Posted inଜାତୀୟ

ସରକାର ଗଢ଼ିବାକୁ ମନାକଲା ଭାଜପା

ମୁମ୍ବାଇ,୧୧ା୧୧(ପି.ଟି.): ମହାରାଷ୍ଟ୍ରରେ ସରକାର ଗଢ଼ିବାକୁ ଭାଜପା ରବିବାର ମନା କରିଦେବା ପରେ ରାଜ୍ୟପାଳ ଭଗତ ସିଂ କୋଶୟାରୀ ଦ୍ୱିତୀୟ ବୃହତ୍‌ ଦଳ ଶିବସେନାକୁ ଆମନ୍ତ୍ରଣ କରିଛନ୍ତି। ଏହି ଦଳର ୫୬ ଜଣ ବିଧାୟକ ଥିଲାବେଳେ ମୁଖ୍ୟମନ୍ତ୍ରୀ ଶିବସେନାରୁ ନିଶ୍ଚିତ ବୋଲି ଏହାର ଏମ୍‌ପି ସଞ୍ଜୟ ରାଉତ୍‌ ପୁଣିଥରେ ଦୋହରାଇଛନ୍ତି। ଅନ୍ୟପକ୍ଷରେ ସରକାର ଗଠନରେ ଶିବସେନାକୁ ସମର୍ଥନ ଦେବା ଲାଗି ଏନ୍‌ସିପି କଡ଼ା ସର୍ତ୍ତ ରଖିଛି। ପ୍ରଥମେ ଶିବସେନା ଏନ୍‌ଡିଏ ମେଣ୍ଟରୁ ଓହରିଆସୁ ଏବଂ କେନ୍ଦ୍ର ସରକାରରେ ଥିବା ଶିବସେନା ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଏନ୍‌ସିପି କହିଛି। ଅନ୍ୟପକ୍ଷରେ କଂଗ୍ରେସ ସମର୍ଥନ ନେଇ କିଛି କହି ନ ଥିଲେ ହେଁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଚାହେଁ ନାହିଁ ବୋଲି କହିବା ସହ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ପରାମର୍ଶ କ୍ରମେ ଭବିଷ୍ୟତ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ସୂଚନା ଦେଇଛି।
ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ୧୮ ଦିନ ପରେ ଭାଜପା ସରକାର ଗଢ଼ିବ ନାହିଁ ବୋଲି ରାଜ୍ୟପାଳଙ୍କୁ ଜଣାଇଦେଇଛି। ଦଳର ମହାରାଷ୍ଟ୍ର ସଭାପତି ଚନ୍ଦ୍ରକାନ୍ତ ପାଟିଲ ଏଥିପାଇଁ ମେଣ୍ଟ ସହଯୋଗୀ ଶିବସେନାକୁ ଦାୟୀ କରିଥିଲେ। ପାଳିରେ ମୁଖ୍ୟମନ୍ତ୍ରୀ ପଦ ଦାବିରେ ଉଦ୍ଧବ ଠାକରେଙ୍କ ଦଳ ଅଟଳ ରହି ଜନାଦେଶକୁ ଅସମ୍ମାନିତ କରିଛି। ବିଧାନସଭା ନିର୍ବାଚନରେ ଭାଜପା-ଶିବସେନା ମେଣ୍ଟକୁ ସରକାର ଗଢ଼ିବା ଲାଗି ରାଜ୍ୟବାସୀ ଭୋଟ ଦେଇଥିଲେ। ଶିବସେନାର ଅସହଯୋଗ ଯୋଗୁ ଆମେ ସରକାର ଗଠନ ଦାବିରୁ ବିରତ ରହିଲୁ ବୋଲି ପାଟିଲ କହିଥିଲେ। ବିରୋଧୀ କଂଗ୍ରେସ ଏବଂ ଏନ୍‌ସିପି ସହଯୋଗରେ ଶିବସେନା ଯଦି ସରକାର ଗଢ଼ିବାକୁ ଚାହୁଁଥାଏ, ତେବେ ଏହାର ସୌଭାଗ୍ୟ କାମନା କରୁଛି ବୋଲି ଭାଜପା ନେତା କହିଥିଲେ।
ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ କେବଳ ଶିବସେନାରୁ ହେବେ। ଏନେଇ ଦଳର ନେତା ଉଦ୍ଧବ ଠାକ୍‌ରେ ରବିବାର ବିଧାୟକମାନଙ୍କୁ କହିଥିବା ରାଉତ୍‌ ଖବରଦାତାମାନଙ୍କୁ ସୂଚନା ଦେଇଛନ୍ତି। ଭାଜପା ଯେତେବେଳେ ସରକାର ଗଢ଼ିବାକୁ ଦାବି କରିପାରୁନାହିଁ, ଏହି ଦଳରୁ ମୁଖ୍ୟମନ୍ତ୍ରୀ କିପରି ହେବେ ବୋଲି ରାଉତ୍‌ ପ୍ରଶ୍ନ କରିଥିଲେ। ସୂଚନାଯୋଗ୍ୟ, ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ଭାଜପା-ଶିବସେନା ମେଣ୍ଟ ୧୬୧ ଆସନ ଜିତି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଥିଲେ।
ଏକକ ସଂଖ୍ୟାଗରିଷ୍ଠ ଦଳ ଭାଜପା ସରକାର ଗଠନ ଲାଗି ଅସାମର୍ଥ୍ୟ ପ୍ରକାଶ କରିବା ପରେ ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ସୃଷ୍ଟି ହୋଇଥିଲାବେଳେ ରାଷ୍ଟ୍ରପତି ଶାସନ ଲାଗୁ ହେବା ଆମେ ଚାହୁଁ ନାହିଁ ବୋଲି ରାଜ୍ୟ କଂଗ୍ରେସ ପକ୍ଷରୁ କୁହାଯାଇଛି। ତେଣୁ ଦଳର ଆଗାମୀ କାର୍ଯ୍ୟପନ୍ଥା କ’ଣ ହେବ ହାଇକମାଣ୍ଡଙ୍କ ପରାମର୍ଶକ୍ରମେ ନବନିର୍ବାଚିତ ବିଧାୟକମାନେ ନିଷ୍ପତ୍ତି ନେବେ ବୋଲି ବରିଷ୍ଠ କଂଗ୍ରେସ ନେତା ଅଶୋକ ଚଭନ କହିଛନ୍ତି। ସେ ଏକ ସ୍ଥାୟୀ ସରକାର ସପକ୍ଷରେ ବୋଲି ମତ ଦେଇଛନ୍ତି। ମହାରାଷ୍ଟ୍ରର କଂଗ୍ରେସ ବିଧାୟକମାନେ ଜୟପୁରର ଏକ ରିସର୍ଟରେ ରହିଥିଲାବେଳେ ରବିବାର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାର୍ଗେ ସେମାନଙ୍କୁ ଭେଟି ରାଜନୈତିକ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ। ଏନ୍‌ସିପି ଅଧ୍ୟକ୍ଷ ଶରଦ ପାଓ୍ବାର ମଧ୍ୟ ମୁମ୍ବାଇରେ ଦଳୀୟ ନେତାମାନଙ୍କୁ ଭେଟିଥିଲେ। ଶିବସେନା ସହାୟତାରେ ସରକାର ବେଶୀଦିନ ତିଷ୍ଠିବ ନାହିଁ, ଉଭୟ କଂଗ୍ରେସ ଓ ଏନ୍‌ସିପି କ୍ଷତିଗ୍ରସ୍ତ ହେବେ ବୋଲି ମୁମ୍ବାଇର ପୂର୍ବତନ କଂଗ୍ରେସ ସଭାପତି ସଞ୍ଜୟ ନିରୁପମ ମତ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନବରାତ୍ରିରେ ସରକାରୀ ବଙ୍ଗଳା ଛାଡ଼ିବେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୨ା୯: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ନବରାତ୍ରି ପାର୍ବଣ ବେଳେ ସରକାର ବଙ୍ଗଳା ଖାଲି କରିବେ ବୋଲି ରବିବାର ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୧୩ରେ...

କ୍ୱାଡ୍‌ ସମ୍ମିଳନୀରେ ମୋଦିଙ୍କ ବଡ଼ ସହାୟତା ଘୋଷଣା

ଓ୍ବିଲ୍‌ମିଙ୍ଗଟନ୍‌,୨୨ା୯: ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସର୍ଭିକାଲ କ୍ୟାନ୍‌ସର ମୁକାବିଲାକୁ ସୁଦୃଢ଼ କରିବା ପାଇଁ ଭାରତ ୭.୫ ନିୟୁତ ଡଲାର ଯୋଗାଇଦେବ ବୋଲି ପ୍ରତିଶ୍ରୁତି ଦେଇଛି। ରୋଗର...

ଉଦୟଭାନୁ ହେଲେ ଯୁବକଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ,୨୨ା୯ : କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ରବିବାର ଉଦୟଭାନୁ ଚିବ୍‌ଙ୍କୁ ଭାରତୀୟ ଯୁବ କଂଗ୍ରେସ (ଆଇଓ୍ବାଇସି)ର ନୂତନ ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି। ସେ ଯୁବକଂଗ୍ରେସର...

କୋଲକାତା ବଳାତ୍କାର-ହତ୍ୟା ଘଟଣା: ସାମ୍ନାକୁ ଆସିଲା ଆଉ ଏକ କଳାଧନ୍ଦା!

କୋଲକାତା,୨୨।୯: ଅଭୟା ନାଁ ଦିଆଯାଇଥିବା ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ମୃତଦେହ କୋଲକାତାର ଆର.ଜି କର ମେଡିକାଲରେ ମିଳିଥିଲା। ଯାହକେ ନେଇ ସାରା ଦେଶରେ ଲାଗି...

ସାର୍ଟିଫିକେଟ ପାଇଁ ବାହାରିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୨।୯: ଫେବୃଆରୀ ବଦଳରେ ନଭେମ୍ବରରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବ କି ବୋଲି ଏବେ ପ୍ରଶ୍ନ ଉଠିଛି। ଆଜିକାଲି ଜାତୀୟ ରାଜଧାନୀର ରାଜନୈତିକ ପରିବେଶରେ ଏହା...

ନିର୍ବାଚନ ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିକଟରେ ବଡ ଦାବି ରଖିଲା ଶରଦ ପାଓ୍ବାରଙ୍କ ଦଳ

ମୁମ୍ବାଇ,୨୨।୯: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଅଜିତ ପାୱାର ଦଳ ପାଇଁ ନିର୍ବାଚନ ଆୟୋଗଙ୍କ ଠାରୁ ଏନସିପି ଶରଦ ଦଳ ଏକ ବଡ ଦାବି କରିଛନ୍ତି।...

ଖୁସି ଖବର: ନୀତୀଶ ଦେବେ ବଡ ଉପହାର

ପାଟନା,୨୨।୯: ବିହାରର ଯୁବବର୍ଗଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ଅଛି । ବିହାର ସରକାରଙ୍କ ପୋଲିସ ବିଭାଗରେ ସେବା କରିବାକୁ ଚାହୁଁଥିବା ଯୁବକମାନେ...

କଂଗ୍ରେସରେ କାଷ୍ଟିଂ କାଉଚ! ଚେହେରା ଦେଖି ଦିଆଯାଉଛି ଟିକେଟ, ମହିଳା ନେତାଙ୍କ ଅଭିଯୋଗ ପରେ ବଢୁଛି ଉତ୍ତେଜନା

ନୂଆଦିଲ୍ଲୀ,୨୨।୯: ହରିୟାଣା ନିର୍ବାଚନରେ କଂଗ୍ରେସ ଚେହେରା ଆଧାରରେ ଟିକେଟ ବଣ୍ଟନ କରିଥିବା ଅଭିଯୋଗ ହୋଇଛି ଏବଂ ଏହି ଅଭିଯୋଗ ନିଜେ ଦଳର ମହିଳା ନେତାଙ୍କ ବ୍ୟତୀତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri