ସାମାଜିକ ଦୂରତା, ସ୍ବଚ୍ଛତା ଅବଲମ୍ବନ ଜରୁରୀ

ବାଲେଶ୍ୱର ଅଫିସ, ୨୦।୪: ବାଲେଶ୍ୱର ଜିଲା କଂଗ୍ରେସ ପକ୍ଷରୁ ନଗର କଂଗ୍ରେସ କମିଟି ସଭାପତି ପଦ୍ମଲୋଚନ ଲେଙ୍କାଙ୍କ ନେତୃତ୍ୱରେ ଶନିବାର ମିର୍ଜାପୋଖରୀ ନିକଟବର୍ତ୍ତୀ ସାଇ ମନ୍ଦିର, ଗୋପାଳଗାଁ ଓ ମାଣିଖମ୍ବ, ସୁଏଲପୁର ଅନ୍ୟାନ୍ୟ ବସ୍ତିରେ ଶୁଖିଲା ଖାଦ୍ୟ ଓ ରାଶନ ଆକାରରେ ଅଟା, ଆଳୁ, ପିଆଜ, ବିଲାତି ଓ ବାଇଗଣ ଆଦି ପ୍ୟାକେଟ୍‌ କରାଯାଇ ବଣ୍ଟନ କରାଯାଇଛି। ସହରର ଲକ୍‌ଡାଉନ ଅଞ୍ଚଳରେ ପ୍ରାୟ ୧୫ଶହ ଗରିବ ଲୋକଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଛି। ସମସ୍ତ ପ୍ରକାର ସତର୍କତା ସତ୍ତ୍ୱେ ଜିଲାରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜନସାଧାରଣ ଚିନ୍ତିତ ହୋଇପଡ଼ିଛନ୍ତି। ଏହି ପରିସ୍ଥିତିରେ ଆମେ ଆତଙ୍କିତ ନ ହୋଇ ସଚେତନତା ଓ ସତର୍କତା ହେବା ଅଧିକ ଜରୁରୀ ବୋଲି ବାଲେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀର କଂଗ୍ରେସ ଏମ୍‌ପି ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ଜଣାଇଛନ୍ତି। ସେ କହିଛନ୍ତି କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଆମେ ସାମାଜିକ ଦୂରତା, ସ୍ବଚ୍ଛତାକୁ ଗୁରୁତ୍ୱ ଦେବା ଦରକାର। ଏଥିସହ ମୁହଁରେ ମାସ୍କ ପିନ୍ଧିବା ସହ ଭିଡ଼ ଜାଗାକୁ ନ ଯିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ପଟ୍ଟନାୟକଙ୍କ ପରାମର୍ଶ ମୁତାବକ ପ୍ରଦେଶ କଂଗ୍ରେସ କମିଟି ପୂର୍ବତନ ସାଧାରଣ ସମ୍ପାଦକ ତଥା ବାଲେଶ୍ୱର ଡିଷ୍ଟ୍ରିକ୍ଟ କଣ୍ଟୋଲ ରୁମ୍‌ ଇନଚାର୍ଜ ସଞ୍ଜୀବ ଗିରି, ପୂର୍ବତନ ଉପସଭାପତି ଗୋପୀନାଥ ପାଢ଼ୀ, ରାଜ୍ୟ ମହିଳା କଂଗ୍ରେସ ସାଧାରଣ ସମ୍ପାଦିକା ଅର୍ଚ୍ଚନା ନନ୍ଦୀ, ସୁବ୍ରତ ଦାସ, ତୁଷାରକାନ୍ତ ତପସ୍ବୀ, ଦେବଦତ ଦାସ, ଗୌତମ ସାହୁ, ରଞ୍ଜନ ଦାସ, ଜ୍ଞାନେନ୍ଦ୍ର ମହାନ୍ତି, ଅବଦୁଲ୍‌ ବୁରହାନ, ଜୀବନ ମହାପାତ୍ର, ମୁସ୍ତାଫିକ ଖାନ୍‌, ସେଖ୍‌ ଅସଗର ଅଲ୍ଲୀ, ଯୁବନେତା ସରୋଜ ଲେଙ୍କା ପ୍ରମୁଖ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପକ୍କା ରାସ୍ତା ଖୋଲିଦେବା ଘଟଣା: ‘ଧରିତ୍ରୀ’ରେ ଖବର ପ୍ରକାଶିତ ପରେ ତତ୍ପର ଗ୍ରାମ୍ୟ ଉନ୍ନୟନ ବିଭାଗ

ଦାରିଙ୍ଗବାଡି,୨୩।୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ୫୯ ନଂ ଜାତୀୟ ରାଜପଥଠାରୁ ତେରବାଡି ଓ ତେରବାଡିଠାରୁ ଡଲାବାଡିକୁ ଗ୍ରାମ୍ୟ ଉନ୍ନୟନ ବିଭାଗର ପକ୍କା ରାସ୍ତା...

୧ରୁ ଅନ୍‌ଲାଇନରେ ଶିମିଳିପାଳ ପ୍ରବେଶ ଅନୁମତି

ବାରିପଦା,୨୩ା୧(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଏଣିକି କେବଳ ଅନ୍‌ଲାଇନ ମାଧ୍ୟମରେ ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ପ୍ରଦାନ କରାଯିବ। ଆସନ୍ତା ଫେବୃଆରୀ ୧ରୁ ଏହି...

ଇଥାନଲ ପ୍ଲାଣ୍ଟରେ ସ୍ଥାନୀୟ ନିଯୁକ୍ତି ଦାବି:ଗର୍ଜିଲେ ଜିଲାବାସୀ

ବରଗଡ଼,୨୩।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ବାଉଲସିଂହାଠାରେ ନିର୍ମାଣାଧୀନ ଇଥାନଲ ପ୍ଲାଣ୍ଟରେ ସ୍ଥାନୀୟ ନିଯୁକ୍ତିକୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଜିଲାବ୍ୟାପୀ...

ଏହି ଦିନ ହେବ ବିଦ୍ୟୁତ୍‌ କାଟ୍‌: ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏ ବନ୍ଦ ରହିବ ବିଦ୍ୟୁତ୍‌ ସେବା

ବରଗଡ଼,୨୩।୧(ପ୍ରେମାନନ୍ଦ ଖମାରୀ):ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ୍‌(ଓପଟିସିଏଲ୍‌) ପକ୍ଷରୁ ୧୩୨/୩୩ କେ.ଭି ଭଟଲି ଏବଂ ଘେଁସ୍‌ ଗ୍ରୀଡ୍‌ ସବଷ୍ଟେଶନରେ ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ...

ନୌସେନା ଅଫିସର ନିଖୋଜ, ରାସ୍ତାରୁ ମିଳିଲାଆଇଡି କାର୍ଡ

ବ୍ରହ୍ମପୁର,୨୩ା୧(ସବାସ ଚନ୍ଦ୍ର ପାଢ଼ୀ): କେରଳର କୋଚି ଆଇଏଏସ୍‌ ଗରୁଡ଼ାରେ କାର୍ଯ୍ୟରେ ଯୋଗଦେବାକୁ ଟ୍ରେନ୍‌ରେ ଯାଉଥିବା ଜଣେ ନୌସେନା ଅଫିସର ଗତ ୧୯ ତାରିଖରୁ ନିଖୋଜ ଅଛନ୍ତି।...

ଦାରିଙ୍ଗବାଡିରେ ଚକ୍ଷୁ ଚିକିତ୍ସା ଶିବିର: ଦୁଇଟି ଶିବିରରେ ୩୦୮ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା

ଦାରିଙ୍ଗବାଡି,୨୨।୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିରେ ବ୍ଲକ ସ୍ତରୀୟ ଚକ୍ଷୁ ଚିକିତ୍ସା ଶିବିର ବୁଧବାର ଓଡିଶା ଆଦର୍ଶ ବିଦ୍ୟାଳୟ ଓ ରାପଡାବାଡି ନୋଡାଲ ଉଚ୍ଚ ପ୍ରାଥମିକ...

ରାଙ୍ଗାପାରୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

ତୁମୁଡିବନ୍ଧ, ୨୨।୧(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଳକ ବେଲଘର ପଞ୍ଚାୟତ ରାଙ୍ଗପାରୁ ସ୍ଥିତ ଅନୁସୂଚିତ ଜାତି ଓ ଜନ ଜାତି ଉନ୍ନୟନ ବିଭାଗର...

୨୭ ତମ ବାର୍ଷିକ ଉତ୍ସବ, ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଉଦଯାପିତ: ଶତାଧିକ ଗାୟତ୍ରୀ ଭକ୍ତଙ୍କ ସମାଗମ

ବାଲିଗୁଡା, ୨୨।୧ (ସଞ୍ଜୟ କୁମାର ପାଣିଗ୍ରାହୀ): ରାଷ୍ଟ୍ରରେ ନବ ନିର୍ମାଣ ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ବାଲିଗୁଡା ଓ କୁର୍ତ୍ତମଗଡ଼ ସ୍ଥିତ ଗାୟତ୍ରୀ ଶକ୍ତିପୀଠରେ ୨୭ ତମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image