ରାୟଗଡ଼ା ଅଫିସ,୨୦ା୪: ରାୟଗଡ଼ା ହାଲୁକା ଯାନ କର୍ମଚାରୀମାନେ ଆର୍ଥତ୍କ ସହାୟତା ପାଇଁ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଜିଲାପାଳଙ୍କୁ ନିବେଦନ କରିଛନ୍ତି। ବିଶ୍ୱ ମହାମାରୀ କରୋନା ଯୋଗୁ ରାୟଗଡ଼ା ମୋଟର୍ସ ୱାର୍କର୍ସ ୟୁନିୟନ ଅଧୀନରେ ୨୦୦ରୁ ଊର୍ଦ୍ଧ୍ୱ କର୍ମଚାରୀ ଛୋଟବଡ଼ ଗାଡ଼ି ଚଳାଇ ନିଜ ପରିବାର ପ୍ରତିପୋଷଣ କରୁଥିଲେ। ମାତ୍ର ଲକ୍ଡାଉନ୍ ପରଠାରୁ ତାଙ୍କ ଆର୍ଥିକ ଅବସ୍ଥା ଅତ୍ୟନ୍ତ ଖରାପ ହୋଇଯାଇଛି। ଫଳରେ ଭୋକ ଉପାସରେ ଦିନ କାଟିବାକୁ ପଡ଼ୁଛି ା ତେଣୁ ଏ ନେଇ ଜିଲାପାଳ ପ୍ରମୋଦ କୁମାର ବେହେରାଙ୍କୁ କିଛି ଆର୍ଥିକ ସହାୟତା ପାଇଁ ସେମାନେ ନିବେଦନ କରିଛନ୍ତି।