ପାଟକୁରା,୬।୧୧(ଡି.ଏନ୍.ଏ.): ସମ୍ଭାବ୍ୟ ବାତ୍ୟା ବୁଲ୍ବୁଲ୍କୁ ନଜରରେ ରଖି ବୁଧବାର କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ ପ୍ରଶାସନ ମୁକାବିଲା ପାଇଁ ପ୍ରସ୍ତୁତ ରହିଛି। ଏନେଇ ଏକ ବୈଠକର ଆୟୋଜନ କରାଯାଇଛି। ମଣ୍ଡଳ ଉନ୍ନୟନ ଅଧିକାରୀ ଧରଣୀଧର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ଅତିରିକ୍ତ ତହସିଲଦାର ଉମାକାନ୍ତ ବିଶ୍ୱାଳ, ସହ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁଧୀର ବେହେରା, ବ୍ଲକ ଚେୟାରମ୍ୟାନ୍ ସ୍ବର୍ଣ୍ଣପ୍ରଭା ସେଠୀ, ସମସ୍ତ ଜିଲା ପରିଷଦ ସଦସ୍ୟ, ସରପଞ୍ଚ ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ସମ୍ଭାବ୍ୟ ବାତ୍ୟା ସମ୍ପର୍କରେ ଲୋକଙ୍କୁ କିପରି ସୂଚନା ପ୍ରଦାନ କରାଯିବ, କିପରି ଉଦ୍ଧାର କରାଯିବ ସେ ବିଷୟରେ ଆଲୋଚନା ହୋଇଥିଲା।