ସଫେଇ କର୍ମଚାରୀଙ୍କ ବିକ୍ଷୋଭ

ବାରିପଦା ଅଫିସ, ୧୨ା୩- ବାରିପଦା ପୌର ପରିଷଦ କାର୍ଯ୍ୟାଳୟ ଆଗରେ ବୁଧବାର ସଫେଇ କର୍ମଚାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଜାନୁୟାରୀ, ଫେବୃୟାରୀ ମାସର ଦରମା ନ ମିଳିବା, ସରକାରୀଙ୍କ ଧାର୍ଯ୍ୟ ମଜୁରୀଠାରୁ କମ୍‌ ଦରମା ମିଳିବା, ଠିକା ସଂସ୍ଥା ଇଫିଏଫ ବାବଦରେ ଟଙ୍କା କାଟୁଥିବା ବେଳେ ତାର ରସିଦ୍‌ କର୍ମଚାରୀମାନଙ୍କୁ ନ ମିଳିବା, ଠିକା ସଂସ୍ଥା ବିଭିନ୍ନ ସଫେଇ ପାଇଁ ବିଭିନ୍ନ ଉପକରଣ (କିଟସ୍‌) ପ୍ରଦାନ ନ କରିବା ଆଦି କାରଣକୁ ନେଇ କର୍ମଚାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସକାଳ ୭ଟାରୁ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ବିକ୍ଷୋଭ ଚାଲିଥିବା ବେଳେ କେହି ତାଙ୍କ କଥା ଶୁଣି ନ ଥିଲେ। ଫଳରେ କର୍ମଚାରୀମାନେ ଶ୍ରମ ଅଧିକାରୀଙ୍କୁ ଭେଟିବାକୁ ଯାଇଥିଲେ। ଏ ନେଇ ପୌର ପରିଷଦର ନିର୍ବାହୀ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କୌଣସି ମତାମତ ଦେଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଧୋଇବାକୁ ଆସି ପୋଖରୀରେ ବୁଡ଼ିଗଲେ ଦୁଇ ଭାଇ, କାନ୍ଦବୋବାଳିରେ ଫାଟିପଡୁଛି ଗାଁ

କାମାକ୍ଷାନଗର,୧୪ା୧୧(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଏକତାଳି ଗ୍ରାମରେ ଗୁୁରୁବାର ସକାଳେ ଏକ ଅଘଟଣ ଘଟିଯାଇଛି। ପୋଖରୀରେ ବୁଡ଼ି ଦୁଇ ସମ୍ପର୍କୀୟ ଭାଇଙ୍କ ମୃତ୍ୟୁ...

ଆସନ୍ତାକାଲିଠାରୁ ଐତିହାସିକ ବାଲିଯାତ୍ରା: ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

କଟକ,୧୪ା୧୧(ଶିଳ୍ପା ପ୍ରିୟଦର୍ଶିନୀ): ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାରଠାରୁ ଆରମ୍ଭ ହେବ ଐତିହାସିକ କଟକ ବାଲିଯାତ୍ରା। ଏନେଇ ସମସ୍ତ ପ୍ରସ୍ତୁତି ନେଇ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ...

ଜୟନାରାୟଣଙ୍କ ଆଗୁଆ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର/ସମ୍ବଲପୁର,୧୪ା୧୧: ଭାଜପା ବିଧାୟକ ଜୟନାରାୟଣ ମିଶ୍ରଙ୍କ ଆଗୁଆ ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। ଜଣେ ମହିଳା ଆଇଆଇସିଙ୍କୁ ମାଡ଼ ଘଟଣାରେ ଜୟନାରାୟଣ କୋର୍ଟରେ ଆଗୁଆ ଜାମିନ...

ଘାଟିରୁ ଜବତ ହେଲା ନିଖୋଜ କାଠ ବ୍ୟବସାୟୀଙ୍କ ମୃତଦେହ, ବଢ଼ିଲା ପୋଲିସର ଚିନ୍ତା

ପଟାଙ୍ଗି,୧୪ା୧୧(ଶରତ ଧଳ): ନିଖୋଜ କାଠ ବ୍ୟବସାୟୀଙ୍କ ମୃତଦେହ ଜବତ ନେଇ ପୋଲିସ ପାଇଁ ଚିନ୍ତା ବଢ଼ିଛି। ଏହିପରି ଘଟଣା ଘଟିଛି କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ...

ଖଟ ଉପରେ ଶୋଇଥିଲେ ବୃଦ୍ଧା, ଘରେ ପଶି ଝୁଣି ମାରିଦେଲା କୁକୁର

ଭୋଗରାଇ,୧୪ା୧୧(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଜୟରାମପୁର ଗ୍ରାମରେ ଗୁରୁବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ଘରେ ୬୫ ବର୍ଷୀୟା ରୋଗାଗ୍ରସ୍ତା...

ମିଳିଲାନି ମହାପ୍ରୟାଣ ଗାଡ଼ି, ବାଇକ୍‌ରେ ଗାଁକୁ ଗଲା ମୃତଦେହ

ଲାଞ୍ଜିଗଡ଼,୧୪ା୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ରୋଗୀଙ୍କ ପାଇଁ ମିଳିଲାନି ମହାପ୍ରୟାଣ...

ଘାଟିରେ ଜିଆଇ ତାର ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ, କଟର ସାହାଯ୍ୟରେ ଉଦ୍ଧାର ହେଲେ ଚାଳକ

ଜି.ଉଦୟଗିରି,(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗାଠାରୁ ମାତ୍ର ୩ କିଲୋମିଟର ଦୂର କଳିଙ୍ଗା ଘାଟି ପ୍ରଥମ ବୁଲାଣିରେ ବୁଧବାର ବିଳମ୍ବିତ...

ରାମ୍‌କୋକୁ ୧.୫୨ କୋଟି ଜରିମାନା

ଯାଜପୁର,୧୪ା୧୧(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାର ଧର୍ମଶାଳା ବ୍ଲକ ହରିଦାଶପୁରରେ ପ୍ରତିଷ୍ଠା ହୋଇଥିବା ରାମ୍‌କୋ ସିମେଣ୍ଟ ଗ୍ରାଇଣ୍ଡିଂ ୟୁନିଟ୍‌ କାରଖାନା ଆଇନଗତ ଅଧିକାର ନ ଥିବା ୫.୪୨...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri