ସବୁଠି ସାମାଜିକ ଦୂରତାକୁ ବେଖାତିର

 

ଟିକିରି,୪ା୫: ସରକାର ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଯେତେ ସଚେତନ କରାଗଲେ ମଧ୍ୟ ଲୋକେ ବୁଝିବାକୁ ନାରାଜ। ରାଜ୍ୟରେ ଗୋଟିଏ ପରେ ଗୋଟିଏ ଜିଲାକୁ ମାଡ଼ି ଚାଲିଛି କରୋନା। ତଥାପି ଲୋକେ ସାମାଜିକ ଦୂରତାକୁ ବେଖାତିର କରୁଛନ୍ତି। ରାୟଗଡ଼ା ଜିଲା କାଶିପୁର ବ୍ଲକ୍‌ରେ ଦେଖିବାକୁ ମିଳିଛି ଏପରି ସ୍ଥିତି। ପରିବା ବଜାର, ତେଜରାତି ଦୋକାନ, ଆମିଷ ଦୋକାନଗୁଡ଼ିକରେ ଲୋକେ ଦୂରତା ରଖୁ ନ ଥିବାବେଳେ ସରକାରୀ ରାଶନ ନେବା ସମୟରେ ମଧ୍ୟ ଲୋକେ ସାମାଜିକ ଦୂରତାକୁ ଭୁଲିଯାଇଥିବା ନଜରକୁ ଆସିଛି। ଟିକିରିସ୍ଥିତ ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବାକେନ୍ଦ୍ରରେ ସୋମବାର ହିତାଧିକାରୀମାନେ ଚାଉଳ ନେବା ସମୟରେ ସାମାଜିକ ଦୂରତା ରଖି ନ ଥିଲେ। ଗୋଟିଏ ସ୍ଥାନରେ ଲୋକେ ଜମା ହୋଇଥିବାବେଳେ ଅନେକ ଲୋକଙ୍କ ମୁହଁରେ ମାସ୍କ ମଧ୍ୟ ନ ଥିବା ଦେଖିବାକୁ ମିଳିଥିଲା। ସେହିପରି ପ୍ରଶାସନ ପକ୍ଷରୁ ସକାଳ ସାଢ଼େ ୬ଟାରୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବାକୁ ଅନୁମତି ମିଳିଥିବାବେଳେ ସବୁଠି ସାମାଜିକ ଦୂରତାକୁ ଅଣଦେଖା କରାଯାଉଥିବା ଦେଖାଯାଇଛି। ଏହାଦ୍ୱାରା କରୋନା ବ୍ୟାପିବା ଆଶଙ୍କା ରହିଛି । ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଢ଼େଇ ମାସ ପରେ ବରଗଡ଼ ଧନୁଯାତ୍ରା:କଂସ ଅଭିନେତାଙ୍କ ବିରୋଧରେ ବଢୁଛି ବିତର୍କ

ବରଗଡ଼,୧୯।୧୦(ପ୍ରେମାନନ୍ଦ ଖମାରୀ):ଆଉ ଅଢ଼େଇ ମାସ ପରେ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଶନିବାର ସନ୍ଧ୍ୟାରେ ଧନୁଯାତ୍ରା ମହୋତ୍ସବ ସମିତି କାର୍ଯ୍ୟକାରିଣୀ ବୈଠକ ବସିବ। କିନ୍ତୁ ଏହା ପୂର୍ବରୁ...

ଶ୍ରୀମନ୍ଦିର ସେବାୟତଙ୍କୁ ଆକ୍ରମଣ ଘଟଣା: ପନ୍ତିବଡ଼ୁ ସେବକ ନିଲମ୍ବିତ

ପୁରୀ,୧୯।୧୦: ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ତଥା ସିନିଅର ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ଆକ୍ରମଣ ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଶ୍ରୀମନ୍ଦିର ପ୍ରଶାସନ। ଏହି...

ରାଜନୈତିକ ଶତ୍ରୁତାରୁ ବୋମାମାଡ଼ ଅଭିଯୋଗ: ଦୁର୍ବୃତ୍ତ ଫେରାର

ଖଲ୍ଲିକୋଟ,୧୯।୧୦(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ କେଶପୁର ଛକରେ ଥିବା ମୃତ ଦିଲ୍ଲୀପ ପାହାନଙ୍କ ଶ୍ରୀ ରାମ ଟାଇଲସ ଓ ମାର୍ବଲ...

ହବିଷିଆଳିଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ: ମା’ମାନଙ୍କ ସେବା, ସମର୍ପଣ ଓଡ଼ିଶାକୁ ସମୃଦ୍ଧ କରିବ

ପୁରୀ,୧୯ା୧୦(ଅଜିତ୍‌ କୁମାର ମହାନ୍ତି):ହବିଷିଆଳି ମା’ମାନେ ଆମ ସଂସ୍କୃତି ଓ ପରମ୍ପରାର ବାର୍ତ୍ତାବହ। ସେମାନଙ୍କର ମହାପ୍ରଭୁଙ୍କ ପ୍ରତି ସେବା ଓ ସମର୍ପଣ ମାଧ୍ୟମରେ ପ୍ରତି ଓଡ଼ିଆଙ୍କୁ ଆଶୀର୍ବାଦ...

୨୪ରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି

ପୁରୀ,୧୯ା୧୦(ଅଜିତ କୁମାର ମହାନ୍ତି):ଚଳିତ ମାସ ୨୪ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର...

ବଲାଙ୍ଗୀରରେ ପୁଣି ଶିଶୁବଳି

ଲାଠୋର, ୧୯ା୧୦ (ଭୁବନେଶ୍ୱର ବାରିକ):ବଲାଙ୍ଗୀର ଜିଲାରେ ପୁଣି ଶିଶୁବଳି। ଗୁରୁବାର ଅପରାହ୍ଣରୁ ନିଖୋଜ ଥିବା ଜଣେ ନାବାଳକଙ୍କ ମୃତଦେହ ଶୁକ୍ରବାର ସକାଳେ ଲାଠୋର ଥାନା ଅନ୍ତର୍ଗତ...

ବିବାହ କରିବାକୁ ମନା କରିବାରୁ ଯୁବତୀଙ୍କୁ ଅପହରଣ କରି ମାଡ ମାରିଲେ ଯୁବକ

ଭୁବନେଶ୍ୱର,୧୮ା୧୦(ସୂର୍ଯ୍ୟକାନ୍ତ ବେହେରା) – ବିବାହ କରିବାକୁ ମନା କରିବାରୁ ଜଣେ ଯୁବତୀଙ୍କୁ ଅପହରଣ କରି ମାଡ ମାରିବା ଅଭିଯୋଗରେ ଖାରବେଳନଗର ଥାନା ପୋଲିସ ଜଣେ ଯୁବକଙ୍କୁ...

ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ: ଉପଜିଲାପାଳଙ୍କୁ ଭେଟିଲେ…

ଦିଗପହଣ୍ଡି,୧୮ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲ୍ଳକ ଅନ୍ତର୍ଗତ ମୌଳାଭଞ୍ଜା ପଞ୍ଚାୟତର ସରପଞ୍ଚ ବର୍ଷା ସେଠୀଙ୍କ ବିରୋଧରେ ୧୫ ଜଣ ୱାର୍ଡ ସଭ୍ୟାସଭ୍ୟ ଅନାସ୍ଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri