ସରକାରୀ ଯୋଜନାରୁ ବଁଚିତ କୁଟିଆକଁଧ୍‌

ଭବାନୀପାଟଣା, ୧୩ା୫ (ଡି.ଏନ୍‌.ଏ) :  ଓଡ଼ିଶାର ଗୁଟେ ବିରଲ ଜନଜାତି ଭିତରେ କୁଟିଆକଁଧ୍‌ ଅଲଗ୍‌ ଆଏ। ସମତଲ ଆର ପାହାଡ଼ର ତଲି ଅଂଚଲରେ ଇମାନେ ରହାବସା କରସନ୍‌। ଉନିଆ ଜନଜାତି ଲେଖେଁ ଇମାନେ ବି ଜଂଗଲଜାତ ଦରବ ଉପରେ ନିରଭର କରି ଚଲସନ୍‌। ହେଲେ ଦୁଖର କଥା ସୁଆଧୀନତାର ୭୨ ବଛର ବିତିଯାଇଥିଲେ ବି ଇମାନେ ସମାଜର ମୁଖିଆ ଧାରରେ ସାମିଲ ନାଇଁ ହେଇପାରି। ଇମାନର ଅର୍ଥନୈତିକ ଆର ସାମାଜିକ ବିକାଶ ଲାଗି ସଶକ୍ତିକରଣ ଆର ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଆର ଅନ୍ୟାନ୍ୟ କଲ୍ୟାଣ ପଛୁଆ ବିଭାଗ ତରଫୁ ଖାସ୍‌ କୁଟିଆକଁଧ୍‌ ଉନ୍‌ନୟନ ସଂସ୍ଥା ଖୁଲାଯାଇଛେ। ଇ ଯୋଜନା ଜରିଆରେ ସରକାର କୁଟିଆକଁଧକର ଉନ୍‌ନତି ଲାଗି କୋଟି କୋଟି ଟଁକା ଯୁଗେଇ ଦେଉଛନ୍‌। ହେଲେ ଆଏଜ୍‌ ବି ଇ ବିରଲ ଜନଜାତି ଅନେକ ସରକାରୀ ଯୋଜନାରୁ ବଁଚିତ ହେଇ ରହିଛନ୍‌। ଇ ଯୋଜନା ଜରିଆରେ ପହେଲା ଲାଞ୍ଜିଗଡ଼ ବ୍ଲକର ୧୪ଟା ଗାଁକେ ସାମିଲ କରାଯାଇଥିଲା ଆର ପଛେ ଇ ସଂଖ୍ୟାକେ ବଢ଼ା ଯାଇଥିଲା। ହେଲେ ଆଏଜ୍‌ବି ଇ ଗାଁବାସୀମାନେ ଶିକ୍ଷା, ସୁଆସ୍‌ତିଅ, ରାସ୍‌ତାଘାଟ, ପିଇଲା ପାଏନ୍‌ ଲେଖେଁ ମଉଲିକ ସୁବିଧାରୁ ବଁଚିତ୍‌ ହେଇ ରହିଛନ୍‌। ସରକାର କହୁଛନ୍‌ ସବୁ କୁଟିଆକଁଧ୍‌କୁଁ ଘର ମିଲିଛେ, ହେଲେ ଦେଖ୍‌ବାକେ ଗଲେ ଆଏଜ୍‌ବି ଶହ ଶହ କୁଟିଆ ଝାଟିମାଟି ଘରେ ରହୁଛନ୍‌। ଭୂମିହୀନମାନେ ଜଂଗଲ ଜମିପଟ୍ଟାରୁ ବଁଚିତ ଅଛନ୍‌। ସେନ୍‌ତା ପୁଷ୍‌ଟିକର ଖାଏଦ୍‌ ଜାଗାରେ ମଡ଼ିଆ ଜାଉ, ଆମ୍‌, କୁଲୁଥ୍‌ ଆର ଜଂଗଲଜାତ ଦରବ୍‌ ଇମାନକର ମୁଖିଆ ଆହାର ପାଲଟିଛେ। ପିଇଲା ପାଏନ୍‌ର ସୁବିଧା ନାଇଁଥିବାର ଲାଗି ଇମାନେ ନାଲ ନଲିଆ, ଝରନ୍‌ର ପାଏନ୍‌ ପିଇ ନିଜର ଶୋଷ୍‌ ମେଟଉଛନ୍‌। ଲାଞ୍ଜିଗଡ଼ ବ୍ଲକର ୧୪ କୁଟିଆକଁଧ୍‌ ବାସକରୁଥିବାର ଗାଁକେ ରାସ୍‌ତାଘାଟ ନଁାଇଁନ। ଯେନ୍‌ଥିରଲାଗି ଅନେକ ସମିଆରେ ଜରୁକାଲିନ ପରିସ୍ଥିତିରେ ଦମକଲ, ଆମ୍ବୁଲାନ୍ସ ନାଇଁ ଆସିପାରେ। ଗାଁରେ କାହାରି ଦିହିପା ଖରାପ ହେଲେ ଏକାଧିକ୍‌ କିଲୋମିଟର ଖଟେ ବୁହି ଡାକ୍‌ତରଖାନା ପୁହୁଁଚାବାକେ ପଡ଼ୁଛେ। ସରକାର ‘ସଭେ ପଢ଼ୁନ ସଭେ ବଢ଼ୁନ’ ନାରା ଦେଇ ପିଲାକୁ ସ୍କୁଲ ମୁହଁା କରବାର ଲାଗି ବହି, ପେଣ୍ଟସାର୍ଟ, ଜୁତା ଆଦି ଦେଉଛନ୍‌। ହେଲେ କୁଟିଆକଁଧ୍‌ ବାସକରୁଥିବାର ଅନେକ ଗାଁରେ ପିଲା ପଢ଼ବାର ଲାଗି ସ୍କୁଲ ନଁାଇଁନ। ଯେନ୍‌ ଗାଁରେ ସ୍କୁଲ ଅଛେ ସେଠାନ୍‌କେ ଶିକ୍ଷକ ନାଇଁଯିବାର। ଏନ୍‌ତା କି ଅନେକ ଗାଁରେ ଅଙ୍ଗନଓ୍ବାଡି କେନ୍ଦ୍ର ନାଇଁ ଥିବାରଲାଗି ଗରଭବତୀ ମହିଲା ଆର ଛୁଆମାନେ ଅପପୁଷ୍‌ଟିର ଶିକାର ହେଉଛନ୍‌। ଇ ବାବ୍‌ଦେ ଖୋଦ୍‌ ପରଶାସନ ଜାନିଥିଲେ ବି କେହେନ୍‌ସି ପରକାର ପଦକ୍ଷେପ ନାଇଁ ନେବାର। ଆରଗୁଟେ ଆଡ଼େ କେନ୍ଦ୍ର ଆର ରାଏଜ୍‌ ସରକାର ସମେତ ଅନେକ ଏନ୍‌ଜିଓ କୁଟିଆ କଁଧମାନକର ବିକାଶ ଲାଗି କାମ କରୁଥିବାର କହୁଥିଲେ ବି ଅବଗା ସତ୍‌ କଥାଟା ଅଲଗ ଆଏ। ଇ ଦିଗେ ରାଏଜ ସରକାର ଆର ଥାନୀୟ ପରଶାସନ ଦୁରୁଷ୍‌ଟି ଦେଇ ପଦକ୍ଷେପ ନେବାକେ ବୁଧିଜୀବୀ ମହଲରେ ଦାବି ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ଏହି ଦିନ ସମ୍ବଲପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫।୯: ୮ ତାରିଖ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏହି ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସମ୍ବଲପୁର ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ୯...

ଚଳନ୍ତା ଟ୍ରେନ୍‌ରୁ ଖସି ବି ବଞ୍ଚିଗଲେ ୫ ବର୍ଷର ପ୍ରୀତିଶ: ଜଙ୍ଗଲ ମଝିରେ ଜୀବନ ବଞ୍ଚାଇବାକୁ ରାତିସାରା ସଂଘର୍ଷ

ରେଢାଖୋଲ ୪/୯(ଅଚ୍ୟୁତାନନ୍ଦ ପୁରୋହିତ): ଚଳନ୍ତା ଟ୍ରେନ୍‌ରୁ ଖସି ବି ବଞ୍ଚିଗଲେ ୫ ବର୍ଷର ପ୍ରୀତିଶ। ଜୀବନ ବଞ୍ଚାଇବାକୁ ରାତି ସାରା ଜଙ୍ଗଲ ମଝିରେ କଲେ ସଂଘର୍ଷ।...

ବ୍ରାଉନସୁଗାର ଧରି ଚମ୍ପଟ ମାରୁଥିଲେ ଯୁବକ, ମାଡିବସିଲା ପୋଲିସ: ଦୁଇ ଗିରଫ

ସମ୍ବଲପୁର,୪।୯(ପ୍ରମୋଦ ବହିଦାର): ସମ୍ବଲପୁର ଅବକାରୀ ବିଭାଗ ପକ୍ଷରୁ ବୁଧବାର ଧନୁପାଲିଥାନା ଅନ୍ତର୍ଗତ ସୁନାପାଲି ଅଞ୍ଚଳରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ବ୍ରାଉନସୁଗାର(ହେରୋଇନ) ଜବତ କରାଯାଇଛି। ଅବକାରୀ ବିଭାଗ...

ବଳାତ୍କାର, ହତ୍ୟାର ଶିକାର ଯୁବତୀଙ୍କୁ ଗାଁ ମଶାଣିରେ ଜାଗା ମିଳିଲାନି

ନାକଟୀଦେଉଳ, ୪ା୯(ବୈକୁଣ୍ଠନାଥ ସାହୁ): ବଳାତ୍କାର ଓ ହତ୍ୟାର ଶିକାର ହୋଇଥିବା ଜଣେ ଯୁବତୀଙ୍କ ମୃତଦେହକୁ ନିଜ ଗାଁ ଶ୍ମଶାନରେ ସତ୍କାର ପାଇଁ ସ୍ଥାନ ମିଳିଲାନାହିଁ। ଗାଁର...

୬୫ ବର୍ଷରେ ଆଖିବୁଜିଲା ‘ଖେର୍ସେଲ’

ସମ୍ବଲପୁର,୩।୯(ପ୍ରମୋଦ ବହିଦାର): ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଅଧୀନରେ ଡେବ୍ରିଗଡ଼ ଅଭୟାରଣ୍ୟ ମଧ୍ୟରେ କେଭଟିଭ ହାତୀ ‘ଖେର୍ସେଲ’ର ମୃତ୍ୟୁ ଘଟିଛି। ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ବୁର୍ଲା...

ବନ୍ଦ ହେଲା ହୀରାକୁଦ ଡ୍ୟାମର ସବୁ ଗେଟ୍‌

ସମ୍ବଲପୁର,୨।୯: ହୀରାକୁଦ ଡ୍ୟାମର ଜଳସ୍ତରକୁ ଦୃଷ୍ଟିରେ ରଖି ସୋମବାର ସମସ୍ତ ଗେଟ୍‌କୁ ବନ୍ଦ କରି ଦିଆଯାଇଛି। ଖୋଲାଥିବା ୬ଟି ଗେଟ୍‌କୁ ବନ୍ଦ କରାଯାଇଥିବା ନେଇ ଡ୍ୟାମ...

ସମ୍ବଲପୁରରେ ଚାଞ୍ଚଲ୍ୟ: ଯୁବତୀଙ୍କୁ ବଳାତ୍କାର ପରେ ହତ୍ୟା

ନାକଟୀଦେଉଳ,୧ା୯(ବୈକୁଣ୍ଠନାଥ ସାହୁ): ନିଖୋଜର ୩ଦିନ ପରେ ଜଙ୍ଗଲରୁ ମିଳିଲା ଯୁବତୀଙ୍କ ଉଲଗ୍ନ ଗଳିତ ମୃତଦେହ। ବଳାତ୍କାର ପରେ ହତ୍ୟା କରି ଫିଙ୍ଗି ଦିଆଯାଇଛି ବୋଲି ଅଭିଯୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri