ସମ୍ପାଦକୀୟ/ ନ୍ୟାୟାଳୟ ଉପରେ ଛିଟା

ଭାରତୀୟ ନ୍ୟାୟପାଳିକାର ସର୍ବୋଚ୍ଚ ଆସନ ଉପରେ ପୁନର୍ବାର କଳାବାଦଲ ଘୋଟିଯାଇଛି। ବର୍ତ୍ତମାନର ପ୍ରଧାନ ବିଚାରପତି(ସିଜେଆଇ) ରଞ୍ଜନ ଗୋଗୋଇଙ୍କ ସମେତ ବରିଷ୍ଠ ବିଚାରପତି ଜଷ୍ଟିସ୍‌ ଚେଲାମେଶ୍ୱର, ମଦନ ବି ଲକୁର ଏବଂ କୁରିୟନ ଯୋଶେଫ୍‌ ତତ୍‌କାଳୀନ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ମାମଲା ବଣ୍ଟନରେ ଅନିୟମିତତା ଅଭିଯୋଗ ଆଣି ୧୨ ଜାନୁୟାରୀ ୨୦୧୮ରେ ଏକ ଖବରଦାତା ସମ୍ମିଳନୀ ଡାକିଥିଲେ। ଭାରତୀୟ ନ୍ୟାୟ ବ୍ୟବସ୍ଥାରେ ତାହା ଥିଲା ଐତିହାସିକ ବିଦ୍ରୋହ। ଏବେ ଖୋଦ୍‌ ଗୋଗୋଇଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆସିଛି। ଏହାକୁ ଗୋଗୋଇ ଅସ୍ବୀକାର କରିବା ସହ ନ୍ୟାୟ ବ୍ୟବସ୍ଥା ବିପଦରେ ପଡ଼ିଛି ବୋଲି କହିଛନ୍ତି। ଏଠାରେ ମନେପଡ଼େ, ଦି ଏନର୍ଜି ଆଣ୍ଡ୍‌ ରିସୋର୍ସେସ୍‌ ଇନ୍‌ଷ୍ଟିଚ୍ୟୁଟ୍‌(ଟିଇଆର୍‌ଆଇ)ର ପୂର୍ବତନ ଅଧ୍ୟକ୍ଷ ତଥା ମହାନିର୍ଦ୍ଦେଶକ ଆର୍‌.କେ. ପାଚୋରୀଙ୍କ ବିରୋଧରେ ଜଣେ ୨୯ ବର୍ଷୀୟା ଗବେଷିକା ଯୌନ ନିର୍ଯାତନା ଅଭିଯୋଗ ଆଣିବା ପରେ ତାହାକୁ ସେ ଅନୁରୂପ ଢଙ୍ଗରେ ଖଣ୍ଡନ କରିଥିଲେ। ସେତେବେଳେ ଅଦାଲତ ପାଚୋରୀ ମାମଲାରେ ପ୍ରତିକ୍ରିୟା ପ୍ରକାଶ କରି ତାଙ୍କୁ ଦଣ୍ଡିତ କରିଥିବା ବେଳେ ଏବେ ଅଦାଲତ ଏଭଳି ସମାନ ମାମଲାକୁ ଏପର୍ଯ୍ୟନ୍ତ ଅନ୍ୟ ଢଙ୍ଗରେ ଦେଖିଲା ଭଳି ମନେହେଉଛି। ଏପରିକି ବାର୍‌ କାଉନସିଲ ଅଫ୍‌ ଇଣ୍ଡିଆ ଗୋଗୋଇଙ୍କ ନାମରେ ଆସିଥିବା ଯୌନ ନିର୍ଯାତନା ଅଭିଯୋଗକୁ ନିନ୍ଦା କରିବା ସହ ଏହାକୁ ମିଥ୍ୟା ଆଖ୍ୟା ଦେଇଥିଲା। ବିନା ତଦନ୍ତରେ କେଉଁଭଳି ଭାବେ ବାର୍‌ କାଉନସିଲର ଆଇନଜୀବୀମାନେ ଏଭଳି ନିର୍ଣ୍ଣାୟକ ସିଦ୍ଧାନ୍ତରେ ଉପନୀତ ହେଲେ ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି। ଅନ୍ୟପକ୍ଷରେ ସିଜେଆଇଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗକୁ ସେ ଯେପରି ପରିଚାଳନା କଲେ, ତାହାକୁ ଏପ୍ରିଲ ୨୨ରେ ସୁପ୍ରିମକୋର୍ଟ ବାର୍‌ ଆସୋସିଏଶନ(ଏସ୍‌ସିବିଏ) ଏବଂ ସୁପ୍ରିମକୋର୍ଟ ଆଡଭୋକେଟ୍ସ ଅନ୍‌ ରେକର୍ଡ ଆସୋସିଏଶନ(ଏସ୍‌ସିଏଓଆର୍‌ଏ) ବିରୋଧ କରିଛନ୍ତି। ଅର୍ଥାତ୍‌ ସୁପ୍ରିମକୋର୍ଟର ଏହି ଦୁଇ ଓକିଲ ସଂଘ ସିଧାସଳଖ ଭାରତର ପ୍ରଧାନ ବିଚାରପତିଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି।
ଏଠାରେ କୁହାଯାଇପାରେ ଯେ, ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟରେ ଚାକିରି କରୁଥିବା ମହିଳା (ଯାହାଙ୍କୁ ଏବେ ବହିଷ୍କୃତ କରାଯାଇଛି) ଆଣିଥିବା ଅଭିଯୋଗକୁ ଅଣଦେଖା କରି ଲୋକଲୋଚନରୁ ହଟେଇ ଦେବା ଭାରତୀୟ ବ୍ୟବସ୍ଥା ପାଇଁ ଏକ ସ୍ବାଭାବିକ ପଦକ୍ଷେପ। ଜଣେ ଶକ୍ତିଶାଳୀ ପୁରୁଷଙ୍କ ବିରୋଧରେ ଯଦି କୌଣସି ଅଭିଯୋଗ ଅଣାଯାଏ ଏବଂ ଅଭିଯୋଗକାରୀ ଯଦି ମହିଳା ହୋଇଥାଆନ୍ତି, ତେବେ ସେହି ଅଭିଯୋଗ ଉପରେ ଦୃଷ୍ଟି ପଡ଼ିବା ଅସମ୍ଭବ। ପୁରୁଷପ୍ରଧାନ ଦେଶ ଭାରତରେ ଯେକୌଣସି ମହିଳାଙ୍କ ଚରିତ୍ର ସଂହାର କରି ସତ୍ୟ ଅଭିଯୋଗକୁ ମଧ୍ୟ ଅସତ୍ୟ କରିଦେଲେ ସମସ୍ତେ ବିଶ୍ୱାସ କରିଯିବେ। କିନ୍ତୁ ଜଣେ ବିଚାରପତି ଯଦି ନିଜର ବ୍ୟାଙ୍କ ଆକାଉଣ୍ଟରେ ମାତ୍ର ୬ ଲକ୍ଷ ଟଙ୍କା ଅଛି ବୋଲି କହି ସଚ୍ଚୋଟପଣିଆ ସାବ୍ୟସ୍ତ କରିବାକୁ ଚେଷ୍ଟା କରୁଥାଆନ୍ତି, ତେବେ ସେହି ଖଣ୍ଡାର ଦୁଇ ପାଖରେ ଧାର ରହିଛି ବୋଲି ସମସ୍ତେ ବୁଝୁଛନ୍ତି। ବିଫଳତାର ପ୍ରଥମ ସୂଚନା ମିଳିଥାଏ ଆର୍ଥିକ ସ୍ଥିତିରୁ। ଅନ୍ୟପଟେ ଆୟବହିର୍ଭୂତ ରୋଜଗାରକୁ କେହି ବ୍ୟାଙ୍କରେ ରଖନ୍ତି ନାହିଁ।
ନିକଟରେ ‘ମିଟୂ’ ଅଭିଯାନ ଦେଶରେ ହଇଚଇ ସୃଷ୍ଟି କରିଥିଲା। ଏହାଦ୍ୱାରା ସମାଜର ବିଭିନ୍ନ ବର୍ଗରେ ଘଟୁଥିବା ଯୌନ କେଳେଙ୍କାରୀ ପଦାକୁ ଆସିଥିଲା। ସେହି ଦୃଷ୍ଟିରୁ ଦେଖିଲେ ସିଜେଆଇଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ହାଲୁକା ଭାବେ ନିଆଯାଇ ନ ପାରେ। ଏହି ଘଟଣାରେ ସମ୍ପୃକ୍ତା ମହିଳାଙ୍କ ଦ୍ୱାରା ସମସ୍ତ ବିଚାରପତିଙ୍କୁ ଦିଆଯାଇଥିବା ସତ୍ୟପାଠରେ ନିଜ ପ୍ରତି ହୋଇଥିବା ଅନ୍ୟାୟ ବର୍ଣ୍ଣନା କରାଯିବା ପରେ ଏହା ସାମ୍ନାକୁ ଆସିଛି। ଏଥିରୁ ଏତିକି ମନେ କରାଯାଇପାରେ ଯେ, ଜଣେ ସାଧାରଣ ମହିଳା ସିଜେଆଇଙ୍କ ଭଳି ଜଣେ ଉଚ୍ଚ ପଦବୀଧାରୀଙ୍କ ବିରୋଧରେ ଅଭିଯୋଗ ଆଣିବାକୁ ସତ୍‌ ସାହସ ଦେଖାଇ ପାରିଛନ୍ତି। ଯଦିବା ଦୁର୍ବ୍ୟବହାର ହୋଇଥିବ, ତାହାକୁ ଏବେ ପ୍ରମାଣ କରିବା ତାଙ୍କ ପାଇଁ କଷ୍ଟକର ବ୍ୟାପାର। ‘ମିଟୂ’ ଆନ୍ଦୋଳନକୁ ଦେଖିଲେ ବହୁ କ୍ଷେତ୍ରରେ ପୁରୁଷଙ୍କ ବିରୋଧରେ ମହିଳାମାନେ ଦୀର୍ଘବର୍ଷ ପରେ ଯୌନ ଶୋଷଣ ଅଭିଯୋଗ ଆଣୁଛନ୍ତି। ଏହାର କାରଣ ହେଉଛି ଆମେ ଏପରିି ଏକ ସମାଜରେ ବସବାସ କରୁଛେ, ଯେଉଁଠାରେ ସାଧାରଣ ମହିଳାଙ୍କ ପ୍ରତି ଅସହିଷ୍ଣୁଭାବ ରହୁଛି। ସାଧାରଣତଃ ଲୋକଲଜ୍ଜା ତଥା ସାମାଜିକ ବାସନ୍ଦ ଭୟରେ ମହିଳାମାନେ ଏଭଳି ଅଭିଯୋଗ ଆଣିବାରୁ ଦୂରେଇ ରହିଥାନ୍ତି।
ଆଜି ଏଭଳି ଏକ ସମୟ ଉପନୀତ ହୋଇଛି ଯେ, ବିଭିନ୍ନ ସାମ୍ବିଧାନିକ ଅନୁଷ୍ଠାନ ଭିତରୁ ଓ ବାହ୍ୟ ପ୍ରଭାବରୁ ନଷ୍ଟ ହେଉଛନ୍ତିି। ନ୍ୟାୟ ବ୍ୟବସ୍ଥା କଥା ଦେଖିଲେ ଏବେ ପୁନଶ୍ଚ ଶୀର୍ଷ ଅଦାଲତର ମର୍ଯ୍ୟାଦାରୂପକ ମୂଳରେ କୁରାଢ଼ି ଚୋଟ ବାଜିଛି। ଆହୁରି କ୍ଷତି ହେବା ପୂର୍ବରୁ ଏହାକୁ ସୁରକ୍ଷା ପ୍ରଦାନ କରାଯିବା ଆବଶ୍ୟକ। ଏଭଳି ପରିସ୍ଥିିତିରେ ସିଜେଆଇଙ୍କ ବିରୋଧରେ ଆସିଥିବା ଅଭିଯୋଗର ନିରପେକ୍ଷ ତଦନ୍ତ କେବେହେଲେ ହୋଇପାରିବ ନାହିଁ। ଏଥିରେ ଓକିଲ, ସରକାର ଏବଂ ଅନ୍ୟ କାହାରି ସହଯୋଗ ମିଳିବ ବୋଲି ଭାବିବା ଏକ ଭ୍ରାନ୍ତ ଧାରଣା। କିଛିଦିନ ଗଡ଼ିଗଲେ, ବିଶେଷକରି ନିର୍ବାଚନ ତାତିରେ, ଏଭଳି କଥାକୁ ଜନସାଧାରଣ ଓ ଗଣମାଧ୍ୟମ ଭୁଲିଯିବେ। ଏହାପରେ ପୁନର୍ବାର ରଞ୍ଜନ ଗୋଗୋଇଙ୍କ ଭଳି ସିଜେଆଇ ଦେଶର ଭବିଷ୍ୟତ ନିର୍ଦ୍ଧାରଣ କରିବା ଲାଗି ମଙ୍ଗଧରି ବସିବେ। ଅବସର ହେବ ତାଙ୍କ ବିଦାୟର ଏକମାତ୍ର ସ୍ବାଭାବିକ ପନ୍ଥା। ଏହା ହେଉଛି ଭାରତୀୟ ନ୍ୟାୟ ବ୍ୟବସ୍ଥାର ଜ୍ୱଳନ୍ତ ଉଦାହରଣ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମୌସୁମୀ କାପାଡ଼ିଆଙ୍କ ସାହସିକ ଯାତ୍ରା ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣାଦାୟୀ କାହାଣୀ। ରିଜିଡ୍‌ ସ୍ପାଇନ ମସ୍କୁଲାର ଡିସ୍‌ଟ୍ରୋଫି( ଆର୍‌ଏସ୍‌ଏମ୍‌ଡି) ରୋଗରେ ପୀଡ଼ିତ ତାଙ୍କ ବଡ଼ ପୁଅ...

ଦରିଦ୍ରଙ୍କୁ ଦୁରାଚାରରୁ ମୁକ୍ତି

ବୃହସ୍ପତି ସାମଲ ଶନାଲ କ୍ରାଇମ୍‌ ରେକଡର୍‌ସ ବ୍ୟୁରୋର ୨୦୨୧ ତଥ୍ୟାନୁଯାୟୀ ଭାରତରେ ଘଟୁଥିବା ମୋଟ ଅପରାଧରୁ ୨୮% ଦାରିଦ୍ର୍ୟ ସହ ଜଡ଼ିତ। ୟୁନାଇଟେଡ୍‌ ନେସନ୍ସ ଅଫିସ...

ଶାଶ୍ୱତ ସୁଖର ଚଲାପଥ

ଯଚିଦାନନ୍ଦ ଦାଶ ପାଠକେ, ଆପଣ ଦେଖିଥିବେ, ଅଧିକାଂଶ ଧନୀ ଓ କୋଟିପତି ବ୍ୟକ୍ତିମାନେ ସବୁ ସମୟରେ ବ୍ୟସ୍ତତା ଓ ଚିନ୍ତିତ ଅବସ୍ଥାରେ ସମୟ ଅତିବାହିତ କରିଥାନ୍ତି।...

ଅଥର୍ବ ବେଦ ଓ ଋଷି ପିପ୍ପଳାଦ

ଅଥର୍ବ ବେଦର ସ୍ତୋତ୍ରଗୁଡ଼ିକରେ ସହାୟତା ଓ ଚିକିତ୍ସା ସମ୍ପର୍କିତ ମନ୍ତ୍ର ରହିଛି। ଏପରିକି ଏଥିରେ କ୍ଷତି କରୁଥିବା ମନ୍ତ୍ର ମଧ୍ୟ ରହିଛି। ଏହାକୁ ଯେଉଁ ଋଷି...

ବୃହତ୍ତମ ସୁପରମୁନ୍‌ ଓ ଜନମତ

ଅକ୍ଟୋବର ୧୭ ତାରିଖ, ଗୁରୁବାର। ୨୦୨୪ମସିହାର ୨୯୧ତମ ଦିନ ଓ ୪୨ତମ ସପ୍ତାହର ୪୨ତମ ଗୁରୁବାର। ସେଦିନ ପଡୁଛି ପୂର୍ଣ୍ଣିମା, କିନ୍ତୁ ଏବର୍ଷର ନିଆରା ପୂର୍ଣ୍ଣିମା।...

ଆଇନଗତ ଦ୍ୱନ୍ଦ୍ୱରେ ଶିଶୁ

କିଶୋର/କିଶୋରୀମାନେ ଅପରାଧରେ ସାମିଲ ହେବାର ଅନେକ ଉଦାହରଣ ଏବେ ଲୋକଲୋଚନକୁ ଆସୁଛି। ତେବେ ଏହି ନାବାଳକ/ନାବାଳିକାମାନେ ପେସାଦାର ଅପରଧୀ। ଏମାନଙ୍କ ଅପରାଧର ପୃଷ୍ଠଭୂମି ଅଛି ନା...

କାନାଡା ସମ୍ପର୍କ ତୁଟିଲା

ଖଲିସ୍ତାନ ସପକ୍ଷବାଦୀ ନେତା ତଥା ଭାରତ ପକ୍ଷରୁ ଆତଙ୍କବାଦୀ ଘୋଷିତ ହୋଇଥିବା ହରଦୀପ ସିଂ ନିଜ୍ଜାର ହତ୍ୟା ଘଟଣାରେ ଭାରତୀୟ ଉଚ୍ଚାୟୁକ୍ତ ଓ ଅନ୍ୟ କୂଟନୀତିଜ୍ଞମାନଙ୍କୁ...

ଧାଡ଼ି ଶେଷର ମଣିଷ

ଧାଡ଼ିର ଶେଷରେ ଠିଆ ହୋଇଛନ୍ତି ଆପଣ। ଧୀରେ ଧୀରେ ଲୋକମାନେ ଆଗକୁ ବଢୁଛନ୍ତି। ନିଜ ଭିତରେ ବିରକ୍ତ ହେଉଥିବେ। କ’ ଣ ପାଇଁ ଆସିଲି। ଟିକେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri