ସାଇରସ ମିସ୍ତ୍ରିଙ୍କ ସପକ୍ଷରେ ଏନ୍‌ସିଏଲ୍‌ଏଟି ରାୟ

ନୂଆଦିଲ୍ଲୀ,୧୯-୧୨: ଟାଟା ସନ୍ସ ଅଧ୍ୟକ୍ଷ ପଦବୀରୁ ସାଇରସ ମିସ୍ତ୍ରିଙ୍କୁ ହଟାଇବା ଭୁଲ ଥିଲା ବୋଲି ନ୍ୟାଶନାଲ କମ୍ପାନୀ ଲ ଆପିଲେଟ ଟ୍ରିବ୍ୟୁନାଲ (ଏନସିଏଲ୍‌ଏଟି) ନିଷ୍ପତ୍ତି ଶୁଣାଇଛନ୍ତି। ବୁଧବାର ଏନ୍‌ସିଏଲ୍‌ଏଟି ସାଇରସ ମିନ୍ତ୍ରିଙ୍କ ସପକ୍ଷରେ ରାୟ ଶୁଣାଇବା ସହ ତାଙ୍କୁ ପୁଣି ଥରେ ଟାଟା ସନ୍ସ ଅଧ୍ୟକ୍ଷ ପଦବୀରେ ଅବସ୍ଥାପିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନ୍ୟାଶନାଲ କମ୍ପାନୀ ଲ ଟ୍ରିବ୍ୟୁନାଲରେ ମାମଲା ହାରିବା ପରେ ମିନ୍ତ୍ରୀ ଏନ୍‌ସିଏଲ୍‌ଏଟିର ଦ୍ୱାରସ୍ଥ ହୋଇଥିଲେ। ସେହିଭଳି ଟାଟା ସନ୍ସ ଅଧ୍ୟକ୍ଷ ପଦବୀରେ ଏନ୍‌.ଚନ୍ଦ୍ରଶେକରନଙ୍କ ନିଯୁକ୍ତିକୁ ଆପିଲେଟ ଟ୍ରିବ୍ୟୁନାଲ ବେଆଇନ ବୋଲି କହିଛନ୍ତି। ଏହି ନିଷ୍ପତ୍ତିକୁ ଟାଟା ସନ୍ସ ୪ ସପ୍ତାହ ମଧ୍ୟରେ ଆବେଦନ କରିପାରିବ ବୋଲି ଏନ୍‌ସିଏଲ୍‌ଏଟି କହିଛନ୍ତି। ଏହି ମାମଲାର ବିଭିନ୍ନ ଆଇନଗତ ଦିଗକୁ ତର୍ଜମା କରିବା ପରେ ଆଗାମୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ଟାଟାସନ୍ସ ଏହାର ପ୍ରତିକ୍ରିୟାରେ କହିଛି।
ସାଇରସ ମିସ୍ତ୍ରି ସାପୋରଜି ପାଲୋଞ୍ଜୀ ପାଲୋଜୀ ପରିବାର ହୋଇଥିବା ବେଳେ ତାଙ୍କୁ ଟାଟା ଅଧ୍ୟକ୍ଷ ପଦବୀରୁ ଅକ୍ଟୋବର ୨୦୧୬ରେ ହଟାଯାଇଥିଲା। ଏହା ପରେ ଏନ୍‌. ଚନ୍ଦ୍ରଶେକରନ ୨୦୧୭ ଜାନୁୟାରୀରେ ଟାଟାସନ୍ସର ଅଧ୍ୟକ୍ଷ ପଦବୀରେ ଅବସ୍ଥାପିତ ହୋଇଥିଲେ। ରତନ ଟାଟାଙ୍କ ପରେ ଟାଟା ସନ୍ସର ୬ତମ ଅଧ୍ୟକ୍ଷ ଭାବେ ମିସ୍ତ୍ରି ୨୦୧୨ରେ ଅବସ୍ଥାପିତ ହୋଇଥିଲେ। ଅଧ୍ୟକ୍ଷ ପଦବୀରୁ ତାଙ୍କୁ ପ୍ରଥମେ ହଟାଯିବା ପରେ ଟାଟା ସନ୍ସ ବୋର୍ଡରୁ ମଧ୍ୟ ବାଦ ଦିଆଯାଇଥିଲା। ଟାଟା ସନ୍ସରେ ପ୍ରମୁଖ ନିବେଶ ନିଷ୍ପତ୍ତି, ବିଶ୍ୱର ଶସ୍ତା କାର ନାନୋର ମାନୁଫାକଚରିଂ ନେଇ ପୂର୍ବତନ ସେବା ନିବୃତ୍ତ ଅଧ୍ୟକ୍ଷ ରତନ ଟାଟାଙ୍କ ସହ ସାଇରସ୍‌ଙ୍କ ମତାନ୍ତର ରହିଥିଲା। ଯାହା ବିବାଦର ପ୍ରମୁଖ କାରଣ ବୋଲି କୁହାଯାଏ।
ଟାଟା ସନ୍ସରେ ମିସ୍ତ୍ରିଙ୍କ ପରିବାରର ୧୮.୪% ଅଂଶଧନ ରହିଛି। ତାଙ୍କୁ ଅଧ୍ୟକ୍ଷ ପଦବୀରୁ ବିଦା କରିବା ପରେ ତାଙ୍କ ପରିବାର ଏନ୍‌ସିଏଲ୍‌ଟିଙ୍କ ଦ୍ୱାରସ୍ଥ ହୋଇଥିଲେ। ମିସ୍ତ୍ରିଙ୍କ ପରିବାରର ଅଭିଯୋଗ ରହିଥିଲା ଯେ, ସାଇରସଙ୍କୁ ହଟାଇବା ବେଆଇନ ଥିଲା। ଏହା କମ୍ପାନୀ ଆଇନର ଉଲ୍ଲଘଂନ କରୁଥିଲା। ଟାଟା ସନ୍ସ ପରିଚାଳନା ବୋର୍ଡର ବେଆଇନ କାର୍ଯ୍ୟ ଏବଂ ରତନ ଟାଟାଙ୍କ ବିଭିନ୍ନ କାର୍ଯ୍ୟରେ ହସ୍ତକ୍ଷେପ ରହୁଥିଲା ବୋଲି ସାଇରସଙ୍କ ପରିବାର ଅଭିଯୋଗରେ କହିଥିଲେ। ୨୦୧୮ରେ ଏହି ଅଭିଯୋଗକୁ ଏନ୍‌ସିଏଲ୍‌ଟି ଖାରଜ କରିବା ପରେ ମିସ୍ତ୍ରି ଏନ୍‌ସିଏଲ୍‌ଏଟିରେ ଏହାକୁ ଚ୍ୟାଲେଞ୍ଜ କରିଥିଲେ। ୯ ଜୁଲାଇ ୨୦୧୮ରେ ଏହି ମାମଲାରେ ଶୁଣାଣି ବେଳେ ଏନ୍‌ସିଏଲ୍‌ଟି କହିଥିଲେ ଯେ, ସାଇରସ ମିସ୍ତ୍ରିଙ୍କୁ ହଟାଇବା ଲାଗି ବୋର୍ଡର କ୍ଷମତା ରହିଛି। ଅଂଶୀଦାରଙ୍କ ଭରଷା ତାଙ୍କ ଉପରେ ନ ରହିବା ଯୋଗୁ ବୋର୍ଡରୁ ହାଟାଯାଇଥିଲା ବୋଲି ଶୁଣାଣି ବେଳେ କୁହାଯାଇଥିଲା। ଟାଟା ଗ୍ରୁପ ଶେୟାର କାରବାର ୪% ହ୍ରାସ
ଏନ୍‌ସିଏଲ୍‌ଏଟିଙ୍କ ନିଷ୍ପତ୍ତି ପରେ ଟାଟା ଗ୍ରୁପ୍‌ ଶେୟାର କାରବାର ଉପରେ ପ୍ରଭାବ ପଡିଛି। ବୁଧବାର ଗ୍ରୁପର ଶେୟାର କାରବାର ୪% ଖସିଥିବା ଜଣାପଡିଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ଟାଟା ମୋଟର୍ସର ବୁଧବାର କାରବାର ୩.୦୫% ଖସିବା ଦ୍ୱାର ୧୭୪.୭୦ ସ୍ତରରେ ବନ୍ଦ ହୋଇଥିଲା। ଟାଟା ଗ୍ଲୋବାଲ ବେଭରେଜ କାରବାର ୪.୧୪% ଖସିବା ଯୋଗୁ ୩୧୧.୮୦ ସ୍ତରରେ ବନ୍ଦ ହୋଇଛି। ସେହିଭଳି ଟାଟା ପାଓ୍ବାର କାରବାର ୦.୯୮% ନିମ୍ନରେ ରହିବା ଯୋଗୁ ୫୫.୫୦ ସ୍ତରରେ ବନ୍ଦ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବଜାରରେ ଏଚ୍‌ପିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍‌ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଅଫିସ୍‌...

ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନର ଶୁଭାରମ୍ଭ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍ସୁରାନ୍ସର ନୂତନ ଉତ୍ପାଦ ‘ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନ’ ପ୍ଲାନ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହା ଏକ...

ମଉଳୁଛି ପେଟ୍ରୋଲ, ଡିଜେଲ ଶସ୍ତା ହେବା ଆଶା

ଭୁବନେଶ୍ୱର,୨୦।୯ (ଅନୁରାଧା ମହାରଣା):ନିକଟରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇବା ପରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା।...

କୋଟି କୋଟି ଟଙ୍କାର ବ୍ୟବସାୟ ଛାଡି ରିଲାଏନ୍ସରେ ଦେଇଥିଲେ ଯୋଗ, ଏବେ କମ୍ପାନୀର…

ନୂଆଦିଲ୍ଲୀ,୧୯।୯: ଜୟକର୍ପ ଲିମିଟେଡର ଚେୟାରମ୍ୟାନ୍‌ ଆନନ୍ଦ ଜେନ ରିଅଲ ଇଷ୍ଟେଟ, ବିତ୍ତ ଓ ପୁଞ୍ଜି ବଜାର ସହିତ ଅନ୍ୟ ଉଦ୍ୟୋଗରେ ୩୦ବର୍ଷର ଅନୁଭବ ରଖିଛନ୍ତି। ତେବେ...

ପାର୍ବଣ ସମୟରେ ନିୟନ୍ତ୍ରଣରେ ରହିବ ଦରଦାମ୍: ଆଶ୍ୱସ୍ତ କଲେ ସରକାର

ନୂଆଦିଲ୍ଲୀ,୧୮ା୯: ସରକାର ନାଗରିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆଗାମୀ ପାର୍ବଣ ଋତୁରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ ନାହିଁ। ବଢୁଥିବା ଦରଦାମ୍ ଏବେ ଲୋକମାନଙ୍କର...

ଜିଡିପିରେ ଓଡ଼ିଶାର ଜବରଦସ୍ତ ଉନ୍ନତି: ପଛରେ ପଡିଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଦାରୀକରଣ ପରେ ଦକ୍ଷିଣ ରାଜ୍ୟଗୁଡ଼ିକ...

ଭାରତରେ ବଢିଚାଲିଛନ୍ତି କୋଟିପତି: ୧୦ କୋଟିରୁ ଅଧିକ ଆୟ କରୁଥିବା ଲୋକଙ୍କ ସଂଖ୍ୟା ୬୩ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ,୧୭।୯: ଦେଶରେ କୋଟିପତି ଲୋକଙ୍କ ସଂଖ୍ୟାରେ ବଡ ମାତ୍ରାରେ ବୃଦ୍ଧି ଘଟିଛି। ଗତ ପାଞ୍ଚ ବର୍ଷ ମଧ୍ୟରେ ୧୦ କୋଟିରୁ ଅଧିକ ଆୟ କରୁଥିବା ଭାରତୀୟଙ୍କ...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୧୭।୯: ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri