ସରିଲା ହେରାପଞ୍ଚମୀ ନୀତି: ନନ୍ଦିଘୋଷ ରଥ ଭାଙ୍ଗିଲେ ଲକ୍ଷ୍ମୀ ସାଆନ୍ତାଣୀ

ପୁରୀ ଅଫିସ, ୯।୭: ଆଡ଼ପ ମଣ୍ଡପରେ ଅବସ୍ଥାନ କରିଛନ୍ତି ଚତୁର୍ଦ୍ଧାବିଗ୍ରହ। ଗୁଣ୍ଡିଚା ମନ୍ଦିରରେ ଲାଗୁଛି ଭକ୍ତଙ୍କ ଗହଳି। ଜନ୍ମବେଦିରେ ଲୀଳାଖେଳା କରୁଛନ୍ତି ଦାରୁବିଗ୍ରହ। ମହାପ୍ରଭୁଙ୍କ ମାନବୀୟ ଲୀଳାର ଏକ ଅଂଶ ହେଉଛି ହେରାପଞ୍ଚମୀ ନୀତି। ସୋମବାର ଗୁଣ୍ଡିଚା ମନ୍ଦିରରେ ଏହି ନୀତି ସମ୍ପନ୍ନ ହୋଇଛି। ଏଥିଲାଗି ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା।
ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ସନ୍ଧ୍ୟାଧୂପ ପୂର୍ବରୁ ଲକ୍ଷ୍ମୀ ଠାକୁରାଣୀଙ୍କ ମାଜଣା ହୋଇଥିଲା। ଏହାପରେ ମହାଲକ୍ଷ୍ମୀ ପାଲିଙ୍କିରେ ବିଜେ ହୋଇ ଘଣ୍ଟ, ଛତା, କାହାଳୀ ସହିତ ପଟୁଆରରେ ଗୁଣ୍ଡିଚା ଅଭିମୁଖେ ବାହାରିଥିଲେ। ନନ୍ଦିଘୋଷ ରଥ ନିକଟରେ ଲକ୍ଷ୍ମୀ ଠାକୁରାଣୀ ପହଞ୍ଚତ୍ବା ପରେ ପତିମହାପାତ୍ର ବନ୍ଦାପନା, ଚାମର ଆଲଟ, ଘସା ବିଡିଆ ଏବଂ ଦହି ପଟି ମଣୋହୀ କରିଥିଲେ। ସନ୍ଧ୍ୟାଧୂପ ପୂଜା ବସିଥିବା ସମୟରେ ଲକ୍ଷ୍ମୀ ଠାକୁରାଣୀ ଜଗମୋହନକୁ ବିଜେ କରି ଜୟବିଜୟ ଦ୍ୱାର ନିକଟକୁ ଆସିଥିଲେ। ପତିମହାପାତ୍ର ସେବକ ମହାପ୍ରଭୁଙ୍କ ଆଜ୍ଞାମାଳ ଆଣି ଲକ୍ଷ୍ମୀ ଠାକୁରାଣୀଙ୍କୁ ପ୍ରଦାନ କରିଥିଲେ। କିନ୍ତୁ ମହାପ୍ରଭୁ ମହାଲକ୍ଷ୍ମୀଙ୍କ ସହିତ ଫେରି ନ ଥିଲେ। ଏହାପରେ ଲକ୍ଷ୍ମୀ ଠାକୁରାଣୀ ଅଭିମାନ କରି ନାକଚଣା ଦ୍ୱାର ଦେଇ ନନ୍ଦିଘୋଷ ରଥ ନିକଟକୁ ଯାଇଥିଲେ। ସେଠାରେ ରଥରୁ ଖଣ୍ଡିଏ କାଠ ଭାଙ୍ଗି ଫେରିଯାଇଥିଲେ।
ପୁରାଣରେ ବର୍ଣ୍ଣିତ ଅଛି ଯେ, ମହାପ୍ରଭୁ ଏବଂ ଶ୍ରୀଦେବୀ (ଲକ୍ଷ୍ମୀ ଠାକୁରାଣୀ)ଙ୍କ ବିବାହ ସରିଥିଲା। ହେଲେ ଗଇଁଠାଳ ଫିଟି ନ ଥିଲା ଅର୍ଥାତ୍‌ ବିବାହ କର୍ମ ଅଧାରେ ରହିଥିବା ବେଳେ ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଜଳରେ ସ୍ନାନ କରି ଜ୍ୱରରେ ପଡିଲେ ମହାପ୍ରଭୁ। ବିଭିନ୍ନ ପଥି ଖାଇ ଆରୋଗ୍ୟ ଲାଭ କଲେ। ଆଷାଢ ଶୁକ୍ଳ ଦ୍ୱିତୀୟା ତିଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଧର୍ମପତ୍ନୀ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ନ ଜଣାଇ ଭାଇଭଉଣୀଙ୍କୁ ସାଥିରେ ଧରି ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରି ଆଡ଼ପ ମଣ୍ଡପରେ ଅବସ୍ଥାନ କରିଛନ୍ତି। ତେଣୁ ବିରହ ବେଦନାରେ ଥିବା ଲକ୍ଷ୍ମୀ ଠାକୁରାଣୀ ମହାପ୍ରଭୁଙ୍କୁ ଫେରାଇ ନେବା ଲାଗି ଆସିଥିଲେ। ମହାପ୍ରଭୁ ଦର୍ଶନ ଦେଲେ, କିନ୍ତୁ ଲକ୍ଷ୍ମୀ ସାଆନ୍ତାଣୀଙ୍କ ଫେରିବା ଅନୁରୋଧକୁ ରଖିଲେ ନାହିଁ। ଏଥିରେ ଅଭିମାନ କରି ଲକ୍ଷ୍ମୀ ଠାକୁରାଣୀ ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ଖଣ୍ଡିଏ କାଠ ଭାଙ୍ଗି ହେରାଗୋହିରୀ ସାହି ଦେଇ ଶ୍ରୀମନ୍ଦିରକୁ ବାହୁଡିଥିଲେ। ଫେରିବା ବାଟରେ ପନ୍ତି ଭୋଗ ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିକଶିତ ଓଡ଼ିଶାର ପ୍ରକୃତ ସାରଥୀ ହେବେ ଦକ୍ଷ ଯୁବ ଶକ୍ତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୯: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଲୋକସେବା ଭବନରେ ୱାଲର୍‌ଡ ସ୍କିଲ କମ୍ପିଟେସନରେ ଭାଗ ନେଇଥିବା ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ...

ନବୀନଙ୍କୁ ନେଇ ବିସ୍ଫୋରକ ମନ୍ତବ୍ୟ ଦେଲେ ବଦ୍ରି ପାତ୍ର: ବିଜେଡି ହାରିବାର କାରଣ…

ଭୁବନେଶ୍ୱର,୨୪।୯:ନିର୍ବାଚନ ଫଳାଫଳ ଆସିବାର ଇତିମଧ୍ୟରେ ୩ ମାସ ବିତିଗଲାଣି। ୨୪ ବର୍ଷର ବିଜେଡି ଗାଦିକୁ ହଟାଇ ଭାଜପା ପ୍ରଥମଥର ପାଁ ରାଜ୍ୟରେ ସରକାର ଗଢିଛି। ଏବେ...

ତିରୁପତି ପରେ ଶ୍ରୀମନ୍ଦିର? ଜିଲାପାଳଙ୍କ ବଡ଼ ସୂଚନା…

ପୁରୀ,୨୪।୯: ତିରୁପତି ପ୍ରସାଦ ଲଡୁରେ ନକଲି ଘିଅ ବ୍ୟବହାର ନେଇ ଜାତୀୟ ରାଜନୀତି ଉଠୁଛି ପଡୁଛି। ପ୍ରମାଣ ମିଳିଛି ଯେ, ତିରୁପତିଙ୍କ ଲଡୁରେ ବ୍ୟବହାର ହେଉଥିବା...

ନବୀନଙ୍କ ସମ୍ମୁଖରେ ପରାଜୟର ୩ କାରଣ ଖୋଲି କହିଦେଲେ ପ୍ରଦୀପ ମାଝୀ

ଭୁବନେଶ୍ୱର,୨୪।୯:ଗତ ନିର୍ବାଚନରେ ବିଜେଡିର ବଡ଼ ପରାଜୟ ପରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ନେତାଙ୍କ ସହ ପ୍ରାୟତଃ ଆଲୋଚନା କରୁଛନ୍ତି। ଦଳର ପରାଜୟ ପାଇଁ...

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର: ଏହି ୧୫ ଜିଲାରେ ଘଡଘଡି ସହ ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୪।୯: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର...

ମା’ କଟକ ଚଣ୍ଡୀଙ୍କ ଷୋଡ଼ଶ ପୂଜା ଆରମ୍ଭ

କଟକ,୨୪ା୯: ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତଥା ମୂଳାଷ୍ଟମୀ ଦ୍ୱିତୀୟା ଓଷା ମଙ୍ଗଳବାରଠାରୁ ବିଭିନ୍ନ ଦେବୀ ପୀଠରେ ଷୋଡ଼ଶ ଦିନାତ୍ମକ ପୂଜା ଆରମ୍ଭ ହୋଇଯାଇଛି। ଏହି...

ଶେଷରେ ଭରତପୁର ଥାନାରେ ଲାଗିଲା ସିସିଟିଭି

ଭୁବନେଶ୍ୱର,୨୪।୯: ଆର୍ମି କ୍ୟାପଟେନ ଓ ବାନ୍ଧବୀଙ୍କୁ ଭରତପୁର ଥାନାରେ ଦୁର୍ବ୍ୟବହାର, ମାଡ଼ ସହ ନାନା ନିର୍ଯାତନା ଦିଆଯିବା ଘଟଣାରେ କମିଶନରେଟ୍‌ ପୋଲିସ ବିବାଦ ଘେରକୁ ଆସିଛି।...

ଆଜିଠୁ ଶ୍ରୀମନ୍ଦିରରେ ଷୋଡ଼ଶ ଦିନାତ୍ମକ ପୂଜା ଆରମ୍ଭ

ପୁରୀ,୨୪ା୯(ଅଜିତ୍‌ କୁମାର ମହାନ୍ତି): ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତଥା ମୂଳାଷ୍ଟମୀ ଦ୍ୱିତୀୟା ଓଷା ମଙ୍ଗଳବାରଠାରୁ ଶ୍ରୀମନ୍ଦିର ସମେତ ଶ୍ରୀକ୍ଷେତ୍ରର ବିଭିନ୍ନ ଦେବୀ ପୀଠରେ ଷୋଡ଼ଶ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri