ସମ୍ପାଦକୀୟ/ ବାଉଳା ବିକାଶ

ନୀତି ଆୟୋଗ ପକ୍ଷରୁ ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍‌ଡିଜି) ସୂଚକାଙ୍କ ୨୦୧୯-୨୦କୁ ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଅମିତାଭ କାନ୍ତ ୩୦ ଡିସେମ୍ବରରେ ଉନ୍ମୋଚନ କରିଛନ୍ତି। ଏଥିରେ ଦର୍ଶାଯାଇଛି ଯେ କେରଳ, ହିମାଚଳ ପ୍ରଦେଶ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ ତେଲଙ୍ଗାନା ରାଜ୍ୟସ୍ତରରେ ପ୍ରମୁଖ ସ୍ଥାନରେ ରହିଛନ୍ତି। ଉତ୍ତର ପ୍ରଦେଶ, ଓଡ଼ିଶା ଏବଂ ସିକ୍କିମ ସର୍ବାଧିକ ଉନ୍ନତି କରିଛନ୍ତି। କିନ୍ତୁ ପୂର୍ବବର୍ଷ ତାଲିକାର ଶୀର୍ଷରେ ଥିବା ଗୁଜରାଟ ଏ ଦିଗରେ ସେଭଳି ପ୍ରଗତି କରିପାରି ନାହିଁ। ସଂଗୃହୀତ ତଥ୍ୟ ଆଧାରରେ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି ଯେ, ଜଳ ଓ ପରିମଳ, ଶକ୍ତି ଓ ଶିଳ୍ପ କ୍ଷେତ୍ରରେ ଉନ୍ନତି ଦେଖାଦେଇଥିବାରୁ ଭାରତର କମ୍ପୋଜିଟ୍‌ ସ୍କୋର ବା ସାମଗ୍ରିକ ସ୍କୋରରେ ୩ ପଏଣ୍ଟ ବୃଦ୍ଧି ଘଟିଛି।
ନୀତି ଆୟୋଗଙ୍କ ଏଭଳି ସକାରାତ୍ମକ ରିପୋର୍ଟରେ ତଥ୍ୟ କେତେ ବାସ୍ତବ ରହିଛି, ତାହା ସାଧାରଣ ଲୋକଙ୍କ ପକ୍ଷେ ଜାଣିବା କଷ୍ଟକର। ଜନସାଧାରଣ ପ୍ରକୃତ ବିକାଶକୁ ଉପଲବ୍‌ଧି କରିଥାଆନ୍ତି। ପରିସଂଖ୍ୟାନ ଜରିଆରେ ତଥ୍ୟ ପ୍ରକାଶ ପାଇବା ହେଉଛି ଏକ ପ୍ରଶାସନିକ ବ୍ୟାୟାମ। ଏଭଳି ସ୍ଥଳେ ଓଡ଼ିଶା କଥା ଦେଖାଯାଉ। ୨୦୧୮ରେ ସରକାରୀ ରିପୋର୍ଟରେ କୁହାଯାଇଥିଲା ଯେ ରାଜ୍ୟରେ ପ୍ରାୟ ୬୮ ଲକ୍ଷ ଲୋକ ସର୍ବନିମ୍ନ ଜଳ ପାଇବାରୁ ବଞ୍ଚିତ ହୋଇଥିଲେ। ୨୦୧୯ରେ ଏହି ସଂଖ୍ୟାରେ ସମ୍ଭବତଃ କିଛିଟା ଉନ୍ନତି ଘଟିଥାଇପାରେ। କିନ୍ତୁ ଏହା ନିଶ୍ଚିତ ଯେ ରାଜ୍ୟର ବହୁ ଲୋକ ଜଳ ବିହୁନେ ଛଟପଟ ହେଉଛନ୍ତି। ଗ୍ରୀଷ୍ମ ଋତୁରେ ଅବସ୍ଥା ଅଧିକ ସଙ୍ଗିନ ହୋଇଯାଉଛି। କିନ୍ତୁ ନୀତି ଆୟୋଗଙ୍କ ରିପୋର୍ଟ ଓଡ଼ିଶାକୁ ସର୍ବାଧିକ ଉନ୍ନତି ତାଲିକାରେ ରଖିଛି। ଆମେ ଏଠାରେ ରହି ଯାହା ଅନୁଭବ କରୁଛେ, ତାହା ରିପୋର୍ଟରେ ପ୍ରକାଶିତ ତଥ୍ୟଠାରୁ ଭିନ୍ନ। ଏସ୍‌ଡିଜିରେ ଜଳ ଓ ପରିମଳ, ଶକ୍ତି ଓ ଶିଳ୍ପ କ୍ଷେତ୍ରରେ ଉନ୍ନତି ଘଟିଛି ବୋଲି କୁହାଯାଉଛି। ବାସ୍ତବ ଚିତ୍ର ଭିନ୍ନ ଗାଥା ଗାଉଛି। ଏହି ପରିପ୍ରେକ୍ଷୀରେ ଫ୍ରାନ୍ସ ଅର୍ଥନୀତିଜ୍ଞ ଗାଏ ସୋରମାନ ଭାରତୀୟ ଅର୍ଥନୀତି ଉପରେ ଦେଇଥିବା ମନ୍ତବ୍ୟ ପ୍ରଣିଧାନଯୋଗ୍ୟ। ସେ ୨୯ ଡିସେମ୍ବରରେ କହିଛନ୍ତି ଯେ, ଭାରତ ସରକାରଙ୍କ ଧ୍ୟାନ ଏବେ ରାଜନୈତିକ ପ୍ରସଙ୍ଗ ଆଡ଼କୁ ଚାଲିଯିବାରୁ ଏହା ଅର୍ଥନୀତି ଉପରେ ନକାରାତ୍ମକ ପ୍ରଭାବ ପକାଉଛି। ଏଥିଲାଗି ଉଭୟ ଘରୋଇ ଓ ବିଦେଶର ନିବେଶକମାନେ ଭୟଭୀତ ହୋଇ ଭାରତରେ ନିବେଶ ଲାଗି ମୁହଁ ମୋଡ଼ୁଛନ୍ତି। ଏହା ସୋରମାନଙ୍କ ବ୍ୟକ୍ତିଗତ ମତ ହୋଇଥିଲେ ମଧ୍ୟ ସରକାରଙ୍କ କଥା ଓ କାର୍ଯ୍ୟରେ ଦେଖାଦେଉଥିବା ଫରକ ବୁଝାପଡ଼ିଯାଉଛି। ସମସ୍ତେ ଜାଣନ୍ତି, ଦେଶର ଅଭିବୃଦ୍ଧି ହାର ୬ ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଗତ ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ଏହା ୪.୫ ପ୍ରତିଶତକୁ ଖସିଛି। ମାନ୍ଦାବସ୍ଥା ଯୋଗୁ ଭାରତରେ ନିବେଶ, ନିଯୁକ୍ତି, ଚାହିଦା ଏବଂ ଖାଉଟିଙ୍କ ଖର୍ଚ୍ଚ କମିବାରେ ଲାଗିଛି। ଅଥଚ ନୀତି ଆୟୋଗ ରିପୋର୍ଟ କହୁଛି, ଶିଳ୍ପ କ୍ଷେତ୍ରରେ ନିରନ୍ତର ବିକାଶ ଘଟୁଛି। କିନ୍ତୁ ବାସ୍ତବ ପରିସ୍ଥିତି ସହ ରିପୋର୍ଟକୁ ଦେଖିଲେ ତାଳମେଳ ଘଟୁ ନାହିଁ।
ଏଠାରେ ମନେପଡ଼ୁଛି ଗତ ମାସ ଜାତୀୟ ପରିସଂଖ୍ୟାନ ଅଫିସ (ଏନ୍‌ଏସ୍‌ଓ) ପକ୍ଷରୁ ଖାଉଟିଙ୍କ ଖର୍ଚ୍ଚ କମିବା ସମ୍ପର୍କିତ ପ୍ରକାଶିତ ରିପୋର୍ଟ କଥା। ଏଥିରେ ଦର୍ଶାଯାଇଥିଲା ଯେ ଗତ ବର୍ଷକ ମଧ୍ୟରେ ଲୋକଙ୍କ ମାସିକ ହାରାହାରି ଖର୍ଚ୍ଚ ୪ ଦଶନ୍ଧି ମଧ୍ୟରେ ସବୁଠାରୁ କମ୍‌ ରହିଛି। ଏଥିରୁ ବୁଝିବାକୁ ହେବ, ଭାରତରେ ନିରନ୍ତର ବିକାଶରେ ବାଧା ସୃଷ୍ଟି ହୋଇଛି। ଏ ବିଷୟ ଜଣାପଡ଼ିଯିବା ପରେ କେନ୍ଦ୍ର ସରକାର ତତ୍‌କ୍ଷଣାତ୍‌ କହିବସିଲେ ଯେ, ଏନ୍‌ଏସ୍‌ଓ ତଥ୍ୟର ଗୁଣବତ୍ତା ଠିକ୍‌ ନ ଥିଲା। ଏବେ ସରକାରୀ ସଂସ୍ଥା ନୀତି ଆୟୋଗ ପକ୍ଷରୁ ପ୍ରକାଶିତ ଏସ୍‌ଡିଜି ସଂକ୍ରାନ୍ତରେ ସକାରାତ୍ମକ ରିପୋର୍ଟ ଦେଇଥିବାରୁ ତାହାକୁ ସରକାର ସତ୍ୟ ବୋଲି କହିଥିବା ବେଳେ ପରବର୍ତ୍ତୀ ସମୟରେ ଏହାର ଅସତ୍ୟତା ଜଣାପଡ଼ିବାର ଆଶଙ୍କା ରହିଛି। କାରଣ ଦେଶ ଓ ରାଜ୍ୟଗୁଡ଼ିକ ବାସ୍ତବରେ କିଭଳି ଉନ୍ନତି କରୁଛନ୍ତି, ତାହା ଜନସାଧାରଣ ହୃଦୟଙ୍ଗମ କରୁଛନ୍ତି। ସାଧାରଣ ନାଗରିକ ବୁଝିଲେଣି, ବିକାଶ ଏବେ ବାଉଳା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପେସାରେ ଶିକ୍ଷୟିତ୍ରୀ ହେଲେ ବି ଫୁଲଚାଷ ତାଙ୍କ ପାଇଁ ଆଣିଛି ସ୍ବତନ୍ତ୍ର ପରିଚୟ। କେରଳ ଥ୍ରିଶୂର ଜିଲା ବାସିନ୍ଦା ଲତିକା ସୁତାନ ବଗିଚାରେ ପଦ୍ମ ଓ...

ଅକାଳ ଜାତ ଶିଶୁ ଓ କଙ୍ଗାରୁ ଯତ୍ନ

ଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ୨୦୨୦ ମସିହାରେ କରିଥିବା ଏକ ଆକଳନ ଅନୁସାରେ ପ୍ରତିବର୍ଷ ଗର୍ଭଧାରଣର ସାଧାରଣ ସମୟକାଳ, ଅର୍ଥାତ୍‌ ୩୭ ସପ୍ତାହ ସମ୍ପୂର୍ଣ୍ଣ ହେବା ପୂର୍ବରୁ...

ଆଧୁନିକ ଦାସତ୍ୱ

ଦାସତ୍ୱ କଥା ଆଲୋଚନା ହେଲେ ଆମେରିକା କଥା ମନକୁ ଆସେ। ଏହା ସହ ଆଫ୍ରିକାରେ ଅଭାବ, ଅନଟନରେ ଶଢ଼ୁଥିବା ମଣିଷକୁ କ୍ରୀତଦାସ ରୂପେ କ୍ରୟ, ବିକ୍ରୟ...

ମିଥେନ୍‌ ଚିନ୍ତା

ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମ ଶେଷ ହେବାକୁ ଯାଉଛି। ଏହି ସମୟରେ ଏଠାରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି ରେକର୍ଡ କରାଯାଇଛି। ୨୦୨୩କୁ ଟପି ୨୦୨୪ ସବୁଠୁ...

ଏଇ ଭାରତରେ

ମହିଳା ସଶକ୍ତୀକରଣ ଓ ଆମତ୍ନିର୍ଭରଶୀଳର ବାର୍ତ୍ତା ଦେଇଛନ୍ତି ବୀଣା ଟମ୍‌। କେରଳର ମାରଙ୍ଗାଟ୍ଟୁପାଲିରେ ରହୁଥିବା ଏହି ୫୬ ବର୍ଷୀୟା ମହିଳା ଜଣକ ନିଜ ବଗିଚାରେ ବିଭିନ୍ନ...

ଯୁଦ୍ଧ ଆଉ କେତେ କାଳ

ରମାଣୁ ବୋମାର ଜନକ ବୋଲି କୁହାଯାଉଥିବା ସୁପ୍ରସିଦ୍ଧ ଆମେରିକୀୟ ବିଜ୍ଞାନୀ କୁଲିଅସ୍‌ ରବର୍ଟ ଓପେନ୍‌ ହେମରଙ୍କ ଜୀବନୀ ଆଧାରିତ ଚଳଚ୍ଚିତ୍ର ‘ଓପେନ୍‌ହେମର’ ମୁକ୍ତିଲାଭ କରିସାରିଛି। ପରମାଣୁ...

ଈଶ୍ୱରଙ୍କ ସହ ବସବାସ

ସୃଷ୍ଟିର ପ୍ରାରମ୍ଭରୁ ମଣିଷ ଈଶ୍ୱରଙ୍କୁ ଅନ୍ବେଷଣ କରିବା ଆରମ୍ଭ କରିଆସିଛି। ସେମାନେ ପ୍ରକୃତିକୁ ଦେବତା ରୂପେ ପ୍ରାର୍ଥନାକଲେ। ବାୟୁଦେବ, ଅଗ୍ନିଦେବ, ବରୁଣଦେବ, ଇନ୍ଦ୍ରଦେବ, ସୂର୍ଯ୍ୟଦେବ ଓ...

ଧର୍ମଶାସ୍ତ୍ର ଓ ମନୁସ୍ମୃତି

ସମସ୍ତେ ଏବେ ମନୁସ୍ମୃତି ବିଷୟରେ ଆଲୋଚନା କରୁଛନ୍ତିି ଏବଂ ଜାତି ପ୍ରଥା ସହ ଏହାର ସମ୍ପର୍କ ରହିଛି ବୋଲି କହନ୍ତି। କିନ୍ତୁ ଏହା ପଛରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri