ନିମାପଡ଼ା, ୧।୧୧(ଡି.ଏନ୍.ଏ.): ପୁରୀ ଜିଲା ନିମାପଡ଼ାର ବିଭିନ୍ନ କୋଚିଙ୍ଗ୍ ଓ ଟ୍ୟୁସନ ସେଣ୍ଟର ସମ୍ମୁଖରୁ ମାସକ ମଧ୍ୟରେ ଅନେକ ସାଇକେଲ ଚୋରି ହୋଇଥିବାନେଇ ଗତ ଗୁରୁବାର ଏକାଧିକ ବ୍ୟକ୍ତି ନିମାପଡ଼ା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଗୁରୁବାର ରାତିରେ ଅଣ୍ଢିଆ ସାହି ଓ ଗଡ଼ଅଣ୍ଢିଆ ଗ୍ରାମରେ ଭଡ଼ାରେ ରହୁଥିବା ୨ ବ୍ୟକ୍ତିଙ୍କ ଘରେ ଅଚାନକ ଚଢ଼ାଉ କରି ୪ ଚୋରି ସାଇକେଲ, ବିଭିନ୍ନ ଯନ୍ତ୍ରାଶ, ରେଞ୍ଚି, କଟର ମେଶିନ ଆଦି ଜବତ କରିଛି। ଏହି କାରବାରରେ ସମ୍ପୃକ୍ତ ଥିବା ୫ ଜଣ ନାବାଳକଙ୍କୁ ପୋଲିସ ପୁରୀ ଜୁଭେନାଇଲ୍ କୋର୍ଟକୁ ଚାଲାଣ କରାଯାଇଛି। ଏ ନେଇ ଥାନାରେ ୨୭୭/୧୯ରେ ଏକ ମାମଲା ରୁଜୁ ହୋଇଛି।