ସରକାରୀ ଚକ୍ରବୂ୍ୟହରେ ଫସିଛି ୧୪୦ ଗ୍ରାମାଞ୍ଚଳ ଆବାସିକ ପ୍ରକଳ୍ପ

ଭୁବନେଶ୍ୱର,୨୮-୮(ବ୍ୟୁରୋ):ନିଜର ଘର ଖଣ୍ଡେ ହେବ। ଜୀବନର ଶେଷ ଯାଏ ସେହି ଘରେ ଆନନ୍ଦରେ କଟିବ। ଏମିତି ଆଶା ରଖି ଲୋକମାନେ ଜୀବନର ସମସ୍ତ ରୋଜଗାର ଘର କିମ୍ବା ଜାଗା କିଣାରେ ଲଗାଇଥାନ୍ତି। ଅନେକ ସମୟରେ ନିଜର ଅଜ୍ଞତା କିମ୍ବା ସରକାରୀ କଟକଣା ଯୋଗୁ ଘର କିଣୁଥିବା ବ୍ୟକ୍ତିମାନେ ଫସିଯାଉଛନ୍ତି। ଲକ୍ଷ ଲକ୍ଷ ଟଙ୍କା ଦେଇ ଘର କିଣିଥିଲେ ମଧ୍ୟ ନିଜ ନାମରେ ରେକର୍ଡ ପତ୍ର କରିପାରୁ ନାହାନ୍ତି। ଗ୍ରାମାଞ୍ଚଳରେ ଆବାସିକ ଗୃହ ନିର୍ମାଣ କରିଥିବା ବିଲ୍‌ଡରମାନଙ୍କୁ ସେମାନଙ୍କ ପ୍ରକଳ୍ପ ପାଇଁ ଏବଂ ଆପାର୍ଟମେଣ୍ଟ କିଣିଥିବା ବ୍ୟକ୍ତିମାନେ ଅକୁପାନ୍ସି ସାର୍ଟିଫିକେଟ ନ ପାଇବାରୁୁ ନିଜ ନାମରେ ଘର ପଞ୍ଜୀକରଣ କରାଯାଇପାରିବ ନାହିଁ। କେବଳ ଘର କିଣୁଥିବା ବ୍ୟକ୍ତି ନୁହନ୍ତି କୋଟି କୋଟି ଟଙ୍କା ଖଟାଇଥିବା ବିଲଡରମାନେ ମଧ୍ୟ ସରକାରୀ ଆଇନକାନୁନ ଚକ୍ରବୂ୍ୟହରେ ଫସିଯାଉଛନ୍ତି।
ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ସମେତ ରାଜ୍ୟର ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷ ଅଞ୍ଚଳ ବାହାରେ ଅର୍ଥାତ୍‌ ଗ୍ରାମାଞ୍ଚଳରେ ନିର୍ମାଣ ହୋଇଥିବା ୩୦ ହଜାର କୋଟିର ୧୪୦ଟି ଆବାସିକ ପ୍ରକଳ୍ପ ଓଡ଼ିଶା ରିୟଲ ଇଷ୍ଟେଟ୍‌ ରେଗୁଲେଟୋରୀ ଅଥରିଟି (ଓରେରା)ରେ ପଞ୍ଜୀକୃତ ହୋଇ ପାରୁନାହିଁି। ଏ ନେଇ ଦୁଇ ବର୍ଷ ବିତି ଯାଇଥିଲେ ମଧ୍ୟ ଏସବୁ ଗୃହକୁ ପଞ୍ଜୀକରଣ ପାଇଁ ଅନୁମୋଦନ ମିଳିବ କି ନାହଁି ସେ ନେଇ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ଉଭୟ ଘର ମାଲିକ ଓ ବିଲଡର ଅଡୁଆରେ ପଡି ଯାଇଛନ୍ତି।
ଲୋକମାନଙ୍କୁ ଘରଦେବା ନାମରେ ଠକୁଥିବା ବିଲ୍‌ଡର ସଂସ୍ଥା ଉପରେ ଅଙ୍କୁଶ ଲଗାଇବାକୁ କେନ୍ଦ୍ର ସରକାର ରିୟଲ ଇଷ୍ଟେଟ୍‌ (ରେଗୁଲେଶନ ଆଣ୍ଡ ଡେଭେଲପମେଣ୍ଟ) ଆଇନ-୨୦୧୬ କାର୍ଯ୍ୟକାରୀ କରିଛନ୍ତି। ଏହି ଆଇନକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ରାଜ୍ୟରେ ୨୦୧୭ ମେ ପହିଲାରୁ ଓରେରା ଗଠନ ହେବା ସହ କାର୍ଯ୍ୟକ୍ଷମ ହେଉଛି। ସେବେଠାରୁ ରାଜ୍ୟର ସମସ୍ତ ଆବାସିକ ଏବଂ ବ୍ୟବସାୟିକ ଗୃହ ପ୍ରକଳ୍ପ ଓରେରାରେ ପଞ୍ଜୀକୃତ ହେବା ବାଧ୍ୟତାମୂଳକ। ଓରେରାରେ ପଞ୍ଜୀକୃତ ନ ହେଲେ ବିଲଡରମାନେ ଆପାର୍ଟମେଣ୍ଟକୁ କୌଣସି ବ୍ୟକ୍ତିଙ୍କୁ ବିକ୍ରି କରି ପାରିବେନାହିଁ। ପ୍ରକଳ୍ପ ପଞ୍ଜୀକରଣ ପାଇଁ ଅକୁପାନ୍ସି ସାର୍ଟିଫିକେଟ୍‌ ଦେବା ବାଧ୍ୟତାମୂଳକ କରାଯାଇଛି। ୨୦୧୧ରୁ ପଞ୍ଚାୟତିରାଜ ବିଭାଗ ଗୃହ ନିର୍ମାଣ ପ୍ରକଳ୍ପକୁ ଅନୁମତି ଦେବା କ୍ଷମତା ବିଡିଓ ଏବଂ ସରପଞ୍ଚଙ୍କ ହାତରୁ କାଢି ନେଇଛି। ସହର ହେଉ କିମ୍ବା ଗ୍ରାମ ସବୁଠି ସମ୍ପୃକ୍ତ ଅଞ୍ଚଳର ଉନ୍ନୟନ କର୍ତ୍ତୃପକ୍ଷଙ୍କଠାରୁ ପ୍ରକଳ୍ପର ପ୍ଲାନ ଅନୁମୋଦନ ଅପରିହାର୍ଯ୍ୟ। ତେବେ ରିୟଲ ଇଷ୍ଟେଟ ଆଇନ କାର୍ଯ୍ୟକାରୀ ହେବା ପୂର୍ବରୁ ରାଜ୍ୟର ବିଭିନ୍ନ ଭାଗରେ ପଞ୍ଚାୟତ ଓ ବ୍ଲକରୁ ଅନୁମତି ନେଇ ୨୦୧୬ ପର୍ଯ୍ୟନ୍ତ ଅନେକ ଆପାର୍ଟମେଣ୍ଟ ନିର୍ମାଣ କରାଯାଇଛି। ତେବେ ଗତ ଦୁଇ ବର୍ଷ ହେବ ଗ୍ରାମାଞ୍ଚଳରେ ଥିବା ଆପାର୍ଟମେଣ୍ଟଗୁଡ଼ିକ ବିକ୍ରି ହୋଇପାରୁ ନାହିଁ । ଅକୁପାନ୍ସି ସାର୍ଟିଫିକେଟ୍‌ ମିଳୁ ନ ଥିବାରୁ ୧୪୦ଟି ଆବାସିକ ପ୍ରକଳ୍ପର ପ୍ରାୟ ୧୦ ହଜାର ଘର ପଞ୍ଜୀକୃତ ହୋଇପାରୁନାହିଁ। ଅନ୍ୟପକ୍ଷରେ ଅକୁପାନ୍ସି ବିନା ପ୍ରକଳ୍ପକୁ ପଞ୍ଜୀକୃତ କରିବାକୁ ଓରେରା ରୋକଠୋକ ମନା କରି ଦେଉଛି। ଦୀର୍ଘ ୨ ବର୍ଷ ହେବ ଓରେରା ଅନୁମୋଦନ ପାଇଁ ପ୍ରକଳ୍ପଗୁଡ଼ିକ ପଡ଼ି ରହିଛି। ଏହି ଅସୁବିଧା ଦୂର କରିବାକୁ ଓରେରାର ଅଧ୍ୟକ୍ଷ ଅମୀୟ ମହାପାତ୍ର ୨୦୧୮ ଅଗଷ୍ଟ ୧୬ ତାରିଖରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସଚିବଙ୍କୁ ଚିଠି ଲେଖି ବିଡିଓ କିମ୍ବା ସରପଞ୍ଚ ଅନୁମତି ଦେଇଥିବା ପ୍ରକଳ୍ପକୁ ପଞ୍ଜୀକରଣ କରିବାକୁ ଗାଇଡ ଲାଇନ ପ୍ରସ୍ତୁତ କରିବାକୁ ଅନୁରୋଧ କରିଥିଲେ । ସେହିପରି ଗ୍ରାମାଞ୍ଚଳ ଏବଂ ଉନ୍ନୟନ କର୍ତ୍ତୃପକ୍ଷ ଅଞ୍ଚଳରେ ଗଢି ଉଠିଥିବା ଆପାର୍ଟମେଣ୍ଟ, ବ୍ୟବସାୟିକ ଗୃହ ପାଇଁ ଏକ ଗାଇଡ୍‌ଲାଇନ ପ୍ରସ୍ତୁତ କରିବାକୁ ନଗର ଉନ୍ନୟନ ବିଭାଗକୁ ମଧ୍ୟ ୨୦୧୯ ଫେବୃୟାରୀ ୧୩ ତାରିଖରେ ଓରେରା ଅଧ୍ୟକ୍ଷ ଚିଠି ଲେଖି ଅନୁରୋଧ କରିଥିଲେ। ଅକୁପାନ୍ସି ସାର୍ଟିଫିକେଟ କିଏ ଦେବେ ସେ ନେଇ ଉଭୟ ବିଭାଗ ଏ ପର୍ଯ୍ୟନ୍ତ ସ୍ପଷ୍ଟ କରୁ ନାହାନ୍ତି। ଫଳରେ ଗ୍ରାମାଞ୍ଚଳରେ ଗଢି ଉଠିଥିବା ୧୪୦ଟି ପ୍ରକଳ୍ପରେ ନିର୍ମିତ ୩୦ହଜାର କୋଟି ଟଙ୍କାର ୧୦ ହଜାର ଆବାସିକ ଗୃହର ଭବିଷ୍ୟତ ଅନିଶ୍ଚିତତା ମଧ୍ୟକୁ ଚାଲିଯାଇଛି। ପ୍ରକଳ୍ପ ମାଲିକମାନେ କୋଟି କୋଟି ଟଙ୍କା ପୁଞ୍ଜି ନିବେଶ କରିଥିଲେ ମଧ୍ୟ ସେଗୁଡ଼ିକୁ ବିକ୍ରି କରିପାରୁନାହାନ୍ତି। ଅନ୍ୟପକ୍ଷରେ ଯେଉଁମାନେ ଘର କିଣିଛନ୍ତି ସେମାନେ ମାଲିକାନା ସ୍ବତ୍ୱ ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ଓରେରାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ପଞ୍ଜୀକରଣ ଅପେକ୍ଷାରେ ଥିବା ୧୪୦ ପ୍ରକଳ୍ପ ପାଇଁ ସରକାର ଗାଇଡ ଲାଇନ ପ୍ରସ୍ତୁତ ନ କଲେ ପ୍ରକଳ୍ପଗୁଡ଼ିକୁ ପଞ୍ଜୀକୃତ କରାଯାଇ ପାରିବ ନାହିଁ। ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବର ୯କୁ ଦିଆଯିବ ସୁଭଦ୍ରା ଦ୍ୱିତୀୟ ପର୍ଯ୍ୟାୟ ପ୍ରଥମ କିସ୍ତି, ଏହି ତାରିଖ ସୁଦ୍ଧା ସରିବ ପ୍ରସ୍ତୁତି

ନୂଆଦିଲ୍ଲୀ,୩।୧୦: ମହିଳାମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରୁଥିବା ରାଜ୍ୟ ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ “ସୁଭଦ୍ରା” ଯୋଜନାର ପ୍ରଥମକିସ୍ତି ଅର୍ଥରାଶି ପ୍ରଥମ ପର୍ଯ୍ୟାୟରେ ୨୫ଲକ୍ଷ ୨୯ହଜାର ୭୨୦...

ଚାଷୀନେତାଙ୍କୁ ଅଭ୍ୟାସଗତ ଅପରାଧୀ ଦର୍ଶାଇବା ଘଟଣା: କୃଷକ ସଙ୍ଗଠନର ଆନ୍ଦୋଳନ ଚେତାବନୀ

ବରଗଡ଼,୨।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚାଷୀନେତା ତଥା ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ରମେଶ ମହାପାତ୍ରଙ୍କୁ ପୋଲିସ ଅଭ୍ୟାସଗତ ଅପରାଧୀ ଭାବେ ଉଲ୍ଲେଖ କରିବା ଏବଂ...

ଟ୍ରାକିଂବେଳେ ବନ କର୍ମଚାରୀଙ୍କୁ ଶୁଣ୍ଢରେ ଟେକି କଚାଡ଼ିଲା ହାତୀ, ଭାଙ୍ଗିଦେଲା ହାତ

ବଣାଇଁ,୩ା୧୦(ପ୍ରଦୀପ ତ୍ରିପାଠୀ): ଗୁରୁବାର ବଣାଇଁ ବନଖଣ୍ଡ ତଥା କୁଳିପୋଷ ରେଞ୍ଜ ଅଧୀନ ଗଣିଘଷା ନିକଟରେ ଗତକାଲି ଠାରୁ ଘୂରି ବୁଲୁଥିବା ୪ଟିକିଆ ହାତୀ ପଲ ସମ୍ପର୍କରେ...

ଓଡ଼ିଶାରେ ହେବ ଶିଳ୍ପ ହବ୍‌: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/ନୂଆଦିଲ୍ଲୀ,୩ା୧୦: ଉତ୍କର୍ଷ ଓ କନ୍‌କ୍ଲେଭ ପାଇଁ ଦିଲ୍ଲୀ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ୩୪ଟି ଦେଶର ରାଷ୍ଟ୍ରଦୂତଙ୍କ ସହ ଓ୍ବାନ୍‌ ଟୁ ଓ୍ବାନ୍‌ ଆଲୋଚନା କରିଥିଲେ। ବୈଠକରେ...

ବବିଙ୍କ ରଣହୁଙ୍କାର ପରେ ମୁହଁ ଖୋଲିଲେ ସୁଜାତା, କହିଲେ ମୋର ଇସ୍ତଫା…

ଭୁବନେଶ୍ୱର,୩ା୧୦: ବୁଧବାର  ବିଜେଡି ନେତା ତଥା ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ରଣହୁଙ୍କାର ପରେ ଗୁରୁବାର ସୁଜାତା ସାହୁ ଏକ ବଡ଼ ବୟାନ...

ଯାଜପୁର ଦେଖିବ ଉପନିର୍ବାଚନ? ଗଣେଶ୍ୱର ବେହେରାଙ୍କ ବୟାନ ପରେ ବଢିଲା ଚର୍ଚ୍ଚା

ଭୁବନେଶ୍ୱର,୩।୧୦: ବିଜେଡିର ବଡ଼ ନେତା ତଥା ଯାଜପୁରର ପୂର୍ବତନ ବିଧାୟକ ବବି ଦାସଙ୍କ ପୁଣିଥରେ ନିର୍ବାଚନ ଲଢିବା ବୟାନକୁ ନେଇ ରାଜନୀତି ଜୋର ଧରିଛି। ନିକଟରେ...

ଆସିଲା ବାଘ ଗଣନାର ପ୍ରଥମ ରିପୋର୍ଟ: ଓଡ଼ିଶାରେ ଅଛନ୍ତି ୬୯୬ କଲରାପତରିଆ

ଭୁବନେଶ୍ୱର,୩ା୧୦(ବନ୍ଦନା ସେଠୀ): ରାଜ୍ୟର ପ୍ରଥମ କଲରାପତରିଆ ବାଘ ଗଣନା ରିପୋର୍ଟ ଗୁରୁବାର ପ୍ରକାଶ ପାଇଛି। ଓଡ଼ିଶାରେ ୬୯୬ କଲରାପତରିଆ ବାଘ ଥିବା ରିପୋର୍ଟରୁ ଜଣାପଡ଼ିଛି। ଏନ୍‌ଟିସିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri