ଜାମଟିକ୍ରା, ୧୭।୨ (ଡି.ଏନ୍.ଏ.)- କଳା, ସଂସ୍କୃତି, ପରମ୍ପରାକେ ନେଇ ପଶ୍ଚିମ ଓଡ଼ିଶା ଦେଶ୍, ବିଦେଶରେ ନିଜର ଗୁଟେ ଖାସ୍ ପରିଚଏ ସୁରୁଷ୍ଟି କରିପାରିଛେ। ହେଲେ ଇ ଆଧୁନିକ୍ ଯୁଗ୍ର ବିକାଶ ଧାରାରେ ପଶ୍ଚିମ ଓଡ଼ିଶାର ଅନେକ ପୁରାତନ କଳା, ସଂସ୍କୃତି ଦିନୁଦିନ୍କେ ଲୋପ୍ ପାଏବାକେ ବସୁଛେ। ବଛର ୨୦ରୁ ୩୦ଟା ତଲେ ଗଁାଗଁଲି, ସରହରମାନକେ ଯେନ୍ କଳା, ସଂସ୍କୃତି, ପରମ୍ପରା, ଜାନିଯାତ୍ରା ଦେଖ୍ବାକେ ମିଲୁଥିଲା ଆଏଜ୍କାଲି ସେଟା କଁା ଭଁା ଦେଖ୍ବାକେ ମିଲୁଛେ। ସରକାରୀ ପୋରଛାହନ୍, ସଚେତନତା ଅଭାବୁ ଅନେକ ପୁରାତନ କଳା, ସଂସ୍କୃତି ସମାଜରୁ ଉଭିଗଲାନ। ସେନ୍ତା ଶବର ସଂସ୍କୃତିର ଘୁବୁକୁଡୁ ନାଚ୍ଗାନାଟା ପଶ୍ଚିମ ଓଡ଼ିଶାର କଳା, ସଂସ୍କୃତି ସଂଗେ ଯୁଡ଼ି ହେଇ ରହିଛେ। ଆଘ ଗଁାଖୁଲିରେ ଲୋକ୍ ଇ ଘୁଡ଼କା ନାଚ୍ଗାନା ଦେଖ୍ବାକେ ଠୋଲ ହେଉଥିଲେ। ହେଲେ ଆଏଜ୍କାଲି କଁା ଭଁା କେନ୍ ତରେଠୁଟେ ଇ କଳା, ସଂସ୍କୃତି ଦେଖ୍ବାକେ ମିଲୁଛେ। ଘୁଡ଼କା ବାଜନାଟା ଘୁବୁକୁଡ଼ୁ, କିସମୀ ଆର ଧୁଁଦୁକୁଡୁ ହିସାବେ ତିନ୍ ଭାଗରେ ଭାଗ ହେଇଛେ। ପୁରାନ କଥା ହିସାବେ ଶବରର ଶର ଆଘାତରେ ଭଗବାନ ଶ୍ରୀକୃଷ୍ଣକଁର ମୁର୍ତୁ ହେଇଥିଲା। ସେଥିରଲାଗି ସେମାନେ ଭଗବାନକଁର ନଁା ନେଇ ଅଭିଶାପ୍ରୁ ମୁକ୍ତି ପାଏବାର ଲାଗି ଘୁଡ଼କା ବଜେଇ ଲୁକ୍କର ମନୋରଂଜନ କରୁଥିବାର ଲୋକ୍ କଥା ରହିଛେ। ଇତାକେ ଘୁବୁକୁଡ଼ୁ ବଲି କହାଯାଏସି। ସେନ୍ତା ଆଏଜ୍କାଲି ମଁଚାନ୍ମାନକେ ଘୁଡ଼କା ନାଚ୍ ପଦରଶିତ୍ ହେଉଛେ। ଇଥ୍ରେ ପିଲା ଟୁକେଲ ଘୁଡ଼କା ବାଜନା ଆର ଗୀତ୍ର ତାଲେ ତାଲେ ନାଚ୍ ପଦରଶନ୍ କରସନ୍। ଇତାକେ ଆଏଜ୍କାଲି କିସମୀ ବଲି କୁହାଯାଉଛେ। ସେନ୍ତା ଧୁଁଦୁକୁଡୁମାନେ କୁଟୁମବସିଆ ଗଁା ଗଁା ବୁଲି ଗଁାଖୁଲିମାନକେ ନାଚ୍, ଗାନା ସଂଗେ ଖେଲ ଦେଖାସନ। ସେମାନେ ଘୁଡ଼କା ବଜେଇ ନାନା ମଜାକିଆ କଥା କହି ଲୁକ୍କର ମନ୍ମୁହିବାର ସଂଗେ ଗଁାଖୁଲିରେ ଗାତ୍ କୁଡ଼ି ସେଥ୍ରେ ନିଜର ମୁଡ଼ ତୁପ୍ସନ। ଇମାନକୁ କେତେ ଜାଗାରେ ମୁଡ଼ତୁପା ବଲି ବି କୁହାଯାଏସି। ହେଲେ ଆଏଜ୍କାଲି ଘୁଡ଼କା ବଜାଟା ଖାଲି ଉଛବ୍, ମହୋଛବ୍ମାନକେ ମଁଚାନ୍ ଉପରେ ଦେଖ୍ବାକେ ମିଲୁଛେ। ଘୁଡ଼କାଟା ପଶ୍ଚିମ ଓଡ଼ିଶାର ଶବର କଳା, ସଂସ୍କୃତି ସଂଗେ ଜଡ଼ିତ ହେଇ ରହିଛେ। ଇ କଳାକେ ବଁଚେଇ ରଖବାକେ ସରକାରୀ ପୋରଛାହନ୍ ସଂଗେ ଗବେଷନାର ଦରକାର ରହିଛେ।