ସବୁଠୁ ହାଲ୍‌କା ମିଠା

ମିଠା ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି। କୌଣସି ଖାସ୍‌ ଅବସରରେ ମିଠାକୁ ବାଦ୍‌ ଦିଆଯାଇପାରେନା। ସେଇଥିପାଇଁ ତ ବଜାରରେ ପସନ୍ଦ ଅନୁସାରେ ବିଭିନ୍ନ ରକମର ମିଠା ଉପଲବ୍ଧ ହେଉଛି। ତେବେ ଆମେ ଏଠାରେ ଯେଉଁ ମିଠା ବିଷୟରେ କହିବାକୁ ଯାଉଛି ତାହା ସବୁଠୁ ଖାସ୍‌। ବ୍ରିଟେନ୍‌ର କାରିଗରମାନେ ତିଆରି କରିଛନ୍ତି ପୃଥିବୀର ସବୁଠାରୁ ହାଲ୍‌କା ମିଠା, ଯାହାର ଓଜନ ମାତ୍ର ୧ ଗ୍ରାମ। ଉକ୍ତ ମିଠାର ୯୬ ପ୍ରତିଶତ କେବଳ ପବନ । ଅର୍ଥାତ୍‌ ପାଟିକୁ ମିଠା କରୁଥିବା ପଦାର୍ଥ ଏଥିରେ ମାତ୍ର ୪ ପ୍ରତିଶତ ଅଛି। ଏହି ମିଠାକୁ ଲଣ୍ଡନସ୍ଥ ଡିଜାଇନର୍‌ ଷ୍ଟୁଡିଓ ବାମପସ୍‌ ଆଣ୍ଡ ପାର୍‌ର କାରିଗରମାନେ ଏରୋଜେଲେକ୍ସ ଲାବୋରେଟୋରିର ବୈଜ୍ଞାନିକଙ୍କ ସହ ମିଶି ଜର୍ମାନୀର ହାମବର୍ଗରେ ତିଆରି କରିଥିଲେ। ଉକ୍ତ ମିଠାକୁ ପ୍ରସ୍ତୁତ କରିବାଲାଗି ବୈଜ୍ଞାନିକମାନେ ପ୍ରଥମେ ଦୁନିଆର ସବୁଠାରୁ ହାଲୁକା କଠିନ ପଦାର୍ଥ ‘ଏରୋଜେଲ’କୁ ଖାଦ୍ୟୋପଯୋଗୀ କଲେ। ତା’ପରେ ସେଥିରେ ସେମାନେ ମିଠାପଣ ଭରିଲେ। ଏରୋଜେଲର ଆବିଷ୍କାର ୧୯୩୧ରେ ହୋଇଥିଲା। ଏରୋଜେଲରେ ୯୫ରୁ ୯୯.୮ ପ୍ରତିଶତ ପବନ ଥାଏ। ସମ୍ପୂର୍ଣ୍ଣ ବୈଜ୍ଞାନିକ ପଦ୍ଧତିରେ ଏରୋଜେଲ୍‌କୁ ମିଠେଇରେ ରୂପାନ୍ତର କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କାନାଡା ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ କରିଥିବା ମାଷ୍ଟରମାଇଣ୍ଡ ଗିରଫ, ପନ୍ନୁଙ୍କ ସହ ରହିଛି ସମ୍ପର୍କ

ନୂଆଦିଲ୍ଲୀ/ଓଟାଓ୍ବା,୧୦।୧୧: କାନାଡାର ବ୍ରମ୍ପଟନରେ ଥିବା ହିନ୍ଦୁ ମନ୍ଦିରରେ ବିଶୃଙ୍ଖଳା ମାମଲାରେ କାନାଡା ପୋଲିସ ଆଉ ଜଣଙ୍କୁ ଗିରଫ କରିଛି। ଶନିବାର ଏକ ବିଜ୍ଞପ୍ତିରେ ପିଲ ଆଞ୍ଚଳିକ...

ଦୀପାବଳିରେ ପରସା ଗଲା ମଟନ, ଚିକେନ, ଖାଦ୍ୟର ମେନ୍ୟୁ ଦେଖି ରାଗିଗଲେ ବ୍ରିଟିଶ ହିନ୍ଦୁ

ଲଣ୍ଡନ,୧୦।୧୧: ବ୍ରିଟିଶ ପ୍ରଧାନମନ୍ତ୍ରୀ କିର ଷ୍ଟାର୍ମଙ୍କ ଦ୍ୱାରା ଆୟୋଜିତ ଏକ ଦୀପାବଳି ପାର୍ଟିରେ ମାଂସ ଏବଂ ମଦ ପରିବେଷଣ କରାଯାଇଥିବାରୁ ବ୍ରିଟେନରେ ଥିବା ହିନ୍ଦୁମାନେ କ୍ଷୋଭ...

ନବଜାତ ଶିଶୁ କାନ୍ଦନ୍ତି କାହିଁକି: କ’ଣ କୁହେ ବିଜ୍ଞାନ, ପୁରାଣ…

ଅସହନୀୟ ପ୍ରସବ ଯନ୍ତ୍ରଣା ପରେ ମା’ ଜନ୍ମଦିଏ ସନ୍ତାନକୁ। ଆଉ ଯେବେ ସେ ଶୁଣେ ଶିଶୁର ପ୍ରଥମ କୁଆଁ କୁଆଁ କାନ୍ଦ ତା’ ମନରେ ଭରିଯାଏ...

ପିଲା ମୋବାଇଲ ଛାଡି ବହି ଧରନ୍ତୁ

ଖବରକାଗଜ ଓ ପତ୍ରପତ୍ରିକା ବିନା ଏକ ଆଧୁନିକ ସମାଜର କଥା ଚନ୍ତା କରାଯାଇ ନ ପାରେ। ଯାହାକୁ ଖୁବ୍‌ ଭଲଭାବେ ଅନୁଭବ କରିଛନ୍ତି ଅନେକ ମଣିଷ।...

ପ୍ରଥମ ଦରମା ଟଙ୍କା ନେଇ ବାପାଙ୍କ ହାତରେ ଦେଇଥିଲି: ସାହିତି୍ୟକ ତଥା ପ୍ରଶାସନିକ ଅଧିକାରୀ ଧନଞ୍ଜୟ ସ୍ବାଇଁ

୧୯୯୦ ମସିହାର କଥା। ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହେଲା ପରେ ଅବିଭକ୍ତ କୋରାପୁଟ ଜିଲାରେ ପ୍ରଶିକ୍ଷଣ ନେବା ପାଇଁ ସଚିବାଳୟରୁ ଡାକରା ଆସିଲା।...

ନିର୍ବାଚନ ପରେ କାଙ୍ଗାଳ ହେଲେ କମଲା ହାରିସ୍‌, ଟ୍ରମ୍ପ ଆପଣାଉଛନ୍ତି ଏହି ଫର୍ମୂଲା

ଓ୍ବାଶିଂଟନ,୧୦ା୧୧: ସାଧାରଣ ନିର୍ବାଚନ ପରେ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସମର୍ଥକଙ୍କଠାରୁ ସାହାଯ୍ୟ ଲୋଡ଼ିଛନ୍ତି। ଡେମୋକ୍ରାଟ୍‌ମାନଙ୍କୁ ଦାନ କରିବାକୁ ସେ ସମର୍ଥକମାନଙ୍କୁ...

କୁନି ବୟସରେ ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଛନ୍ତି ଏସବୁ ୟୁଟ୍ୟୁବର, ସାକ୍ଷାତକାରରେ ଅଧିକ ଜାଣନ୍ତୁ…

ଭଲରେ କଥା କହି ପାରୁ ନଥିବା ବୟସରେ ଏମାନେ ନାଚ, ଗୀତ, ଅଭିନୟ କରି ଦର୍ଶକଙ୍କ ମନ ଜିଣି ପାରିଛନ୍ତି। ତା’ସହିତ ସୋସିଆଲ ମିଡିଆରେ ଭାଇରାଲ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri