ଝାରସୁଗୁଡା ଅଫିସ,୨ା୪- ଝାରସୁଗୁଡା ସହରରେ ଜିଲା ପ୍ରଶାସନ ପକ୍ଷରୁ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଗୁରୁବାର ପଦକ୍ଷେପ ସଦୃଶ ସହରର ବିଭିନ୍ନ ପ୍ରମୁଖ ରାସ୍ତା ଗୁଡିକୁ ସାନିଟାଇଜ କରାଯାଇଛି। ଦମକଳବାହିନୀ ବିଭିନ୍ନ ରାସାୟନିକ ମିଶା ପାଣି ସହରରେ ସିଞ୍ଚନ କରିଛି। ବସଷ୍ଟାଣ୍ଡଠାରୁ ଏହି କାର୍ଯ୍ୟ ଆରମ୍ଭ କରି ସହରର ବିଭିନ୍ନ ମୁଖ୍ୟ ରାସ୍ତା ଗୁଡିକରେ ପାଣି ସିଞ୍ଚନ କରାଯାଇଥିଲା। ଝାରସୁଗୁଡା ପୌର ପରିଷଦ ନିର୍ବାହୀ ଅଧିକାରୀ ରାରମଚନ୍ଦ୍ର ପ୍ରଧାନ ଓ ପିଡି ଡିଆରଡିଏ ତପିରାମ ମାଝି ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ଅନୁଧ୍ୟାନ କରିଥିଲେ। ତେବେ ଏହି ପାଣି ସିଞ୍ଚନ ଦ୍ୱାରା ସହରର ରାସ୍ତାରେ ଥିବା ବିଭାନ୍ନ ପ୍ରକାର କିଟାଣୁ ମରିଯିବ। ଏକ ସୁସ୍ଥ ବାତାବରଣ ତିଆରି ହେବ ବୋଲି ପୌର ପରିଷଦ ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ପ୍ରଧାନ କହିଛନ୍ତି।