ସାତସିମିଳିରେ ପାନୀୟ ଜଳ ସାତ ସପନ: ଅଚଳ ଜଳ ପ୍ରକଳ୍ପ, ଭାଙ୍ଗିଲାଣି ଷ୍ଟାଣ୍ଡପୋଷ୍ଟ - Dharitri

ସାତସିମିଳିରେ ପାନୀୟ ଜଳ ସାତ ସପନ: ଅଚଳ ଜଳ ପ୍ରକଳ୍ପ, ଭାଙ୍ଗିଲାଣି ଷ୍ଟାଣ୍ଡପୋଷ୍ଟ

ନନ୍ଦପୁର,୪ା୧୨(ଡି.ଏନ୍‌.ଏ.)- କୋରାପୁଟ ଜିଲା ନନ୍ଦପୁର ବ୍ଲକ ଥୁବା ପଞ୍ଚାୟତ ଅନ୍ତର୍ଗତ ସାତସିମିଳି ଗ୍ରାମରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଦ୍ୱାରା ନିର୍ମିତ ଜଳ ଯୋଗାଣ ପ୍ରକଳ୍ପ ସମ୍ପୂର୍ଣ ରୂପେ ବନ୍ଦ ହୋଇ ପଡ଼ିଛି। ଷ୍ଟାଣ୍ଡ ପୋଷ୍ଟଗୁଡ଼ିକ ମଧ୍ୟ ଭାଙ୍ଗିଗଲାଣି। ଏହି ଗ୍ରାମର ୧୦୦ରୁ ଊର୍ଦ୍ଧ୍ୱ ପରିବାର ପାଇଁ କୋଡ଼ିଏ ଲକ୍ଷ ଟଙ୍କା ବ୍ୟୟରେ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ଏଥିରେ ଗ୍ରାମରେ ୧୦ଟି ଷ୍ଟାଣ୍ଡ ପୋଷ୍ଟ କରାଯାଇ ଜଳ ଯୋଗାଣ ଆରମ୍ଭ ହୋଇଥିଲା। ଗ୍ରାମବାସୀ ଭାବିଥିଲେ ଜଳ ସମସ୍ୟା ଦୂର ହେବ। କିନ୍ତୁ କିଛି ଦିନ ଜଳ ଯୋଗାଣ ହେବ ପରେ ତାହା ବନ୍ଦ ହୋଇଯାଇଥିଲା। ବର୍ତ୍ତମାନ ଗ୍ରାମବାସୀ ଗୋଟିଏ କୂଅ ଏବଂ ଦୁଇଟି ନଲକୂପ ଉପରେ ନିର୍ଭର କରୁଛନ୍ତି। କୂଅ ଏବଂ ନଳକୂପର ପାଣି ଯଥେଷ୍ଟ ନ ହେବାରୁ ଚୁଆପାଣି ବ୍ୟବହାର କରିବାକୁ ସେମାନେ ବାଧ୍ୟ ହେଉଛନ୍ତି। ଅନ୍ୟପକ୍ଷରେ ଜଳ ଯୋଗାଣ ବନ୍ଦ ହେବା ଯୋଗୁ ଷ୍ଟାଣ୍ଡପୋଷ୍ଟ ଭାଙ୍ଗିରୁଜି ଗଲାଣି। ବିଭାଗୀୟ ଉଦାସୀନତା ଯୋଗୁ ଜଳ ଯୋଗାଣ କେନ୍ଦ୍ର ମଧ୍ୟ ଜରାଜୀର୍ଣ୍ଣ ଅବସ୍ଥାକୁ ଆସିଲାଣି। ଏଠାକୁ ସଂଯୋଗ ହୋଇଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ପୋଡ଼ିଯାଇ ବର୍ଷ ବର୍ଷ ବିତିଯାଇଥିଲେ ମଧ୍ୟ ମରାମତି ହୋଇପାରିନାହିଁ। ଏହାପରେ ଏଠାରେ ସୌରଶକ୍ତି ସାହାଯ୍ୟରେ ଜଳ ଯୋଗାଣ ପାଇଁ ସୋଲାର ପ୍ଲେଟ୍‌ ଲଗାଇ ଦିଆଗଲା। କିନ୍ତୁ ଏହା ସତ୍ତ୍ୱେ ଜଳ ଯୋଗାଣ ସୁଚାରୁ ରୂପେ ହୋଇପାରିଲା ନାହିଁ। ଏଣୁ ଏହି ଜଳ ଯୋଗାଣ କେନ୍ଦ୍ରକୁ ଯଥା ଶୀଘ୍ର ମରାମତି କରି ଜଳ ଯୋଗାଇବା ପାଇଁ ଗ୍ରାମବାସୀ ତ୍ରିନାଥ ମାଛ, ଯୋଗେଶ ଖିଲ, ରମେଶ ଖିଲ, କେଶବ ଖିଲ, ଦୟାନିଧି ଖରା ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାଗମରାରେ ଜମୁଛି ‘ପଥ ଉତ୍ସବ’

ଭୁବନେଶ୍ୱର, ୧୨ା୧ (ବନ୍ଦନା ସେଠୀ):ରବିବାର ଚଳିତ ବର୍ଷର ଦ୍ୱିତୀୟ ପଥ ଉତ୍ସବ ଭୁବନେଶ୍ୱର ମହାନଗର ନିଗମ ସାଉଥ-ଓ୍ବେଷ୍ଟ ଜୋନ୍‌ ଅନ୍ତର୍ଗତ ଜାଗମରାଠାରେ ଅନୁଷ୍ଠିତ ହୋଇଛି। ଏଥର...

ଶିକ୍ଷକ-ଛାତ୍ରୀଛାତ୍ରଙ୍କ ଅଭିନବ ପ୍ରୟାସ: ନାଟକ ମାଧ୍ୟମରେ ଉପସ୍ଥାପନ କଲେ ସ୍କୁଲର ବିଭିନ୍ନ ସମସ୍ୟା

ଥୁଆମୂଳ ରାମପୁର,୧୧।୦୧(ଦୁର୍ଗା କୀର୍ତ୍ତି): ବିଭିନ୍ନ ସମସ୍ୟା ଘେରରେ ବ୍ଲକ ମୁଖ୍ୟାଳୟ ସ୍ଥିତ ସରକାରୀ ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ବିଦ୍ୟାଳୟର ବିଭିନ୍ନ ସମସ୍ୟା ପ୍ରଶାସନ ସମାଧାନ...

ସରିଲା ଘୁମୁରା: ଯାଦୁ କଳାକାରଙ୍କ ଅଭିନୟ ଦର୍ଶକଙ୍କୁ କଲା ବିମୋହିତ

କେସିଙ୍ଗା,୧୨।୧(ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି ପକ୍ଷରୁ ୨୭ତମ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ଉଦଯାପିତ ହୋଇ ଯାଇଛି। ଏହି ଉପଲକ୍ଷେ ସ୍ଥାନୀୟ ବୁଢାଡଙ୍ଗର...

ନିଶ୍ଚିହ୍ନହେବାକୁ ବସିଛି ଇକୋଲୋଜିକାଲ ପାର୍କ

ଭବାନୀପାଟଣା,୧୨ା୧(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଋଷିଗାଁ ୨୬ ନମ୍ବର ଜାତୀୟ ରାଜପଥ କଡରେ ଥିବା ଜିଲାର ପ୍ରଥମ ଇକୋଲୋଜିକାଲ ପାର୍କ ରକ୍ଷଣାବେକ୍ଷଣ...

ସୁଧୁରିନି ଧାନବିକ୍ରି ସମସ୍ୟା, ବଢୁଛି ଅସନ୍ତୋଷ

ମଥୁରାନଗରୀ,୧୨।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଆଉ ସପ୍ତାହକ ପରେ ୨ମାସ ପୂରିବ। ଅଥଚ ଜିଲାରେ ଧାନବିକ୍ରି ସମସ୍ୟାରେ ଆଶାନୁରୂପ ସୁଧାର ଆସି...

ଦର୍ଶକଙ୍କ ହୃଦୟ ଜିତିଲେ ସୌରଭ-ସତ୍ୟଜିତ

ଦାରିଙ୍ଗବାଡି, ୧୨।୧ (ଅରୁଣ ସାହୁ )-ଦାରିଙ୍ଗବାଡି ଶୀତ ମହୋତ୍ସବରେ ବିଶିଷ୍ଠ କଳାକାରଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିନ ମହୋତ୍ସବରେ ବିଶିଷ୍ଠ...

ସତ୍ୟଜିତଙ୍କ ସଙ୍ଗୀତରେ ଝୁମିଲେ ଦର୍ଶକ: ଶୀତ ମହୋତ୍ସବର ପ୍ରଥମ ଦିନରେ ଦୁଲୁକିଲା ମଞ୍ଚ

ଦାରିଙ୍ଗବାଡି,୧୨।୧(ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ଶୀତ ମହୋତ୍ସବର ପ୍ରଥମ ଦିନରେ ରାଜ୍ୟର ସୁନାମଧନ୍ୟ କଳାକାରଙ୍କ ଦ୍ୱାରା ମଞ୍ଚ ଦୁଲୁକିଛି। ପ୍ରକାଶ ଯେ, ତିନିଦିନିଆ ଶୀତ ମହୋତ୍ସବ...

ଘନ କୁହୁଡ଼ି ସହ ଶୀତ ପ୍ରକୋପ ବଢ଼ିବ

ଭୁବନେଶ୍ୱର,୧୨ା୧(ଅନୁରାଧା ମହାରଣା):ରାଜ୍ୟରେ ଏବେ ପ୍ରବଳ ଶୀତ ଅନୁଭୂତ ହେଉଥିବା ବେଳେ ଘନ କୁହୁଡି ଅସ୍ତବ୍ୟସ୍ତ କରୁଛି। ଶନିବାର ସକାଳେ କଟକ, ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image