ସରିଲା ବାଲିଯାତ୍ରା: ପୁଣି ଆସନ୍ତା ବର୍ଷକୁ ଅପେକ୍ଷା

କଟକ ଅଫିସ, ୨୧।୧୧: ୯ ଦିନ ଧରି ଚାଲିଥିବା ଐତିହାସିକ କଟକ ବାଲିଯାତ୍ରା ବୁଧବାର ଶେଷ ହୋଇଛି। ଏଥିରେ ୫ ଲକ୍ଷ ଲୋକଙ୍କ ସମାଗମ ହୋଇଥିବାବେଳେ ୯ ଦିନରେ ୫୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କାରବାର ହୋଇଥିବା ପ୍ରାରମ୍ଭିକ ଆକଳନ କରାଯାଇଛି। ତନ୍ମଧ୍ୟରୁ କେବଳ ଓର୍‌ମାସ୍‌ ୮ ଦିନରେ ୧୧ କୋଟି ଟଙ୍କାର କାରବାର କରିଥିବା ଜଣାପଡ଼ିଛି। ଶେଷ ଦିନରେ ପ୍ରବଳ ଭିଡ଼ ସାଙ୍ଗକୁ ଜିନିଷପତ୍ର କିଣାବିକା ଜୋରଦାର ଚାଲିଥିଲା। ବିଭିନ୍ନ ଫାଷ୍ଟଫୁଡ ଷ୍ଟଲ୍‌ରେ ମଧ୍ୟ ଭଲ ବ୍ୟବସାୟ ହୋଇଥିଲା। ବିଭିନ୍ନ ଷ୍ଟଲ୍‌ରେ ନାନା ଅଫରର ଲୋଭ ଦେଖାଇଥିଲେ ବ୍ୟବସାୟୀ। ଆଇସ୍‌କ୍ରିମଠାରୁ ଆରମ୍ଭକରି ବିଭିନ୍ନ ପ୍ରକାର ମସଲା ଆଇଟମ୍‌, ବିଭିନ୍ନ ସାମଗ୍ରୀ ଲୋକେ କିଣାକିଣି କରି ନେଉଥିଲେ। ଛୋଟ ପିଲାଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଦୋଳି ଖେଳିବାର ମଜା ଉଠାଇଥିଲେ। ଏବେ ପୁଣି ଶାନ୍ତ ହୋଇଯିବ ମହାନଦୀ ପଠା। ଆଉ ଶୁଭିବନି କୋଳାହଳ। ପୁଣି ଆସନ୍ତା ବର୍ଷ ବାଲିଯାତ୍ରାକୁ ଅପେକ୍ଷା କରିବାକୁ ପଡ଼ିବ।
ଏନ୍‌ଡିଆର୍‌ଏଫ୍‌ ଷ୍ଟଲ୍‌ରେ ଭିଡ଼
ଚଳିତବର୍ଷ ଏନ୍‌ଡିଆର୍‌ଏଫ୍‌ ପକ୍ଷରୁ ପ୍ରଥମ ଥର ବାଲିଯାତ୍ରାରେ ଷ୍ଟଲ୍‌ ଖୋଲାଯାଇଥିବା ବେଳେ ଶେଷ ଦିନରେ ଅଧିକ ଭିଡ଼ ହୋଇଥିଲା। ଏହି ଷ୍ଟଲ୍‌ରେ ଲାଇଭ୍‌ ଡିଟେକ୍‌ଟିଭ, ଭିକ୍ଟିମ କ୍ୟାମେରା, ଥର୍ମାଲ ଇମେଜିଂ କ୍ୟାମେରା, ନେଲଗନ୍‌, ବୋଟ୍‌ ଏହିପରି ୨୫ଟି ଅତ୍ୟାଧୁନିକ ଯନ୍ତ୍ରପାତି ପ୍ରଦର୍ଶନ କରାଯାଇଥିଲା। ଏସବୁ ଅତ୍ୟାଧୁନିକ ଯନ୍ତ୍ର ସାହାଯ୍ୟରେ ବନ୍ୟା,
ବାତ୍ୟା, ଭୂମିକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସୁରକ୍ଷା ଦେବା ନେଇ ଲୋକଙ୍କୁ ସଚେତନ କରାଯାଇଥିଲା। ବିଶେଷକରି ବୋଟ୍‌ରେ କିପରି ଲୋକେ ବସିବେ ତାହା ବୁଝାଇ ଦିଆଯାଇଥିଲା। ଏନ୍‌ଡିଆର୍‌ଏଫ୍‌ରେ ବ୍ୟବହୃତ ହେଉଥିବା ବେସ୍‌ ଲାଇଟ୍‌ ଭୂମିଠାରୁ ୨୦ ମିଟର ଉପରକୁ ଯାଇ ସମ୍ପୂର୍ଣ୍ଣ ଅଞ୍ଚଳକୁ ଆଲୋକିତ କରିପାରିବ ବୋଲି ସବ୍‌ଇନ୍ସପେକ୍ଟର ବିଷ୍ଣୁ ପ୍ରସାଦ ବେହେରା କହିଥିଲେ।
ତାରକସି ସାମଗ୍ରୀର ଚାହିଦା
ବାହାରୁ ଆସୁଥିବା ଲୋକଙ୍କ ଭିଡ଼ ତାରକସି ଷ୍ଟଲ୍‌ରେ ଦେଖିବାକୁ ମିଳିଥିଲା। ତାରକସିରେ ନିର୍ମିତ ଇୟର ରିଙ୍ଗ୍‌, ଲକେଟ, ପାଉଁଜି, ମୁଦି, ଦେବଦେବୀଙ୍କ ପ୍ରତିମୂର୍ତ୍ତି ଓ ମୁକୁଟ, ଗ୍ଲାସ, ଥାଳି ଇତ୍ୟାଦି ଭଲ ବ୍ୟବସାୟ ହୋଇଛି। ଷ୍ଟଲ୍‌ରେ ୧୦୦ ଟଙ୍କାରୁ ଆରମ୍ଭ କରି ୨୫ହଜାର ଟଙ୍କା ପର୍ଯ୍ୟନ୍ତ ସାମଗ୍ରୀ ରହିଥିବା ବ୍ୟବସାୟୀମାନଙ୍କଠାରୁ ଜଣାପଡ଼ିଥିଲା।
ବୋଟିଂର ମଜା ନେଲେ ଲୋକେ
ଚଳିତବର୍ଷ ମହାନଦୀ ପଠାରେ ସ୍କୁବା ଡାଇବର ସବିର ବକ୍ସଙ୍କ ନେତୃତ୍ୱରେ ବୋଟିଂ ବ୍ୟବସ୍ଥା ହୋଇଥିଲା। ସ୍ପିଡ୍‌ ବୋଟ୍‌, ଜେଟି, ପେଟେଲ ବୋଟ, ବାନାନା ବୋଟ୍‌ ଏହିପରି ୧୪ଟି ବୋଟ୍‌ରେ ବସି ଲାଇଫ ଜ୍ୟାକେଟ ପିନ୍ଧି ବୋଟିଂର ମଜା ନେଇଥିଲେ ଲୋକେ। ଏଥିପାଇଁ ୨୦୦ରୁ ୬୦୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡ଼ିଥିଲା। ଚଳିତବର୍ଷ ପ୍ରଚାର ପ୍ରସାର କମ୍‌ ହୋଇଥିବାରୁ ଆଶାଜନକ ବ୍ୟବସାୟ ହୋଇ ନ ଥିବା ସବିର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri