ସାଉଁଟା ଅନୁଭୂତି ଓ ବ୍ୟାବହାରିକ ଜ୍ଞାନ

ଡ. କୁମରବର ଦାସ
ଗାନ୍ଧୀ, ଗୋପବନ୍ଧୁ, ବିବେକାନନ୍ଦ, ରାମକୃଷ୍ଣ କିମ୍ବା ଟାଗୋର, ଅରବିନ୍ଦଙ୍କ ଜୀବନଯାତ୍ରାର ସଫଳତା କଥା ଆମେ ଜାଣୁ। ସେମାନଙ୍କ ଜୀବନୀ ପଢିଛୁ। କିନ୍ତୁ ଆଧୁନିକତାର ପ୍ରବାହରେ ଆମ ଯୁବସମାଜ ସେମାନଙ୍କ ଉପଦେଶ ଦ୍ୱାରା ଆଜିକାଲି ବିଶେଷ ପ୍ରଭାବିତ ହେଉନାହାନ୍ତି। ସେମାନଙ୍କର ଭାଷଣ ଶୁଣିବାକୁ କିମ୍ବା ବହି ପଢ଼ିବାକୁ ଧୈର୍ଯ୍ୟ ନାହିଁ। ପରୀକ୍ଷା ପାଇଁ ବହିର ସବୁ ଅଧ୍ୟାୟ ମଧ୍ୟ ସେମାନେ ପଢ଼ନ୍ତିନି। ସବୁବେଳେ ଜ୍ଞାନ ଆହରଣର ସହଜ ଓ ସରଳ ଉପାୟ ଖୋଜୁଛନ୍ତି। ଠିକ୍‌ ସେହିପରି ଅର୍ଥ ଉପାର୍ଜନର ଖୁବ୍‌ ସହଜ ଉପାୟ ମାଧ୍ୟମରେ ଆକସ୍ମିକ ଭାବେ ଧନୀ ହେବାକୁ ଆମ ଯୁବପିଢ଼ି ଖୁବ୍‌ ଲାଳାୟିତ। ସଫଳତା ପ୍ରାପ୍ତିର ପ୍ରବଣତା ଯେତିକି ବଢ଼ିଛି, ସାଧନା ଓ ଧୈର୍ଯ୍ୟ ସେଇ ପରିମାଣରେ କମିଛି। ସେବକାର ଦିନ ପରି ବୃଥାରେ ସମୟ ନଷ୍ଟ କରିବାକୁ କେହି ଚାହେଁ ନାହିଁ। ଇଣ୍ଟର୍‌ନେଟ୍‌ ଓ ଇଲେକ୍ଟ୍ରୋନିକ୍‌ ଗଣମାଧ୍ୟମରେ ବଟନ ଚିପିଲା ମାତ୍ରେ ନୂତନ ଜ୍ଞାନର ପସରା। ଅଭୂତପୂର୍ବ ଲୋକପ୍ରିୟତା ହାସଲ କରିଥିବା ଗୁଗ୍‌ଲ୍ସ, ଫେସ୍‌ବୁକ ଓ ହ୍ବାଟ୍‌ସଆପ୍‌ରେ ଆଜି ତୁହାକୁତୁହା ଜ୍ଞାନର ବର୍ଷା।
ଆପଣଙ୍କର କୌଣସି ଉପଲବ୍ଧି କ୍ଷଣକର ହେଇଥାଉ ବା ଅନେକବର୍ଷର ଏଇ ବୈଦ୍ୟୁତିକ ମାଧ୍ୟମରେ ଛାଡିଦେଲେ ସେଗୁଡ଼ିକ ସଙ୍ଗେ ସଙ୍ଗେ ଚିରନ୍ତନ ସତ୍ୟଭଳି ସବୁ ଦିଗକୁ ପ୍ରସାରିତ ହୋଇଯିବେ। ଯଦିଓ ଏହି ତଥ୍ୟଗୁଡ଼ିକର ସତ୍ୟତାର ଜୀବନକାଳ ସ୍ବଳ୍ପ, ତେଣୁ ଆପଣଙ୍କୁ ଯାହା ବି ଏକ ଯୁଗାନ୍ତକାରୀ ସତ୍ୟ ଭଳି ଉପଲବ୍ଧ ହେଲା, ତୁରନ୍ତ ଏହି ଦୁଇ ମାଧ୍ୟମରେ ଛାଡ଼ିଦିଅନ୍ତୁ। ଦେଖିବେ ଅନ୍ୟମାନେ ସେଗୁଡ଼ିକ ବ୍ରହ୍ମ ସତ୍ୟ ଭଳି ମାନିନେଇ ସେଥିରେ ଆଉ କିଛି କିଛି ମନ୍ତବ୍ୟ ମଧ୍ୟ ଯୋଡ଼ିଦେବେ। ସେଇ ମାଧ୍ୟମ ଜରିଆରେ ଜ୍ଞାନ ଅର୍ଜନ ପାଇଁ ଆଜିର ଯୁଗରେ ବୁଦ୍ଧଙ୍କର କୃଚ୍ଛ୍ର ସାଧନା ଦରକାର ନାହିଁ କିମ୍ବା ବାଲ୍ମୀକିଙ୍କ ତପସ୍ୟାର ଆବଶ୍ୟକତା ନାହିଁ।
ଆଜିର ଇଣ୍ଟର୍‌ନେଟ୍‌ ଯୁଗରେ ଅନେକ ମ୍ୟାନେଜ୍‌ମେଣ୍ଟ ଗୁରୁ ଜନ୍ମ ନେଇଛନ୍ତି। ସେମାନେ ତାଙ୍କର ଅକାଟ୍ୟ ମତଗୁଡ଼ିକୁ ସ୍ବଚ୍ଛନ୍ଦରେ ପରିବେଷଣ କରନ୍ତି। ଉଦାହରଣ ସ୍ବରୂପ ଆମେ ଏଠି ଦୁଇଟି ଉଦାହରଣ ଦେଇପାରିବା। ପ୍ରଥମ କଥା ବ୍ୟବସାୟରେ ସଫଳତା ହାସଲ କରିବା ପାଇଁ ବିକ୍ରେତା ନିଜ ଉପଭୋକ୍ତାର ମନ କିଣିନେବାକୁ ଚେଷ୍ଟା କରିବା ଉଚିତ। ଗରାଖର ଆଶାଠାରୁ ଗୋଟେ ପାଦ ଆଗକୁ ଯାଇ କିଛି ବିତରଣ କରିବା ଉଚିତ। ଥରେ ଜାପାନର କ୍ୱିଟୋ ସହରରେ ଏକ ଜୁସ୍‌ କାଫେରେ ଜୁସ୍‌ ପିଇସାରିଲା ପରେ ସେ ଦୋକାନୀ ଆମ ଦୁଇବନ୍ଧୁଙ୍କୁ ଦୁଇଟି କମଳା ଦେଲେ। ମୁଁ ବୁଝିପାରିଲି ନାହିଁ। କମଳା ପାଇଁ ପଇସା ଦେବାରୁ ସେ ମନାକଲେ। ଏହି କଥାଟି ବ୍ୟବସାୟୀ ବନ୍ଧୁମାନେ ଶିଖିଲେ ତାଙ୍କର ଗରାଖ ତାଙ୍କୁ ଛାଡି ଅନ୍ୟ ଦୋକାନକୁ ଯିବାକୁ ଆଦୌ ମନ ବଳାନ୍ତେ ନାହିଁ। ଭଲ ବ୍ୟବହାର ସମସ୍ତଙ୍କୁ ଭଲ ଲାଗେ। ଏ କଥାରୁ ଶିକ୍ଷକମାନେ ମଧ୍ୟ ଶିଖିବା ଉଚିତ। ଛାତ୍ରମାନେ ଆଶା କରୁଥିବାଠାରୁ ଅନ୍ତତଃ ଗୋଟେ ପାଦ ଆଗକୁ ଯାଇ ଶିକ୍ଷା ବିତରଣ କରିବା ଉଚିତ। ଡାକ୍ତରମାନେ ଠିକ୍‌ ସେହିପରି ରୋଗୀ ଯାହା ଆଶା କରୁଛି ତା’ଠାରୁ ଗୋଟେ ପାଦ ଅଧିକ ଯାଇ ସ୍ବାସ୍ଥ୍ୟସେବା ବିତରଣ କରିବା ଉଚିତ। ତେବେ ଯାଇ ସେମାନେ ସଫଳ ଗୁରୁ ଓ ସଫଳ ଡାକ୍ତର ହୋଇପାରିବେ। ରାଜନୀତି ଓ ସମାଜସେବା ଦିଗରେ ସଫଳତା ପାଇବା ଲାଗି ଅନେକ ଘାତପ୍ରତିଘାତ ଅତିକ୍ରମ କରିବାକୁ ହୁଏ। ଅନେକ ପ୍ରତିକୂଳ ଅବସ୍ଥାର ସମ୍ମୁଖୀନ ହେବାକୁ ପଡ଼େ। ଏଭଳି ସ୍ଥିତିରେ ସେମାନେ ଭାଙ୍ଗି ନ ପଡ଼ି ନିଜର ବିଶେଷ ଗୁଣମାନର ବିକାଶ ଘଟାଇଲେ କିମ୍ବା ନିରବଚ୍ଛିନ୍ନ ଭାବେ ନିଜର କାର୍ଯ୍ୟ ଜାରି ରଖିଲେ ସଫଳ ହୋଇପାରିବେ।
ଏହା ସବୁ ତାତ୍କାଳିକ ଜ୍ଞାନ। ଏସବୁ ଖୁବ୍‌ ଶିକ୍ଷଣୀୟ କଥା। ଆଜିର ଯୁବପିଢ଼ିକୁ ବିବେକାନନ୍ଦ କିମ୍ବା ଗାନ୍ଧୀଙ୍କ କଥା ଭଲ ଲାଗେନା। ଟାଗୋର କିମ୍ବା ଗୋପବନ୍ଧୁଙ୍କ କଥାର ଉଦାହରଣ ଦେଲେ ସେମାନେ ବିଶେଷ ପ୍ରଭାବିତ ହୁଅନ୍ତି ନାହିଁ। କିଛି ନୀତି ଆଦର୍ଶ କଥା କହିଲେ ସେମାନେ ସେଠୁ ଶୀଘ୍ର ଉଠି ପଳାଇଯାଆନ୍ତି। ସଚିନ, ଶାହରୁଖ, ଐଶ୍ୱର୍ଯ୍ୟାଙ୍କ ଉଦାହରଣ ଦେଲେ ମୁଗ୍ଧହୋଇ ଶୁଣନ୍ତି। ନିତିଦିନିଆ ଘଟଣା କିମ୍ବା ସାଧାରଣ ଭାବେ ଅଙ୍ଗେ ନିଭାଉଥିବା କଥାକୁ ଆଧାରକରି କିଛି କହିଲେ ସେମାନେ ଉତ୍ସାହିତ ହୁଅନ୍ତି। ବହି ପଢ଼ି ପଢ଼ି ଯେଉଁ ଜ୍ଞାନ ଆହରଣ କରାଯାଏ, ସେ ସବୁ ପରୀକ୍ଷା ପାଇଁ ଦରକାର। ସେ ସବୁ ଜ୍ଞାନ ଜୀବନରେ ଆଦୌ ଆବଶ୍ୟକ ହୁଏ ନାହିଁ। ଆଉ ଜୀବିକା ନିର୍ବାହରେ କିମ୍ବା କିଛି ପେସାରେ ନିପୁଣତା ପ୍ରାପ୍ତିରେ ସେଇ ପୁସ୍ତକଗତ ବିଦ୍ୟା କିଛି କାମରେ ଆସେ କି ନାହିଁ ସନ୍ଦେହ। ମାତ୍ର ୧୦% ଜ୍ଞାନ ବହିରୁ, ସ୍କୁଲ, କଲେଜରୁ ମିଳିଥାଏ। ବାକି ୯୦% ଜ୍ଞାନ ବିଭିନ୍ନ ପ୍ରକାର ଅନୁଭୂତିରୁ ମିଳିଥାଏ। ବ୍ୟାବହାରିକ ଜ୍ଞାନ ସମସ୍ତ ସୂତ୍ରରୁ ମିଳିଥାଏ। ଛୋଟ ଛୋଟ ଅନୁଭୂତିରୁ ଜୀବନ ମହନୀୟ ହୋଇଉଠେ। ବ୍ୟାବହାରିକ ଜ୍ଞାନ ହିଁ ପ୍ରକୃତ ଜ୍ଞାନ। ପୋଥି ବାଇଗଣ ଓ ବାଡ଼ି ବାଇଗଣର ପ୍ରଭେଦ ଥାଏ। ବାଡ଼ି ବାଇଗଣର ସ୍ବାଦ ପ୍ରକୃତରେ ଆମେ ପାଉ। ତେଣୁ ଛାତ୍ରମାନଙ୍କୁ, ଆଜିର ଯୁବ ସମାଜକୁ କୌଣସି ସଜୀବ ନିର୍ଜୀବ ବସ୍ତୁକୁ ଆଧାର କରି, ଆଜିର ସମାଜରେ ଘଟୁଥିବା ଛୋଟ ଛୋଟ ଘଟଣାକୁ ଆଧାର କରି ପ୍ରେରଣାଦାୟକ ଉପଦେଶ ଦିଆଯାଇପାରନ୍ତା। ଆଜିର ଇଣ୍ଟର୍‌ନେଟ୍‌ ଯୁଗରେ ଏହା ଖୁବ୍‌ ସହଜ।
drkumardas@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପେସାରେ ଶିକ୍ଷୟିତ୍ରୀ ହେଲେ ବି ଫୁଲଚାଷ ତାଙ୍କ ପାଇଁ ଆଣିଛି ସ୍ବତନ୍ତ୍ର ପରିଚୟ। କେରଳ ଥ୍ରିଶୂର ଜିଲା ବାସିନ୍ଦା ଲତିକା ସୁତାନ ବଗିଚାରେ ପଦ୍ମ ଓ...

ଅକାଳ ଜାତ ଶିଶୁ ଓ କଙ୍ଗାରୁ ଯତ୍ନ

ଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ୨୦୨୦ ମସିହାରେ କରିଥିବା ଏକ ଆକଳନ ଅନୁସାରେ ପ୍ରତିବର୍ଷ ଗର୍ଭଧାରଣର ସାଧାରଣ ସମୟକାଳ, ଅର୍ଥାତ୍‌ ୩୭ ସପ୍ତାହ ସମ୍ପୂର୍ଣ୍ଣ ହେବା ପୂର୍ବରୁ...

ଆଧୁନିକ ଦାସତ୍ୱ

ଦାସତ୍ୱ କଥା ଆଲୋଚନା ହେଲେ ଆମେରିକା କଥା ମନକୁ ଆସେ। ଏହା ସହ ଆଫ୍ରିକାରେ ଅଭାବ, ଅନଟନରେ ଶଢ଼ୁଥିବା ମଣିଷକୁ କ୍ରୀତଦାସ ରୂପେ କ୍ରୟ, ବିକ୍ରୟ...

ମିଥେନ୍‌ ଚିନ୍ତା

ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମ ଶେଷ ହେବାକୁ ଯାଉଛି। ଏହି ସମୟରେ ଏଠାରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି ରେକର୍ଡ କରାଯାଇଛି। ୨୦୨୩କୁ ଟପି ୨୦୨୪ ସବୁଠୁ...

ଏଇ ଭାରତରେ

ମହିଳା ସଶକ୍ତୀକରଣ ଓ ଆମତ୍ନିର୍ଭରଶୀଳର ବାର୍ତ୍ତା ଦେଇଛନ୍ତି ବୀଣା ଟମ୍‌। କେରଳର ମାରଙ୍ଗାଟ୍ଟୁପାଲିରେ ରହୁଥିବା ଏହି ୫୬ ବର୍ଷୀୟା ମହିଳା ଜଣକ ନିଜ ବଗିଚାରେ ବିଭିନ୍ନ...

ଯୁଦ୍ଧ ଆଉ କେତେ କାଳ

ରମାଣୁ ବୋମାର ଜନକ ବୋଲି କୁହାଯାଉଥିବା ସୁପ୍ରସିଦ୍ଧ ଆମେରିକୀୟ ବିଜ୍ଞାନୀ କୁଲିଅସ୍‌ ରବର୍ଟ ଓପେନ୍‌ ହେମରଙ୍କ ଜୀବନୀ ଆଧାରିତ ଚଳଚ୍ଚିତ୍ର ‘ଓପେନ୍‌ହେମର’ ମୁକ୍ତିଲାଭ କରିସାରିଛି। ପରମାଣୁ...

ଈଶ୍ୱରଙ୍କ ସହ ବସବାସ

ସୃଷ୍ଟିର ପ୍ରାରମ୍ଭରୁ ମଣିଷ ଈଶ୍ୱରଙ୍କୁ ଅନ୍ବେଷଣ କରିବା ଆରମ୍ଭ କରିଆସିଛି। ସେମାନେ ପ୍ରକୃତିକୁ ଦେବତା ରୂପେ ପ୍ରାର୍ଥନାକଲେ। ବାୟୁଦେବ, ଅଗ୍ନିଦେବ, ବରୁଣଦେବ, ଇନ୍ଦ୍ରଦେବ, ସୂର୍ଯ୍ୟଦେବ ଓ...

ଧର୍ମଶାସ୍ତ୍ର ଓ ମନୁସ୍ମୃତି

ସମସ୍ତେ ଏବେ ମନୁସ୍ମୃତି ବିଷୟରେ ଆଲୋଚନା କରୁଛନ୍ତିି ଏବଂ ଜାତି ପ୍ରଥା ସହ ଏହାର ସମ୍ପର୍କ ରହିଛି ବୋଲି କହନ୍ତି। କିନ୍ତୁ ଏହା ପଛରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri