Posted inଖେଳ

ସମାଲୋଚନା ଦ୍ୱାରା ପ୍ରଭାବିତ ହୁଏ ନାହିଁ: ସିନ୍ଧୁ

ନୂଆଦିଲ୍ଲୀ,୨।୧(ପି.ଟି.)- ସମାଲୋଚନା ମୋତେ ପ୍ରଭାବିତ କରେନାହିଁ। ପ୍ରଶଂସକଙ୍କ ଆଶା ଦ୍ୱାରା ମଧ୍ୟ ଆଦୌ ପ୍ରଭାବିତ ହୁଏ ନାହିଁ ବୋଲି ବିଶ୍ୱ ଚାମ୍ପିୟନ ତଥା ଭାରତୀୟ ମହିଳା ବ୍ୟାଡମିଣ୍ଟନ ତାରକା ପି.ଭି. ସିନ୍ଧୁ କହିଛନ୍ତି। ଟୋକିଓରେ ଆୟୋଜନ ହେବାକୁ ଯାଉଥିବା ଅଲିମ୍ପିକ୍ସରେ ପଦକ ହାସଲ କରିବା ପାଇଁ ପୁରା ପ୍ରଦର୍ଶନରେ ଉନ୍ନତି ଆଣିବା ଉପରେ ମନୋନିବେଶ କରୁଛି ବୋଲି ସେ କହିଛନ୍ତି। ୨୦୧୯ରେ ସିନ୍ଧୁ ବିଶ୍ୱ ଚାମ୍ପିୟନଶିପ୍‌ରେ ଭାରତ ପାଇଁ ପ୍ରଥମ ସ୍ବର୍ଣ୍ଣ ପଦକ ହାସଲ କରି ଇତିହାସ ସୃଷ୍ଟି କରିଥିଲେ। ତେବେ ଏହାପରେ ତାଙ୍କ ପ୍ରଦର୍ଶନ ଆଶାନୁରୂପ ହୋଇପାରିନାହିଁ। ସିଜନର ବାକି ଟୁର୍ନାମେଣ୍ଟଗୁଡିକରେ ସିନ୍ଧୁ କେତୋଟି ଟୁର୍ନାମେଣ୍ଟରେ ଆରମ୍ଭରୁ ପରାସ୍ତ ହୋଇ ବିଦାୟ ନେଇଛନ୍ତି। କେତେଗୁଡିଏ ପ୍ରାରମ୍ଭିକ ବିପର୍ଯ୍ୟୟ ସତ୍ତ୍ୱେ ବେଶ୍‌ ସକାରାତ୍ମକ ରହିଛି। ପ୍ରତ୍ୟେକ ମ୍ୟାଚ୍‌ ଜିତିବା ସମ୍ଭବ ନୁହେଁ। ବେଳେ ବେଳେ ଜଣେ ଖେଳାଳି ଉଚ୍ଚକୋଟୀର ପ୍ରଦର୍ଶନ କରିଥାନ୍ତି। ଆଉ ଅନ୍ୟ ବେଳେ ତ୍ରୁଟି କରିଥାନ୍ତି ବୋଲି ସେ କହିଛନ୍ତି। ସିନ୍ଧୁ ପ୍ରିମିୟର ବ୍ୟାଡମିଣ୍ଟନ ଲିଗ୍‌ (ପିବିଏଲ୍‌)ର ପରବର୍ତ୍ତୀ ସଂସ୍କରଣରେ ଅଂଶଗ୍ରହଣ କରିବେ।
ତ୍ରୁଟି ତଥା ଭୁଲରୁ ବହୁତ କିଛି ଶିକ୍ଷା କରିଥାଏ। ସକାରାତ୍ମକ ମନୋଭାବ ପୋଷଣ କରିବା ଓ ଦୃଢ଼ ପ୍ରତ୍ୟାବର୍ତ୍ତନ କରିବା ଉପରେ ସବୁବେଳେ ଗୁରୁତ୍ୱ ଦେଇଥାଏ ବୋଲି ସେ କହିଛନ୍ତି। ତ୍ରୁଟି ସୁଧାରିବା ପାଇଁ ଟେକ୍‌ନିକ ଉପରେ ଏବେ କାର୍ଯ୍ୟ କରୁଛି। ମୋ ଉପରେ ସମସ୍ତଙ୍କର ଆଶା ରହିଛି। ଚାପ ଓ ସମାଲୋଚନା ଦ୍ୱାରା ପ୍ରଭାବିତ ହୋଇ ନ ଥାଏ। ସବୁବେଳେ ବିଜୟୀ ହେବା ପାଇଁ ଲୋକ ଚାହିଁଥାନ୍ତି। ତେବେ ଅଲିମ୍ପିକ୍‌ ହେଉଛି ମୋର ସବୁଠାରୁ ମୁଖ୍ୟଲକ୍ଷ୍ୟ । ଆଗକୁ ଅଲିମ୍ପିକ୍‌ ସେସନ ଆରମ୍ଭ ହେବାକୁ ଯାଉଥିବାରୁ ଟେକ୍‌ନିକ ଉପରେ ବହୁତ କାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି। ରିଓ ଅଲିମ୍ପିକ୍ସରେ ସିନ୍ଧୁ ରୌପ୍ୟ ପଦକ ହାସଲ କରିଥିଲେ। ତେଣୁ ଟୋକିଓ ଅଲିମ୍ପିକ୍ସରେ ପଦକ ଜିତିଲେ ସେ ଦ୍ୱିତୀୟ ଭାରତୀୟ ଭାବେ ପଦକ ଜିତି ରେସଲର ସୁଶୀଲ କୁମାରଙ୍କ ସମକକ୍ଷ ହେବେ।
ସୁଶୀଲ ଦେଶ ପାଇଁ ଭଲ ପ୍ରଦର୍ଶନ କରିଛନ୍ତି। ଏବେ ତାଙ୍କ ସହିତ ସମକକ୍ଷ ହେବା ପାଇଁ ସୁଯୋଗ ମିଳିଛି। ଦ୍ୱିତୀୟଥର ପାଇଁ ଅଲିମ୍ପିକ ପଦକ ହାସଲ କରିବାକୁ ହେଲେ କଠିନ ପରିଶ୍ରମ ସହ ଅଭ୍ୟାସ କରିବା ନିହାତି ଜରୁରୀ। ଏଥର ପଦକ ଜିତିବା ଆଦୌ ସହଜ ହେବନାହିଁ। ଅଲିମ୍ପିକ୍‌ କ୍ୱାଲିଫିକେଶନ ପାଇଁ ଜାନୁୟାରୀ ୭ରୁ ୧୨ ମଧ୍ୟରେ ମାଲେସିଆ ଓ ୧୪ରୁ ୧୯ ତାରିଖ ମଧ୍ୟରେ ଇଣ୍ଡୋନେସିଆରେ ଟୁର୍ନାମେଣ୍ଟ ଆୟୋଜନ ହେବ। ତେଣୁ ଏବେ ସବୁ ଟୁର୍ନାମେଣ୍ଟ ଆମ ପାଇଁ ସମାନ ଗୁରୁତ୍ୱ ବହନ କରୁଛି ବୋଲି ସେ କହିଛନ୍ତି। ଅଲିମ୍ପିକ ଆରମ୍ଭ ହେବାକୁ ଆହୁରି ୭ ମାସ ବାକି ରହିଛି। ଏବେ ପିବିଏଲ୍‌ରେ ଭଲ ପ୍ରଦର୍ଶନ କରି ଘରୋଇ ଦର୍ଶକଙ୍କ ମନୋରଞ୍ଜନ କରିବା ଲକ୍ଷ୍ୟରେ ସିନ୍ଧୁ ରହିଛନ୍ତି। ଏହି ଲିଗ୍‌ ଜାନୁୟାରୀ ୨୦ରୁ ଆରମ୍ଭ ହୋଇ ଫେବୃୟାରୀ ୯ରେ ଶେଷ ହେବ। ଲିଗ୍‌ରେ ସିନ୍ଧୁ ଖେଳାଳି ନିଲାମରେ ୭୭ ଲକ୍ଷ ଟଙ୍କା ବିନିମୟରେ ହାଇଦ୍ରାବାଦ୍‌ ହଣ୍ଟର୍ସ ପାଇଁ ଖେଳିବାକୁ ଚୁକ୍ତିବଦ୍ଧ ହୋଇଛନ୍ତି।
ତେବେ ଟୋକିଓ ଅଲିମ୍ପିକ ପ୍ରସ୍ତୁତି ପାଇଁ ଅନ୍ୟତମ ମହିଳା ତାରକା ସାଇନା ନେହ୍ବାଲ ଓ ପୁରଷ ଖେଳାଳି କିଡାମ୍ବୀ ଶ୍ରୀକାନ୍ତ ଏହି ଲିଗ୍‌ରୁ ଓହରି ଯାଇଛନ୍ତି। ଅଲିମ୍ପିକ୍ସ ଜୁଲାଇ ୨୪ରୁ ଆରମ୍ଭ ହୋଇ ଅଗଷ୍ଟ ୯ ତାରିଖରେ ଶେଷ ହେବ। ପିବିଏଲରେ ଏଥର ଭଲ ପ୍ରଦର୍ଶନ କରିବା ଲକ୍ଷ୍ୟରେ ରହିଛି। ଘରୋଇ ପରିବେଶରେ ଖେଳିବା ସହ ମୋତେ ଅଭ୍ୟାସ କରିବାର ସୁଯୋଗ ମିଳିବ। ପିବିଏଲ୍‌ରେ ଏଥର ବହୁ ଯୁବ ଖେଳାଳି ଅଂଶଗ୍ରହଣ କରିବେ। ତେଣୁ ଏଥିରେ ଅଂଶଗ୍ରହଣ କରି ବହୁତ କିଛି ଶିକ୍ଷା କରିହେବ। ଯୁବ ଖେଳାଳିମାନେ ମଧ୍ୟ ଏହି ଲିଗ୍‌ରୁ ବହୁତ କିଛି ଶିକ୍ଷା କରିବେ ବୋଲି ସିନ୍ଧୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ ପୂର୍ବରୁ ବିକ୍ରମ ରାଠୋର ରାଜସ୍ଥାନର ବ୍ୟାଟିଂ କୋଚ୍‌ ନିଯୁକ୍ତ: ଜାଣନ୍ତୁ ବିକ୍ରମ କିଏ…

ଜୟପୁର,୨୦ା୯: ରାଜସ୍ଥାନ ରୟାଲ୍ସ ଶୁକ୍ରବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପୂର୍ବରୁ ପୂର୍ବତନ ଭାରତୀୟ ଓପନର ବିକ୍ରମ ରାଠୋରଙ୍କୁ ଦଳର ବ୍ୟାଟିଂ କୋଚ୍‌ ଭାବେ ନିଯୁକ୍ତି...

ଭାରତର ସମ୍ମାନ ରଖିଲେ ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ସମ୍ମାନ ରକ୍ଷା କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ। ଭାରତ ୧୪୪ ରନ୍‌ରେ ୬ ଉଇକେଟ ହରାଇ...

୨୦ ବର୍ଷ କ୍ରିକେଟ୍‌ରୁ ବାସନ୍ଦ ହେଲେ ଏହି ଖେଳାଳି

ମେଲବୋର୍ନ, ୨୦ା୯: ଶ୍ରୀଲଙ୍କାର ପୂର୍ବତନ ଟେଷ୍ଟ କ୍ରିକେଟର ଦୁଲୀପ ସମରବୀରା ଅଷ୍ଟ୍ରେଲିଆରେ କୋଚିଂ ଦେବାରୁ ୨୦ବର୍ଷ ବାସନ୍ଦ ହୋଇଛନ୍ତି। ସେ ଭିକ୍ଟୋରିଆ ମହିଳା ଦଳର କୋଚ୍‌...

୧୪୭ ବର୍ଷ କ୍ରିକେଟ୍‌ ଇତିହାସରେ ପ୍ରଥମ ଖେଳାଳି ଭାବେ ଏମିତି ରେକର୍ଡ କଲେ ଆର୍‌. ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ମ୍ୟାଚ୍‌ର ପ୍ରଥମ ଦିନରେ...

୧୧୯ ବର୍ଷ ପୂର୍ବେ କରିଥିଲେ ଡେବ୍ୟୁ, ୨୯ ବର୍ଷ ଖେଳି ହାସଲ କଲେ ୧୯୯ ଶତକ: ତାଙ୍କ ଆଖପାଖରେ ନାହାନ୍ତି ସଚିନ-କୋହଲି

ନୂଆଦିଲ୍ଲୀ,୧୯।୯: କ୍ରିକେଟରେ ଶତକ ସ୍କୋର କରିବା ଏକ ବଡ଼ ସଫଳତା। ୧୦୦ ରନ ପୂରଣ କରିବାକୁ ଜଣେ ବ୍ୟାଟ୍ସମ୍ୟାନଙ୍କୁ ଅନେକ ଘଣ୍ଟା ପାଇଁ କ୍ରିଜରେ ରହିବାକୁ...

ପଡିଆରେ ଏହି ମନ୍ତ୍ର ଜପ କରନ୍ତି ବିରାଟ କୋହଲି, ଆଉ ଗୌତମ ଗମ୍ଭୀର…

ନୂଆଦିଲ୍ଳୀ,୧୯ା୯(ପି.ଟି.): ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ସାକ୍ଷାତକାର ଅବସରରେ ଉଭୟଙ୍କ ଆଧ୍ୟାତ୍ମିକତାର ରୁଚି ସାମ୍ନାକୁ ଆସିଛି।...

ଗମ୍ଭୀର-ବିରାଟ ବିବାଦ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ

ଚେନ୍ନାଇ,୧୯ା୯(ପି.ଟି.):ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ମଧ୍ୟରେ ପଡିଆ ବାହାରେ ବିବାଦକୁ ନେଇ ସର୍ବଦା ଖବର ଦେଖିବାକୁ...

ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ: ସ୍ବୟମ୍‌ଜିତଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର, ୧୯।୯ (ତପନ ସ୍ବାଇଁ): ଫିଜିର ସୁଭାରେ ଚାଲିଥିବା ରାଜ୍ୟଗୋଷ୍ଠୀ ୟୁଥ୍‌, ଜୁନିୟର ଓ ସିନିୟର ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ଓଡ଼ିଶାର ସ୍ବୟମଜିତ ପ୍ରସାଦ ସାହୁ ବୁଧବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri