୍‌ର ସୋନପୁର ଡେଏରୀ ପ୍ଲାଣ୍ଟ (ଦୁଗ୍ଧ କାରଖାନା) ଉଦ୍‌ଘାଟନ ଉତ୍ସବସ୍ଥଳ ଶନିବାର ରଣକ୍ଷେତ୍ର ପାଲଟିଥିଲା। ନିମନ୍ତ୍ରଣ ପତ୍ରରେ ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ...

ନବୀନ-କନକବର୍ଦ୍ଧନ ମୁହାଁମୁହିଁ, କହିଲେ ପ୍ରଥମ ଥର ଖୋଲିଲେ ମୁହଁ…

କଟକ,୨୨ା୯(ଶିଳ୍ପା ପ୍ରିୟଦର୍ଶିନୀ): ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ଉପରେ ହୋଇଥିବା ନିର୍ଯାତନା ଘଟଣାକୁ ରାଜନୀତୀକରଣ କରା ନ...

ପୋଲିସ ଭିଡିଓ ଭାଇରାଲ କରୁଥିବା ଅଭିଯୋଗ

ଭୁବନେଶ୍ୱର,୨୨ା୯(ସୂର୍ଯ୍ୟକାନ୍ତ ବେହେରା): ଭରତପୁର ଥାନାରେ ଆର୍ମି ଅଫିସର କ୍ୟାପ୍‌ଟେନ୍‌ ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ନିର୍ଯାତନା ଘଟଣାକୁ ସାରା ଦେଶ ନିନ୍ଦା...

ଓଡ଼ିଶା ଷ୍ଟେଟ ବାର୍‌ କାଉନ୍‌ସିଲ୍‌ ନାମରେ ମୁଖ୍ୟମନ୍ତ୍ରୀଙ୍କୁ ଜାଲ୍‌ ଚିଠି

କଟକ,୨୨ା୯(କାର୍ତ୍ତିକ ସାହୁ): ଓଡ଼ିଶା ଷ୍ଟେଟ ବାର୍‌ କାଉନ୍‌ସିଲ୍‌ ନାମରେ ମୁଖ୍ୟମନ୍ତ୍ରୀଙ୍କୁ ମିଥ୍ୟା ଚିଠି ପ୍ରେରଣ କରାଯାଇଛି। ଉକ୍ତ ଚିଠିରେ ଢେଙ୍କାନାଳ ଜିଲାର ବିଭିନ୍ନ ସ୍ବାସ୍ଥ୍ୟସେବା କେନ୍ଦ୍ରର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri