ସମୟ ଆଧାରିତ ହେଉ ପାଠ୍ୟକ୍ରମରେ ପରୀକ୍ଷା ନିରୀକ୍ଷା

ସୋନପୁର,୨୧।୧(ନି.ପ୍ର.)
ସମୟ ସହିତ ନୂତନ ଆହ୍ବାନକୁ ଦୃଷ୍ଟିରେ ରଖି ପାଠ୍ୟକ୍ରମରେ ପରୀକ୍ଷା ନିରୀକ୍ଷା ଜରୁରି। କିନ୍ତୁ ଏହା ସମୟ ଆଧାରିତ ହେବା ଆବଶ୍ୟକ। ପରିଚାଳନାଗତ ପରିବର୍ତ୍ତନ ସହ ଶିକ୍ଷକଙ୍କୁ ସ୍ବାଧୀନତା ଓ ପ୍ରୋତ୍ସାହନ ମିଳୁ। ସେହିପରି ଶିକ୍ଷା କ୍ଷେତ୍ରରେ ଆହ୍ବାନ ଓ ସୁଯୋଗର ସଦ୍‌ଉପଯୋଗ ହେବା କଥା ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତପ୍ରକାଶ କରିଛନ୍ତି। ସୁବର୍ଣ୍ଣପୁର ଜିଲାର ଚତୁର୍ଥ ବାର୍ଷିକ ପୁସ୍ତକ ଓ ସାରସ୍ବତ ମେଳା ଇଙ୍କ୍‌ଫେଷ୍ଟ୍‌ର ସୋମବାର ଚତୁର୍ଥ ସନ୍ଧ୍ୟାରେ ପାଠ୍ୟକ୍ରମରେ ପରୀକ୍ଷା : ଆହ୍ବାନ ଓ ସୁଯୋଗ ଶୀର୍ଷକ ତୃତୀୟ କଥାଚକ୍ର ଅନୁଷ୍ଠିତ ହୋଇଥିଲା। ସମ୍ବଲପୁର ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ. ମୀନକେତନ ପାଠୀ ଅତିଥି ଆଲୋଚକଭାବେ ଯୋଗଦେଇ କହିଥିଲେ ପାଠ୍ୟକ୍ରମରେ ପରିବର୍ତ୍ତନ ହେବା ଉଚିତ। ନୂତନ ବ୍ୟବସ୍ଥାରେ ସଫଳତା ମିଳିଲେ ତାହା ପାଠ୍ୟକ୍ରମରେ ସାମିଲ ହେବା କଥା। କିନ୍ତୁ ଏବେ ଓଲଟା ହେଉଛି। ଆନ୍ତର୍ଜାତିକ ପାଣ୍ଠି ପାଇବା ପାଇଁ ସେମାନଙ୍କ ନିର୍ଦ୍ଦେଶରେ କେନ୍ଦ୍ର ଓ ରାଜ୍ୟ ଯୋଜନା କରୁଛନ୍ତି। ଉପରୁ ଏହାକୁ ଲଦି ଦିଆଯାଉଛି। ପାଣ୍ଠି ବନ୍ଦ ହେଲେ ଯୋଜନା ଅଧାରୁ ବନ୍ଦ ହେଉଛି। ସେହିପରି ଶିକ୍ଷାକେନ୍ଦ୍ରର ଭିତ୍ତିଭୂମି ପରିବର୍ତ୍ତନ ସହ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ତାଲିମ ମିଳିବା ଆବଶ୍ୟକ। ସର୍ବଶିକ୍ଷା ଯୋଜନାରେ ଅନେକାଂଶରେ ଭିତ୍ତିଭୂମି ସୁଦୃଢ ହୋଇ ପାରିଲା କିନ୍ତୁ ଗୁଣାତ୍ମକ ଶିକ୍ଷା ସମ୍ଭବ ହେଲାନି ବୋଲି ଡ. ପାଠୀ କହିଥିଲେ। ଅବସରପ୍ରାପ୍ତ ଅଧ୍ୟାପକ ଡ. ଜ୍ୟୋତିରଞ୍ଜନ ବହିଦାର ଅନ୍ୟତମ ଆଲୋଚକ ଭାବେ ଯୋଗଦେଇ ମାକେଲଙ୍କ ଶିକ୍ଷା ପଦ୍ଧତି ପ୍ରଚଳନ ଯୋଗୁଁ ଦେଶରେ ଶିକ୍ଷାର ଆଶାନୂରୁପ ବିକାଶ ହୋଇ ପାରି ନଥିବା କହିଥିଲେ। ସ୍ବାଧିନତା ପୂର୍ବରୁ ଭାରତରେ ପ୍ରଶାସକ ଶିକ୍ଷକଙ୍କ ନିକଟକୁ ଯାଉଥିଲେ। ମାତ୍ର ପରେ ଶିକ୍ଷକ ପ୍ରଶାସକଙ୍କ ନିକଟକୁ ଗଲେ। ଶିକ୍ଷା ପରିବେଶ, ଶୃଙ୍ଖଳା ରହିଲାନି। ସରକାର ଶିକ୍ଷାକୁ ଗୁରୁତ୍ୱ ନ ଦେଇ ଏବେ ମଧ୍ୟାହ୍ନଭୋଜନର ରେକର୍ଡ ପ୍ରସ୍ତୁତିକୁ ଗୁରୁତ୍ୱ ଦେଉଥିବା ଡ. ବହିଦାର ଅଭିଯୋଗ କରିଥିଲେ। ସୋନପୁର କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡ. କେଦାରନାଥ ମିଶ୍ର କଥାଚକ୍ରରେ ଅଧ୍ୟକ୍ଷତା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବରେ ପହଞ୍ଚତ୍ବାରୁ ପୋଲିସକୁ ମାଡ଼

ସୋନପୁର/ବିନିକା,୧୭।୧୦(ମୃତ୍ୟୁଞ୍ଜୟ ଶତପଥୀ/ ରାମଗୋପାଳ ବାଘ): ଚୋରି ଅଭିଯୋଗରେ ୩ ନାବାଳକଙ୍କୁ ଗ୍ରାମବାସୀ ମଙ୍ଗଳବାର ରାତି ସାରା କ୍ଲବ୍‌ ଘରେ ରଖିଲେ। ସୂଚନା ପାଇ ବୁଧବାର ପୋଲିସ...

ବିଜୟାଦଶମୀରେ ମା’ ଅପରାଜିତାଙ୍କ ଖଣ୍ଡା ପୂଜା

ଡୁଙ୍ଗୁରିପାଲି,୧୨।୧୦(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅଧୀନ ଦିଗଶିରା ଗ୍ରାମରେ ବିଜୟା ଦଶମୀ ଏବଂ ମା’ ଅପରାଜିତା ଦେବୀଙ୍କ ଦଶହରା ଖଣ୍ଡା ପୂଜା ମହାଆଡମ୍ବରରେ...

ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ

ସୋନପୁର,୭।୧୦(ମୃତ୍ୟୁଞ୍ଜୟ ଶତପଥୀ): ଲାଞ୍ଚ ନେବା ନିର୍ବାହୀ ଯନ୍ତ୍ରୀଙ୍କୁ ମହଙ୍ଗା ପଡିଛି। ତେଲ ଜଳସେଚନ ବିଭାଜନ ନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର କୁମାର ପାଢ଼ୀଙ୍କୁ ଭିଜିଲାନ୍ସ ବିଭାଗ ସୋମବାର...

ଗୋ-ସେବାଶ୍ରମକୁ ଜାଳିଦେଲେ ଦୁର୍ବୃତ୍ତ: ଅଭିଯୁକ୍ତଙ୍କୁ ଗିରଫ ଦାବି

ଅମରପାଲି,୫।୧୦(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଜାଲୋଏ ଗ୍ରାମ ପଞ୍ଚାୟତର ଘିକୁଣ୍ଡି ଗ୍ରାମରେ ଥିବା ମା’ ମାହେଶ୍ୱରୀ ଗୋ-ସେବାଶ୍ରମକୁ କେତେଜଣ ଦୁର୍ବୃତ୍ତ ଜାଳିଦେବା...

ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବଙ୍କ ଗସ୍ତକୁ ନେଇ ଗଣମାଧ୍ୟମକୁ ଉପେକ୍ଷା

ଅମରପାଲି,୫।୧୦(ପୀତାମ୍ବର ସାହୁ):ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଯାମିନି ଷଡଙ୍ଗୀ ସୁବର୍ଣ୍ଣପୁର ଜିଲା ଗସ୍ତ ବେଳେ ବୀରମହାରାଜପୁର ବ୍ଲକର ବିଭିନ୍ନ ଯୋଜନା, ପ୍ରକଳ୍ପ ଏବଂ...

ଓଷ୍ଟାର ବ୍ଲକସ୍ତରୀୟ କର୍ମକର୍ତ୍ତା ଚୟନ: ଚନ୍ଦ୍ରମଣି ବାଘ ସଭାପତି, ବ୍ରଜମୋହନ ବାରିକ ହେଲେ ସମ୍ପାଦକ

ଅମରପାଲି,୩ା୧୦(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଜଟେସିଂହା ହାଇସ୍କୁଲରେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ସାମ୍ବିଧାନିକ ସମ୍ମିଳନୀ ଓ ନୂତନ କର୍ମକର୍ତ୍ତା...

ପାଣି ପିଇବାକୁ ଆସି କେନାଲରେ ପଡ଼ିଗଲା ଦନ୍ତାହାତୀ: ଆଉ ତା’ପରେ

ଅମରପାଲି,୩।୧୦(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ରଢିଆପାଲି ନିକଟରେ ହରିହର ଯୋର କେନାଲକୁ ପାଣି ପିଇବାକୁ ଆସି ଏକ ଦନ୍ତା ହାତୀ ପଡିଯାଇଥିଲା। ହାତୀଟି...

ରାଜରାସ୍ତାକୁ ଓହ୍ଲାଇଲା ବିଜେଡି: ସଭ୍ୟ ସଂଗ୍ରହ ଅଭିଯାନକୁ ଆହୁରି ଜୋରଦାର କରିବାକୁ ଆହ୍ବାନ

ଅମରପାଲି,୩।୧୦(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ବିଜେଡି ପକ୍ଷରୁ ପବିତ୍ର ଗାନ୍ଧୀ ଜୟନ୍ତୀଠାରୁ ଜୟ ପ୍ରକାଶ ଜୟନ୍ତୀ ପର୍ଯ୍ୟନ୍ତ ହେବାକୁ ଥିବା ପଦଯାତ୍ରା ଶୁଭାରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri