ସମର୍ଥନରେ ଶୋଭାଯାତ୍ରା

ଭୁବନେଶ୍ୱର, ୨୧ା୧୨(ବ୍ୟୁରୋ): ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ଦେଶ ସାରା ଆନ୍ଦୋଳନର ନିଅଁ। ଜଳୁଥିବାବେଳେ ଏହାକୁ କେତେକ ସଙ୍ଗଠନ ସମର୍ଥନ ଜଣାଇଛନ୍ତି। ଏହି ଆଇନକୁ ସମର୍ଥନ କରି ଶୁକ୍ରବାର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ବିଶାଳ ବାଇକ୍‌ ରାଲି କରାଯାଇଛି। ଏହି ରାଲିରେ ବିଭିନ୍ନ କଲେଜର ୩ଶହରୁ ଊର୍ଦ୍ଧ୍ୱ ଛାତ୍ର ସାମିଲ ହୋଇଥିଲେ। ସେମାନେ ବିରାଟ ତ୍ରିରଙ୍ଗା ଧରି ବିଭିନ୍ନ ସ୍ଲୋଗାନ ଦେଇ ଉକତ୍ଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରୁ ବାଇକ ରାଲିରେ ବାହାରି ମାଷ୍ଟରକ୍ୟାଣ୍ଟିନରେ ପହଞ୍ଚିଥିଲେ। ଏନ୍‌ଆର୍‌ସିକୁ ଓଡ଼ିଶାରେ ଲାଗୁ କରାଯିବାକୁ ଛାତ୍ରମାନେ ଦାବି କରିଥିଲେ। ଏବିଭିପିର ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ରଙ୍କ ନେତୃତ୍ୱରେ ହୋଇଥିବା ଏହି ଆନ୍ଦୋଳନରେ ରାଜ୍ୟ ସହସମ୍ପାଦକ ରତନ ଦିଗଲ, ରାଜ୍ୟ ସହସମ୍ପାଦିକା ଭୁବନେଶ୍ୱର ସମ୍ପାଦକ ସମ୍ବିତ ରାଉତ ଏବଂ ଅନ୍ୟମାନେ ଯୋଗଦେଇଥିଲେ। ସେହିପରି ସାମାଜିକ କର୍ମୀ ଓ ଯୁବବର୍ଗ ସିଏଏକୁ ସମର୍ଥନ କରି ରାମ ମନ୍ଦିରରୁ ମାଷ୍ଟର କ୍ୟାଣ୍ଟିନ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ଆସିଥିଲେ। ସାମାଜିକ କର୍ମୀମାନେ କହିଛନ୍ତି, ସିଏଏ ଦେଶର ନାଗରିକଙ୍କ ଅଧିକାରକୁ ଛଡ଼ାଇ ନେବନାହିଁ। ଓଡ଼ିଶାରେ ଏନ୍‌ଆର୍‌ସି ଲାଗୁ ପାଇଁ ସେମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri